ପ୍ରମୁଖ ଖବର

ପିକନିକ ହେଲା କାଳ: ଦିଭେଗାର ସମୁଦ୍ରରେ ବୁଡି ୮ ଛାତ୍ର ମୃତ
ଦେଶରେ ଆଉ ୫୦ ଲକ୍ଷ ଘରକୁ ପିଏନଜି, ଆରମ୍ଭ ହେଲା ‘ନ୍ୟାସନାଲ ପିଏନଜି ଡ୍ରାଇଭ୍‌ ୩.୦’
ଟ୍ରକ୍‌ ବନ୍ଧକ ରଖି ପୁଅକୁ ପଠାଇଲେ, କାନାଡାରେ ସ୍ୱର୍ଣ୍ଣ ଜିତିଲେ ମହେଶ
ପିୟୁସିସି ନଥିଲେ ପେଟ୍ରୋଲ-ଡିଜେଲ ମନା, ଦିଲ୍ଲୀରେ ଲାଗୁ ହେଲା କଡ଼ା ନିୟମ
୧.୦୩ କୋଟିର ଚୀନ୍ ଡ୍ରୋନ୍ ଜବତ, ୩ ଯାତ୍ରୀ ଅଟକ

ଗ୍ରାମ୍ୟ ଉନ୍ନୟନ ବିଭାଗ କର୍ମଚାରୀମାନଙ୍କୁ ସାଢ଼େ ୫ ପୂର୍ବରୁ ଅଫିସ ଛାଡ଼ିବା ମନା

0

ଭୁବନେଶ୍ବର: ଗ୍ରାମ୍ୟ ଉନ୍ନୟନ ବିଭାଗ କର୍ମଚାରୀଙ୍କ ପାଇଁ ଜାରି ହେଲା ନିର୍ଦ୍ଦେଶନାମା। ସକାଳ ୧୦ଟା ସୁଦ୍ଧା ଅଫିସ୍ ଆସିବେ ଏବଂ ସନ୍ଧ୍ୟା ୫ଟା ୩୦ ପରେ ଘରକୁ ଯିବେ। ସମସ୍ତ କର୍ମଚାରୀଙ୍କୁ ସର୍ବନିମ୍ନ ୭ ଘଣ୍ଟା ୩୦ ମିନିଟ୍ କାର୍ଯ୍ୟାଳୟରେ ଉପସ୍ଥିତ ରହିବାକୁ ପଡିବ। ସମସ୍ତ କର୍ମଚାରୀଙ୍କ ବାୟୋମେଟ୍ରିକ ବାଧ୍ୟତାମୂଳକ କରାଯାଇଛି। କେଉଁ ସମୟରେ କର୍ମଚାରୀ କାର୍ଯ୍ୟଳୟରେ ପହଞ୍ଚିଲେ କେତେବେଳେ କାର୍ଯ୍ୟଳୟରୁ ବାହାରିଲେ ସମସ୍ତ ତଥ୍ୟ ବାୟୋମେଟ୍ରିକ ମାଧ୍ୟମରେ ମିଳିବ। ଏନେଇ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ସେହିପରି କାର୍ଯ୍ୟ ସମୟ ୪ ଘଣ୍ଟାରୁ କମ୍ ହେଲେ ଗୋଟିଏ ଦିନର ଛୁଟି କାଟି ଦିଆଯିବ। ଗୋଟିଏ ମାସରେ ତିନି ଦିନ ବିଳମ୍ବରେ ଉପସ୍ଥିତ ରହିଲେ ଗୋଟିଏ ଦିନର ଛୁଟି ବାତିଲ ହେବ। ଦିନ ୧୧ଟା ପରେ ଅଫିସକୁ ଆସିଲେ ସେଦିନ ଛୁଟି ବୋଲି ଧରାଯିବ। ଯଦି ହଠାତ କୌଣସି କର୍ମଚାରୀଙ୍କ ସ୍ୱାସ୍ଥ୍ୟ କିମ୍ବା କିଛି ଜରୁରୀ କାମ ରୁହେ। ତେବେ ସେମାନେ ଉପରିସ୍ଥ କର୍ମଚାରୀଙ୍କୁ ଲିଖିତ ଆକାରରେ ଜଣାଇବେ।

Leave A Reply

Your email address will not be published.