ପ୍ରମୁଖ ଖବର

ଠିକା କର୍ମଚାରୀଙ୍କ ଗ୍ରାଚ୍ୟୁଇଟି ଦାୟିତ୍ୱ ମୁଖ୍ୟ କମ୍ପାନୀର ନୁହେଁ : ସୁପ୍ରିମକୋର୍ଟ
ବର୍ଷା ପାଇଁ ଅକ୍ଟୋବର ୩କୁ ଘୁଂଚିଲା ୫ମ ବୃତ୍ତି ପରୀକ୍ଷା
ଅନନ୍ତ ନାଗଙ୍କୁ ଦାଦାସାହେବ ଫାଲ୍‌କେ ପୁରସ୍କାର
ଦିଲ୍ଲୀ ଏସ୍‌ଆଇଆର୍‌ ନେଇ ଇସିଙ୍କୁ ସୁପ୍ରିମକୋର୍ଟ ନୋଟିସ
ଗଭୀର ଅବପାତ ଆଶଙ୍କା,୭ ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ
ପାର୍ବଣ ପୂର୍ବରୁ ମହଙ୍ଗା ହୋଇପାରେ ଖାଇବା ତେଲ
ଏସୀୟ କ୍ରୀଡ଼ା: ଦ୍ୱିତୀୟ ଦିନରେ ଭାରତକୁ ୪ ପଦକ

ଜୁନ୍ ୨୩ ତାରିଖରେ ହେବନି ପଞ୍ଚାୟତ ଉପନିର୍ବାଚନ

0

ଭୁବନେଶ୍ବର:ଚଳିତ ବର୍ଷ ଜୁନ୍ ୨୩ ତାରିଖରେ ହେବାକୁ ଥିବା ପଞ୍ଚାୟତ ଉପନିର୍ବାଚନ ସ୍ଥଗିତ। ପଞ୍ଚାୟତ ଉପନିର୍ବାଚନ ସ୍ଥଗିତ ରଖିଲେ ରାଜ୍ୟ ନିର୍ବାଚନ କମିଶନ। ସଅଳ ମୌସୁମୀ ପାଇଁ ପଞ୍ଚାୟତ ଉପନିର୍ବାଚନ ସ୍ଥଗିତ ରଖିବା ନେି ସୂଚନା ଦେଲେ ରାଜ୍ୟ ନିର୍ବାଚନ କମିଶନ। ଜୁନ୍‌ ୨୩ ତାରିଖରେ ଉପନିର୍ବାଚନ ନେଇ ଆଜି ଘୋଷଣା ହୋଇଥିଲା।

ରାଜ୍ୟ ନିର୍ବାଚନ କମିଶନ ବିଜ୍ଞପ୍ତି ଅନୁଯାୟୀ, ୪୩ ସରପଞ୍ଚ, ୨୭୨ ୱାର୍ଡସଭ୍ୟ ପାଇଁ ହୋଇଥାନ୍ତା ଉପନିର୍ବାଚନ। ଏଥିପାଇଁ ଆସନ୍ତାକାଲି ସକାଳ ୧୦ଟାରେ ବ୍ଳକ, ପଞ୍ଚାୟତ ଓ ୱାର୍ଡରେ ଉପନିର୍ବାଚନ ପାଇଁ ନୋଟିସ୍ ଜାରି ହୋଇଥାନ୍ତା। ଜୁନ୍ ୨୬, ୨୮,୨୯ , ୩୦ ଓ ୩୧ ତାରିଖ ଦିନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ନାମାଙ୍କନପତ୍ର ଦାଖଲ ହୋଇଥାନ୍ତା।

ତେବେ ପରବର୍ତ୍ତୀ ନିର୍ବାଚନ ତାରିଖ ଘୋଷଣା ହୋଇନାହିଁ। ପୂର୍ବରୁ ଯେଉଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା ତାହା ରଦ୍ଦ କରିଦିଆଯାଇଛି। ଆଗକୁ ନୂତନ ବିଜ୍ଞପ୍ତି ଦିଆଯିବ, ସେହି ସମୟରେ ଉପନିର୍ବାଚନର ନୂତନ ତାରିଖ ଘୋଷଣା କରାଯିବ।

Leave A Reply

Your email address will not be published.