ପ୍ରମୁଖ ଖବର

ଓଡ଼ିଶାରେ ମତଦାତା ଯାଞ୍ଚ ଅଭିଯାନ ଶେଷ ପର୍ଯ୍ୟାୟରେ
ଫ୍ରାନ୍ସରେ ‘ଭାରତ ଇନୋଭେଟ୍ସ ୨୦୨୬’, ବିଶ୍ୱ ମଞ୍ଚରେ ଭାରତୀୟ ଷ୍ଟାର୍ଟଅପ୍
ଡ୍ରୋନ୍‌ରେ ଚିଠି ଓ ପାର୍ସଲ୍ ପରିବହନ: ୨ ଘଣ୍ଟାର କାମ ୭ ମିନିଟ୍‌ରେ
ଝାଡ଼ଖଣ୍ଡର ବନ୍ଦ କୋଇଲା ଖଣିରେ ବିଷାକ୍ତ ଗ୍ୟାସ ଲିକ୍; ୪ ଜଣଙ୍କ ମୃତ୍ୟୁ
ବୁର୍ଲାରେ ଏମସିଏଲ୍ ମହିଳା କର୍ମଚାରୀଙ୍କ ମୃତଦେହ ଉଦ୍ଧାର; ଆତ୍ମହତ୍ୟା ସନ୍ଦେହ
୨୦ରେ ରାଇରଙ୍ଗପୁର ଆସିବେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
ଧୀରଜ ସେଠ୍‌ ହେବେ ପରବର୍ତ୍ତୀ ସ୍ଥଳସେନା ମୁଖ୍ୟ
ଆସାମର ଜୋରହାଟରେ IAF AN-32 ବିମାନ ଦୁର୍ଘଟଣା; ୫ ବାୟୁସେନା କର୍ମଚାରୀଙ୍କ ମୃତ୍ୟୁ
ଜାମିନ୍ ଖାରଜ ପରେ ଜେଲ୍ ଗଲେ ତିଖିରି ସରପଞ୍ଚ ଚାମେଲି ଓଝା
ଓଡ଼ିଆ ଉଚ୍ଚାରଣ ଅନୁଯାୟୀ ବଦଳିବ ୬୪ ସ୍ଥାନର ଇଂରାଜୀ ନାମ; ରାଜ୍ୟ କ୍ୟାବିନେଟ୍‌ର ମଞ୍ଜୁରି

୪ ରାଜ୍ୟର ୫ ବିଧାନସଭା ଆସନ ପାଇଁ ଉପନିର୍ବାଚନ ତାରିଖ ଘୋଷଣା

0

ନୂଆଦିଲ୍ଲୀ: ଚାରି ରାଜ୍ୟର ପାଞ୍ଚ ବିଧାନସଭା ଆସନ ପାଇଁ ହେବାକୁ ଯାଉଛି ଉପନିର୍ବାଚନ। ବିଧାୟକମାନଙ୍କ ଇସ୍ତଫା କିମ୍ବା ମୃତ୍ୟୁ ଯୋଗୁଁ ଖାଲିପଡ଼ିଥିବା ଆସନଗୁଡ଼ିକ ପାଇଁ ଉପନିର୍ବାଚନ ତାରିଖ ଘୋଷଣା କରାଯାଇଛି। ଭାରତୀୟ ନିର୍ବାଚନ କମିସନ ଗୁଜରାଟ, କେରଳ, ପଞ୍ଜାବ ଏବଂ ପଶ୍ଚିମବଙ୍ଗର ପାଞ୍ଚଟି ବିଧାନସଭା ଆସନରେ ଉପନିର୍ବାଚନ ଘୋଷଣା କରିଛନ୍ତି। ଏହି ଉପନିର୍ବାଚନଗୁଡ଼ିକ ଆସନ୍ତା ୧୯ ଜୁନରେ ମତଦାନ ହେବ। ୨୩ରେ ଫଳାଫଳ ପ୍ରକାଶ ପାଇବ।

ସୂଚନା ଯୋଗ୍ୟ; ଗୁଜରାଟର କଡି ଏବଂ ବିସାବାଦର ଆସନରେ ନିର୍ବାଚନ ଅନୁଷ୍ଠିତ ହେବ। କଡି ବିଧାୟକ କର୍ସନଭାଇ ପଞ୍ଜାଭାଇ ସୋଲଙ୍କୀଙ୍କ ବିୟୋଗ ହୋଇଥିବାରୁ ଏହି ଆସନ ଖାଲି ପଡିଛି। ସେହିପରି ବିସାବଦର ନିର୍ବାଚନ ମଣ୍ଡଳୀରୁ ବିଧାୟକ ହୋଇଥିବା ଭୟାନୀ ଭୂପେନ୍ଦ୍ରଭାଇଙ୍କ ଇସ୍ତଫା ପରେ ଏହି ଆସନ ଖାଲି ପଡିଛି। ସେହିପରି କେରଳର ନିଲାମ୍ବୁର ଆସନ, ପଞ୍ଜାବର ଲୁଧିଆନା ଏବଂ ପଶ୍ଚିମବଙ୍ଗର କାଲିଗଞ୍ଜ ଆସନରେ ମଧ୍ୟ ଉପନିର୍ବାଚନ ଅନୁଷ୍ଠିତ ହେବ। ୨୩ରେ ଫଳାଫଳ ପ୍ରକାଶ ପାଇବ ବୋଲି ଭାରତୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

ନିର୍ବାଚନ କମିସନଙ୍କ ଅନୁଯାୟୀ, ଏହି ସମସ୍ତ ଅଞ୍ଚଳରେ ନିର୍ବାଚନ ପାଇଁ ପ୍ରସ୍ତୁତି ସମାପ୍ତ ହୋଇଛି। ଅର୍ଥାତ୍ ଭୋଟଦାନ ପାଇଁ ସମସ୍ତ ବ୍ୟବସ୍ଥା ସରିଛି। ଶାନ୍ତିପୂର୍ଣ୍ଣ ଏବଂ ନିରପେକ୍ଷ ନିର୍ବାଚନ ସୁନିଶ୍ଚିତ କରିବା ପାଇଁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନିଆଯିବ। ଅର୍ଥାତ୍, କୌଣସି ପ୍ରକାରର ବିଶୃଙ୍ଖଳାକୁ ରୋକିବା ପାଇଁ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ। ଏହି ଉପନିର୍ବାଚନର ଫଳାଫଳ ଏହି ରାଜ୍ୟଗୁଡ଼ିକର ରାଜନୀତିରେ କିଛି ପରିବର୍ତ୍ତନ ଆଣିପାରେ। ଏହି ଆସନଗୁଡ଼ିକ କେଉଁ ଦଳ ଜିତିବ ତାହା ଦେଖିବାକୁ ବାକି ରହିଲା।

Leave A Reply

Your email address will not be published.