ପ୍ରମୁଖ ଖବର

୧୯ ତାରିଖରୁ ଆରମ୍ଭ ହେବ ହବିଷ୍ୟାଳୀ ପଞ୍ଜିକରଣ
ମୟୁରଭଞ୍ଜ: ୩୧ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଶିକ୍ଷୟିତ୍ରୀ ନିଲମ୍ବିତ
ଗୁମା ଘାଟି ନିକଟରେ ତଳକୁ ଖସିଲା ବସ୍, ୮ ଯାତ୍ରୀ ଆହତ
ଶୁଭାରମ୍ଭ ହେଲା ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ
ନେପାଳରୁ ଯାଜପୁର ଫେରିଲେ ଓଡ଼ିଆ ପର୍ଯ୍ୟଟକ
ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ମାଓବାଦୀ ନିହତ

ହାଇଦ୍ରାବାଦରେ ଅଗ୍ନିକାଣ୍ଡ, ୧୭ ଜୀବନ୍ତ ଦଗ୍ଧ

0

ହାଇଦ୍ରାବାଦ: ହାଇଦ୍ରାବାଦରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ୧୭ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଏହା ସହିତ ଅନ୍ୟ ୧୦ ଜଣ ଗୁରୁତର ଆହତ ହୋଇଛନ୍ତି। ହାଇଦ୍ରାବାଦର ଚାରମିନାର ନିକଟ ଗୁଲଜାର ହାଉଜ କୋଠାରେ ଏହି ଅଗ୍ନିକାଣ୍ଡ ଘଟିଥିଲା। ଏହି କୋଠାଟି ଉଭୟ ଆବାସିକ ଏବଂ ବାଣିଜ୍ୟିକ କାର୍ଯ୍ୟରେ ବ୍ୟବହାର ହେଉଥିଲା।

ସୂଚନା ଅନୁସାରେ, ରବିଭାର ଭୋର ପ୍ରାୟ ସା​‌ଢ଼େ ୫ଟାରେ ଏହି କୋଠାରେ ଅଗ୍ନିକାଣ୍ଡ ଘଟିଥିଲା। ସେତେବେଳେ ଲୋକମାନେ ଶୋଇଥିବାରୁ ଅଗ୍ନିକାଣ୍ଡ ସମ୍ପର୍କରେ ଜାଣିପାରି ନ ଥିଲେ। ଫଳରେ ନିଆଁ ଏବଂ ଧୂଆଁରେ ଅଣନିଃଶ୍ଵାସୀ ହୋଇ ଲୋକେ ପ୍ରାଣ ହରାଇଥିଲେ। ଆହତ ୧୦ ଜଣଙ୍କୁ ଡିଆରଡିଓ ହସ୍ପିଟାଲ ଏବଂ ଓସମାନିଆ ଜେନେରାଲ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ନିଆଁକୁ ଲିଭାଇବା କାର୍ଯ୍ୟରେ ୧୧ଟି ଦମକଳ କେନ୍ଦ୍ରର ଗାଡ଼ି ନିୟୋଜିତ ହୋଇଥିଲେ। ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ି ନାହିଁ। ତେବେ ଶର୍ଟସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି।

ଅଗ୍ନିଶମ ବିଭାଗର ଜଣେ ଅଧିକାରୀଙ୍କ ଅନୁଯାୟୀ, ଆଜି ସକାଳେ ଅଗ୍ନିକାଣ୍ଡ ସମ୍ପର୍କରେ ସୂଚନା ମିଳିଥିଲା ଏବଂ ତା’ପରେ ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେ କହିଛନ୍ତି, ଅନେକ ଲୋକ ଚେତାଶୂନ୍ୟ ଅବସ୍ଥାରେ ଥିଲେ ଏବଂ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୧୭ ଜଣଙ୍କ ମୃତ୍ୟୁ ଘଟିଛି। ଘଟଣାସ୍ଥଳ ପରିଦର୍ଶନ କରିବା ପରେ କେନ୍ଦ୍ର ମନ୍ତ୍ରୀ ଜି. କିଷନ ରେଡ୍ଡୀ ସାମ୍ବାଦିକମାନଙ୍କୁ କହିଛନ୍ତି, ମୃତକଙ୍କ ମଧ୍ୟରେ କିଛି ପିଲା ମଧ୍ୟ ରହିଛନ୍ତି।

Leave A Reply

Your email address will not be published.