ପ୍ରମୁଖ ଖବର

ଆଇପିଏସ୍‌ସ୍ତରରେ ଅଦଳବଦଳ: ସୁଶାନ୍ତ କୁମାର ନାଥ ହେଲେ ଜେଲ୍ ଡିଜି
ଦିଲ୍ଲୀରେ ପ୍ରବଳ ବର୍ଷା ଓ ଝଡ଼ତୋଫାନ
ଡାକ୍ତରଙ୍କୁ କେବଳ ଜେନେରିକ ଔଷଧ ଲେଖିବା ପାଇଁ ବାଧ୍ୟତାମୂଳକ କରାଯିବା ଉଚିତ: ସୁପ୍ରିମକୋର୍ଟ
ପ୍ରକାଶ ପାଇଲା ମାଟ୍ରିକ୍ ପରୀକ୍ଷା ଫଳ: ଚଳିତ ମାଟ୍ରିକ୍ ରେଜଲ୍ଟରେ ଛାତ୍ରୀ ବାଜିମାରିନେଇଛନ୍ତି । ପାସ୍ ହାର ୯୪.୯୩ ପ୍ରତିଶତ ଥିବାବେଳେ ଛାତ୍ରୀଙ୍କ ପାସ୍ ହାର ୯୬ ପ୍ରତିଶତ ରହିଛି । ପୁଅଙ୍କ ପାସ୍ ହାର ୯୪ ପ୍ରତିଶତ ରହିଛି
କୋରାପୁଟ: ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ସିଡିପିଓ ଏବଂ ଅଙ୍ଗନୱାଡି କର୍ମୀ

ଲୈରାଇ ମନ୍ଦିରରେ ଦଳାଚକଟା: ୭ ମୃତ, ୩୦ ଆହତ

0

ଗୋଆ: ଗୋଆ ଶ୍ରୀ ଲୈରାଇ ଯାତ୍ରା ସମୟରେ ବଡ଼ ଅଘଟଣ ଘଟିଛି। ଶୁକ୍ରବାର ଗୋଆର ଶିରଗାଓରେ ଶ୍ରୀ ଲୈରାଇ ଯାତ୍ରା ବାର୍ଷିକ ମହୋତ୍ସବ ସମୟରେ ଦଳାଚକଟା ଫଳରେ ଅତି କମରେ ସାତ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୩୦ ରୁ ଅଧିକ ଆହତ ହୋଇଥିବା ସୂଚନା ରହିଛି। ଆହତମାନଙ୍କୁ ଚିକିତ୍ସା ପାଇଁ ଗୋଆ ମେଡିକାଲ୍ କଲେଜ ଏବଂ ମାପୁସାର ଉତ୍ତର ଗୋଆ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ମିଳିଥିବା ସୂଚନା ମୁତାବକ, ଏହି ଯାତ୍ରା ଶୁକ୍ରବାର ଦିନ ଆରମ୍ଭ ହୋଇଥିଲା। ଶ୍ରୀ ଲୈରାଇ ଯାତ୍ରା ଗୋଆର ଶିରଗାଓରେ ଶ୍ରୀ ଲୈରାଇ ଦେବୀ ମନ୍ଦିରରେ ପାଳିତ ହୋଇଥାଏ। ଯାହା ମନ୍ଦିରର ବାର୍ଷିକ ଉତ୍ସବ ସମୟରେ ଆୟୋଜିତ ହୋଇଥାଏ। ମା ଲୈରାଇ ଦେବୀ ପାର୍ବତୀଙ୍କ ଏକ ରୂପ ବୋଲି ବିଶ୍ୱାସ କରାଯାଉଥିବାରୁ ଦେବୀ ଲୈରାଇଙ୍କୁ ସମ୍ମାନ ଜଣାଇବା ପାଇଁ ରାଜ୍ୟ ଏବଂ ରାଜ୍ୟ ବାହାରର ଭକ୍ତମାନେ ଏକାଠି ହୁଅନ୍ତି। ଏହି ଉତ୍ସବର ମୁଖ୍ୟ ଆକର୍ଷଣ ହେଉଛି ପାରମ୍ପରିକ ଧୋଣ୍ଡାଚି ଯାତ୍ରା, ଯେଉଁଠାରେ ହଜାର ହଜାର ଭକ୍ତ ଖାଲି ପାଦରେ ଜଳୁଥିବା ଅଙ୍ଗାର ଉପରେ ଚାଲିଥାନ୍ତି। ଏହି ଉତ୍ସବ ରେ ଦେବତାଙ୍କର ଏକ ମହାନ ଶୋଭାଯାତ୍ରା ରହିଛି, ଯାହା ତାଳବଦ୍ଧ ଢୋଲ ବାଦନ, ଭକ୍ତିପୂତ କୀର୍ତ୍ତନ ଏବଂ ଆନୁଷ୍ଠାନିକ ବଳିଦାନ ଦ୍ୱାରା ଚିହ୍ନିତ। ହଜାର ହଜାର ଭକ୍ତ ଏବଂ ପରିଦର୍ଶକ ଏହି ସ୍ପନ୍ଦନଶୀଳ ରୀତିନୀତି ଦେଖିବା ସହ ଦେବୀଙ୍କ ଆଶୀର୍ବାଦ ପାଇବା ପାଇଁ ଏହି ସମୟରେ ଏକାଠି ହୁଅନ୍ତି। କିନ୍ତୁ ଗତକାଲି ଯାତ୍ରା ଆରମ୍ଭ ସମୟେ ଏଭଳି ଅଭାବନୀୟ ଘଟଣା ସମସ୍ତଙ୍କୁ ମର୍ମାହତ କରିଛି। ତେବେ ଦଳଚକଟାର କିଛି ସ୍ପଷ୍ଟ କାରଣ କିମ୍ବା ପୀଡିତଙ୍କ ପରିଚୟ ବିଷୟରେ, କର୍ତ୍ତୃପକ୍ଷ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ବିବରଣୀ ମିଳିପାରିନାହିଁ।

ଘଟଣା ପରେ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ସ୍ଥିତିର ସମୀକ୍ଷା କରିବା ସହ ଉତ୍ତର ଗୋଆ ଜିଲ୍ଲା ହସ୍ପିଟାଲ ପରିଦର୍ଶନ କରିଥିଲେ। ସେ ଦିନ ପୂର୍ବରୁ ବିଚୋଲିମ୍ ହସ୍ପିଟାଲ ମଧ୍ୟ ପରିଦର୍ଶନ କରିଥିଲେ। ମୁଖ୍ୟମନ୍ତ୍ରୀ, ଏଭଳି ଅଭାବନୀୟ ଘଟଣାରେ ଦୁଃଖ ପ୍ରକାଶ କରିବା ସହ ବ୍ୟକ୍ତିଗତ ଭାବରେ ପରିସ୍ଥିତି ଉପରେ ନଜର ରଖିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଘଟଣାରେ ତାଙ୍କ ଶୋକ ପ୍ରକାଶ କରିଛନ୍ତି ଏବଂ ସ୍ଥାନୀୟ ପ୍ରଶାସନଙ୍କୁ ପ୍ରଭାବିତଙ୍କୁ ସାହାଯ୍ୟ ଯୋଗାଇଦେବାକୁ କହିଛନ୍ତି। ସେପଟେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ମଧ୍ୟ ପୀଡିତଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ଏବଂ ସମସ୍ତ ଆହତଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି।

Leave A Reply

Your email address will not be published.