ପ୍ରମୁଖ ଖବର

୧୯ ତାରିଖରୁ ଆରମ୍ଭ ହେବ ହବିଷ୍ୟାଳୀ ପଞ୍ଜିକରଣ
ମୟୁରଭଞ୍ଜ: ୩୧ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଶିକ୍ଷୟିତ୍ରୀ ନିଲମ୍ବିତ
ଗୁମା ଘାଟି ନିକଟରେ ତଳକୁ ଖସିଲା ବସ୍, ୮ ଯାତ୍ରୀ ଆହତ
ଶୁଭାରମ୍ଭ ହେଲା ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ
ନେପାଳରୁ ଯାଜପୁର ଫେରିଲେ ଓଡ଼ିଆ ପର୍ଯ୍ୟଟକ
ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ମାଓବାଦୀ ନିହତ

ଗୋରୁ ବୋଝେଇ ଟ୍ରକ୍‌ ଜବତ: ୪୦ରୁ ଉର୍ଦ୍ଧ୍ୱ ଗୋରୁ ଉଦ୍ଧାର

0

ବାଲେଶ୍ବର: ରାଜ୍ୟରେ ଗୋରୁ ଚୋରା ଚାଲାଣ ଦିନ କୁ ଦିନ ବଢ଼ିବାରେ ଲାଗିଛି। ରାଜ୍ୟରୁ ପୁଣି ୪୦ରୁ ଉର୍ଦ୍ଧ୍ୱ ଗୋରୁଙ୍କୁ ପଶ୍ଚିମବଙ୍ଗ କରାଯାଉଥିଲା ଚାଲାଣ। ଭୋଗରାଇ ଖେଡ଼ସାହିରୁ ଗୋରୁ ବୋଝେଇ ଟ୍ରକ୍‌ ଜବତ କଲା ପୋଲିସ। ଧରାପଡିବା ପରେ ଗାଡ଼ି ଛାଡ଼ି ଫେରାର ହେଲା ଡ୍ରାଇଭର। ଭୋଗରାଇ ଥାନାରେ ସମସ୍ତ ଗୋରୁଙ୍କୁ ରଖି ଘଟଣାର ତଦନ୍ତ କରୁଛି ପୋଲିସ।

ସୂଚନା ମୁତାବକ, ସବୁଦିନ ଭଳି ପୋଲିସ ପାଟ୍ରୋଲିଂ କରୁଥିଲା। ଏହି ସମୟରେ ଏକ ଟ୍ରକ୍‌ ୪୦ରୁ ଉର୍ଦ୍ଧ୍ୱ ଗୋରୁଙ୍କୁ ନେଇ ପଶ୍ଚିମବଙ୍ଗ ଯାଉଥିଲା। ଏହା ଦେଖି ଗାଡ଼ିଟିକୁ ଜବତ କରିବା ବେଳେ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲା। ଉକ୍ତ ଟ୍ରକ୍‌ରେ ଥିବା ସମସ୍ତ ଗୋରୁଙ୍କୁ ସୁରକ୍ଷିତ ଉଦ୍ଧାର କରିବା ପରେ ଭୋଗରାଇ ଥାନାରେ ରଖା ଯାଇଛି। ଏହା ସହିତ ଘଟଣାର ତଦନ୍ତ ଚଳାଇଛି ପୋଲିସ।

Leave A Reply

Your email address will not be published.