ପ୍ରମୁଖ ଖବର

୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଅନନ୍ତ ନାଗଙ୍କୁ ଫାଲକେ ସମ୍ମାନ
ଦିଲ୍ଲୀ SIR: ନିୟମ ସ୍ପଷ୍ଟ କଲେ ମୁଖ୍ୟ ନିର୍ବାଚନ ଅଧିକାରୀ
୭୦୦ ଗ୍ରାମ୍‌ ଓଜନ ପାଇଁ ଅଟକିଲା ଗୋଲ୍ଡ ସ୍ୱପ୍ନ, ସୁଚିକାଙ୍କୁ ଏସିଆନ୍ ଗେମ୍ସରେ ବ୍ରୋଞ୍ଜ
ଫ୍ଲାଇଟ୍‌ ଟ୍ରେନିଂ ବେଳେ ବିମାନ ଦୁର୍ଘଟଣା, ୨ ଭାରତୀୟ ଛାତ୍ର ମୃତ
ଆଇଆଇଟି ଛାତ୍ର ମୃତ୍ୟୁ ଘଟଣା: ଡିନ୍‌ ପଦରୁ ନିଲମ୍ବିତ ପ୍ରଫେସର ସୂର୍ଯ୍ୟନାରାୟଣ ଡୁଲ୍ଲା
ଚୀନ୍‌ର କପଡ଼ା କାରଖାନାରେ ଭୟଙ୍କର ନିଆଁ, ୮ ଜଣ ଜୀବନ୍ତ ଦଗ୍ଧ
କେରଳରେ ବର୍ଷା ବିତ୍ପାତ, ୯ ମୃତ; ୬ ଜିଲ୍ଲାକୁ ଅରେଞ୍ଜ୍‌ ଆଲର୍ଟ

ପୁରୀ ସ୍ୱର୍ଗଦ୍ୱାରରେ ହେବ କିଟ୍‌ ଛାତ୍ରୀଙ୍କ ଶେଷକୃତ୍ୟ

0

ଭୁବନେଶ୍ବର: ପୁରୀରେ ହେବ କିଟ୍‌ ଛାତ୍ରୀଙ୍କ ଶେଷକୃତ୍ୟ। କିଟ୍‌ ବିଶ୍ୱବିଦ୍ୟାଳୟରେ ନେପାଳୀ ଛାତ୍ରୀ ପ୍ରୀଶା ଶାହାଙ୍କ ମତ୍ୟୁ ଘଟଣାରେ ମୃତଦେହ ବ୍ୟବଚ୍ଛେଦ ପରେ ପୁରୀ ସ୍ୱର୍ଗଦ୍ୱାରରେ ଶେଷକୃତ୍ୟ ହେବ। ତାଙ୍କ ପରିବାରଲୋକେ ମୃତଦେହ ନେପାଳ ନେବାକୁ ମନା କରିବାରୁ ପୁରୀରେ ଶେଷକୃତ୍ୟ ହେବ। ତେବେ ପରିବାର ଲୋକଙ୍କ ଉପସ୍ଥିତିରେ ହେଲା ପୋଷ୍ଟମର୍ଟମ ହୋଇଛି। ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯିବ। ସେମାନେ ମୃତଦେହ ନେଇ ପୁରୀରେ ଶେଷକୃତ୍ୟ କରିବେ। ଶବ ବ୍ୟବଚ୍ଛେଦ ପରେ ମୃତଦେହ ଗ୍ରହଣ ବେଳେ କୋହଭରା କଣ୍ଠରେ ଛାତ୍ରୀଙ୍କ ବାପାଙ୍କ କହିଛନ୍ତି ଯେ, ମୋତେ ନ୍ୟାୟ ଦରକାର।‘ପୋଲିସ କେବଳ ମୃତଦେହ ଜବତ କରିଛି, କାର୍ଯ୍ୟାନୁଷ୍ଠାନ ନେଇନି’। ଆମେ ଅପେକ୍ଷା କରିଛୁ ପୋଲିସ କଣ ପଦକ୍ଷେପ ନେଉଛି।

କିଟ୍‌ ବିଶ୍ୱବିଦ୍ୟାଳୟରେ ପୁଣି ଜଣେ ନେପାଳୀ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି। ପୋଲିସ କମିଶନର ଏନେଇ ସୂଚନା ଦେଇଛନ୍ତି। ଏପଟେ ନିରପେକ୍ଷ ତଦନ୍ତ ହେଉ ବୋଲି ନେପାଳ ଦୂତାବାସ ପ୍ରେସ୍ ବିଜ୍ଞପ୍ତି ଜାରି କରିଛନ୍ତି। ଘଟଣାର ନିରପେକ୍ଷ ତଦନ୍ତ ପାଇଁ ଦୂତାବାସ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଛି। କେନ୍ଦ୍ର ସରକାର ଓ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହ ଯୋଗାଯୋଗରେ ଅଛୁ। କିଟ୍‌ ପ୍ରତିନିଧିଙ୍କୁ ଦୂତାବାସକୁ ଡାକି ଘଟଣା ସଂପର୍କରେ ପଚାରି ବୁଝିଛୁ।

ସୂଚନାଯୋଗ୍ୟ, ଗୁରୁବାର କିଟ୍‌ ହଷ୍ଟେଲ ରୁମରୁ ନେପାଳ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ତେବେ କେଉଁ ପରିସ୍ଥିତିରେ ଛାତ୍ରୀଙ୍କ ମୃତ୍ୟୁ ହୋଇଛି ଏଯାଏ ସ୍ପଷ୍ଟ ହୋଇନାହିଁ। ଗତ ଫେବୃଆରୀ ୧୬, ୨୦୨୫ରେ ଜଣେ ୨୦ ବର୍ଷୀୟ ନେପାଳୀ ଛାତ୍ରୀ ପ୍ରକ୍ରିତି ଲମସାଲଙ୍କ ଆତ୍ମହତ୍ୟା ପରେ ଏହା ଦ୍ୱିତୀୟ ଏଭଳି ଘଟଣା।

Leave A Reply

Your email address will not be published.