ପ୍ରମୁଖ ଖବର

ଦୁଇଦିନିଆ ମାଲେସିଆ ଗସ୍ତ ଶେଷ କରି ଦେଶ ଫେରିଲେ ପ୍ରଧାନମନ୍ତ୍ରୀ
୪୧ଟି ପୋଲିସ ଷ୍ଟେସନରେ ସିସିଟିଭି କ୍ୟାମେରା ପୁନଃସ୍ଥାପନ କରିବାକୁ ନିର୍ଦ୍ଦେଶ
ପୀତବାସ ପଣ୍ଡା ହତ୍ୟା ମାମଲା: ‘ମୋତେ ଫସାଇ ଦିଆଯାଇଛି’,ବିକ୍ରମ ପଣ୍ଡା
୧୦ ଫୁଟ୍‌ ତଳକୁ ଖସିଲା ଭ୍ୟାନ୍, ୧୭ ଆହତ
ବଢ଼ିବ ଭାରତୀୟ ବାୟୁସେନାର ଶକ୍ତି: ୧୧୪ଟି ରାଫେଲ କିଣିବାକୁ ପ୍ରସ୍ତୁତ ଭାରତ

ହାଇଦ୍ରାବାଦରେ ଅଗ୍ନିକାଣ୍ଡ, ୧୭ ଜୀବନ୍ତ ଦଗ୍ଧ

0

ହାଇଦ୍ରାବାଦ: ହାଇଦ୍ରାବାଦରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ୧୭ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଏହା ସହିତ ଅନ୍ୟ ୧୦ ଜଣ ଗୁରୁତର ଆହତ ହୋଇଛନ୍ତି। ହାଇଦ୍ରାବାଦର ଚାରମିନାର ନିକଟ ଗୁଲଜାର ହାଉଜ କୋଠାରେ ଏହି ଅଗ୍ନିକାଣ୍ଡ ଘଟିଥିଲା। ଏହି କୋଠାଟି ଉଭୟ ଆବାସିକ ଏବଂ ବାଣିଜ୍ୟିକ କାର୍ଯ୍ୟରେ ବ୍ୟବହାର ହେଉଥିଲା।

ସୂଚନା ଅନୁସାରେ, ରବିଭାର ଭୋର ପ୍ରାୟ ସା​‌ଢ଼େ ୫ଟାରେ ଏହି କୋଠାରେ ଅଗ୍ନିକାଣ୍ଡ ଘଟିଥିଲା। ସେତେବେଳେ ଲୋକମାନେ ଶୋଇଥିବାରୁ ଅଗ୍ନିକାଣ୍ଡ ସମ୍ପର୍କରେ ଜାଣିପାରି ନ ଥିଲେ। ଫଳରେ ନିଆଁ ଏବଂ ଧୂଆଁରେ ଅଣନିଃଶ୍ଵାସୀ ହୋଇ ଲୋକେ ପ୍ରାଣ ହରାଇଥିଲେ। ଆହତ ୧୦ ଜଣଙ୍କୁ ଡିଆରଡିଓ ହସ୍ପିଟାଲ ଏବଂ ଓସମାନିଆ ଜେନେରାଲ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ନିଆଁକୁ ଲିଭାଇବା କାର୍ଯ୍ୟରେ ୧୧ଟି ଦମକଳ କେନ୍ଦ୍ରର ଗାଡ଼ି ନିୟୋଜିତ ହୋଇଥିଲେ। ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ି ନାହିଁ। ତେବେ ଶର୍ଟସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି।

ଅଗ୍ନିଶମ ବିଭାଗର ଜଣେ ଅଧିକାରୀଙ୍କ ଅନୁଯାୟୀ, ଆଜି ସକାଳେ ଅଗ୍ନିକାଣ୍ଡ ସମ୍ପର୍କରେ ସୂଚନା ମିଳିଥିଲା ଏବଂ ତା’ପରେ ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେ କହିଛନ୍ତି, ଅନେକ ଲୋକ ଚେତାଶୂନ୍ୟ ଅବସ୍ଥାରେ ଥିଲେ ଏବଂ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୧୭ ଜଣଙ୍କ ମୃତ୍ୟୁ ଘଟିଛି। ଘଟଣାସ୍ଥଳ ପରିଦର୍ଶନ କରିବା ପରେ କେନ୍ଦ୍ର ମନ୍ତ୍ରୀ ଜି. କିଷନ ରେଡ୍ଡୀ ସାମ୍ବାଦିକମାନଙ୍କୁ କହିଛନ୍ତି, ମୃତକଙ୍କ ମଧ୍ୟରେ କିଛି ପିଲା ମଧ୍ୟ ରହିଛନ୍ତି।

Leave A Reply

Your email address will not be published.