ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ୟୁଏଇ ଗସ୍ତର ପ୍ରଥମ ଦିନରେ ଓଡ଼ିଶାରେ ନିବେଶ ଓ ବାଣିଜ୍ୟିକ ସହଯୋଗ ବୃଦ୍ଧି ନେଇ ଏକାଧିକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା
ଭୋଟର ତାଲିକାରେ ନାମର ବନାନ ତ୍ରୁଟି; ଭାରତ ରତ୍ନ ବୈଜ୍ଞାନିକ ସିଏନଆର ରାଓଙ୍କୁ ନୋଟିସ୍‌
ଫାୟାର ସେଫ୍ଟି ନିୟମ ଭାଙ୍ଗିଲେ ବନ୍ଦ ହେବ କୋଚିଂ ସେଣ୍ଟର; ସେପ୍ଟେମ୍ବର ୧୫ରୁ ସ୍ୱତନ୍ତ୍ର ଯାଞ୍ଚ
ଇରାନ-ଆମେରିକା ମୁହାଁମୁହିଁ; ଖାର୍ଗ ଦ୍ୱୀପ ନିକଟରେ ୫ ତୈଳ ଟ୍ୟାଙ୍କର ଧ୍ୱଂସ
୧୧ରେ ମୋଦୀ-ପୁଟିନ୍‌ ଦ୍ୱିପାକ୍ଷିକ ଆଲୋଚନା
୭ଟି ହାଇ-ଡେନ୍ସିଟି ରେଳ କରିଡୋରକୁ ଫୋର୍‌-ଲେନ୍‌ କରିବାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ
୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର, ୩ ଦିନ ଯାଏଁ ବର୍ଷା ସମ୍ଭାବନା
ସମ୍ ରେ ପଂଚମ ମଲ୍‌ଟିପଲ୍ କ୍ୟାଡାଭେରିକ୍ ଅର୍ଗାନ୍ ରିଟ୍ରିଭାଲ୍‌

ଚାନ୍ଦିପୁରରେ ହାଇ ଆଲର୍ଟ

0

ବାଲେଶ୍ୱର : ଦେଶରେ ଯୁଦ୍ଧ ଭଳି ପରିସ୍ଥିତିକୁ ଦୃଷ୍ଟିରେ ରଖି, ପ୍ରତିରକ୍ଷା ପ୍ରତିଷ୍ଠାନଗୁଡ଼ିକର ସୁରକ୍ଷା ନେଇ ଏବେ କଡା ପଦକ୍ଷେପ ନିଆଯାଉଛି। ବାଲେଶ୍ୱର ଚାନ୍ଦିପୁରରେ ହାଇ ଆଲର୍ଟ ଜାରି କରିଛି ଓଡ଼ିଶା ପୋଲିସ। ବର୍ତ୍ତମାନ ସ୍ଥିତିକୁ ଦୃଷ୍ଟିରେ ରଖି ସୀମାବର୍ତ୍ତୀ ଇଲାକାକୁ ହାଇ ଆଲର୍ଟରେ ରଖାଯାଇଛି। ଜମ୍ମୁ-କଶ୍ମୀର ପହଲଗାମଠାରେ ଆତଙ୍କୀ ହମଲା ପରେ ଭାରତ-ପାକିସ୍ତାନ ମୁହାଁମୁହିଁ ସ୍ଥିତିରେ ପହଞ୍ଚିଛି। ସମ୍ଭାବ୍ୟ ଯୁଦ୍ଧର ଆଶଙ୍କା ଦେଖାଦେଇଛି।

ଅପରେଶନ ସିନ୍ଦୂର ମାଧ୍ୟମରେ ଭାରତ ପ୍ରତିଶୋଧ ନେଇଛି। ଯୁଦ୍ଧ ଭଳି ସ୍ଥିତିରେ ଚାନ୍ଦିପୁର ପ୍ରତିରକ୍ଷା ବିଭାଗର ଡିଆରଡିଓ, ଆଇଟିଆର ଆଦି ପ୍ରତିଷ୍ଠାନ ଥିବାରୁ ଏହା ବେଶ ସମ୍ବେଦନଶୀଳ ଅଞ୍ଚଳ। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପୂରା ଚାନ୍ଦିପୁରକୁ ନଜରରେ ରଖିଛନ୍ତି। ଚାନ୍ଦିପୁରରେ କ୍ଷେପଣାସ୍ତ୍ର ଘାଟି ଥିବାରୁ ଏଠାରେ ସର୍ବଦା ଶତ୍ରୁପକ୍ଷର ଭୟ ରହିଥାଏ। ଆଉ ଏଠାକୁ ଟାର୍ଗେଟ ବି କରିଥାନ୍ତି ଶତ୍ରୁପକ୍ଷ। ପରିସ୍ଥିତିର କଡ଼ା ମୁକାବିଲା ପାଇଁ ଶୁକ୍ରବାର ଅପରାହ୍ନ ଦୁଇଟା ସମୟରେ ଚାନ୍ଦିପୁର ପିଏକ୍ସଇ କ୍ୟାମ୍ପସ ପରିସରରେ ଏକ ଜରୁରୀକାଳୀନ ବୈଠକ ଆହ୍ବାନ କରିଛନ୍ତି ପୂର୍ବାଞ୍ଚଳ ଡିଆଇଜି। ବୈଠକ ସମ୍ପର୍କରେ ଡିଆଇଜି ଗୁରୁବାର ରାତିରେ ଆଇଟିଆରର ଡାଇରେକ୍ଟର, ପିଏକ୍ସଇର ଡାଇରେକ୍ଟର, ବାଲେଶ୍ୱର ଜିଲାପାଳ ଓ ଏସ୍‌ପିଙ୍କୁ ଚିଠି ଲେଖିଛନ୍ତି। ବୈଠକରେ ସିକ୍ୟୁରିଟି ଅଫ୍‌ ଡିଫେନ୍ସ ସମ୍ପର୍କରେ ସବିଶେଷ ଆଲୋଚନା କରାଯିବାର କାର୍ଯ୍ୟକ୍ରମ ରହିଛି।

Leave A Reply

Your email address will not be published.