ଭୁବନେଶ୍ବର: ଛାତ୍ରୀଛାତ୍ରଙ୍କ ପାଇଁ ଉଚ୍ଚ ଶିକ୍ଷା ବିଭାଗ ସୋମବାର ଏକ ବଡ଼ ପଦକ୍ଷେପ ନେଇଛି। ରାଜ୍ୟରେ ଯୁକ୍ତ ତିନି ନାମଲେଖା ପାଇଁ ଫର୍ମ ଦାଖଲ ଅବଧି ବୃଦ୍ଧି କରିଛି ଉଚ୍ଚଶିକ୍ଷା ବିଭାଗ। ଜୁନ ୪ତାରିଖ ରାତି ୧୧ଟା ୪୫ମିନିଟ୍ ଯାଏଁ ଛାତ୍ରଛାତ୍ରୀ ମାନେ ଫର୍ମ ଦାଖଲ କରିପାରିବେ।
ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଅବଧି ବଢାଇବାକୁ ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ଦୀର୍ଘ ଦିନ ହେବ ଦାବି କରୁଥିଲେ। ଦାବିକୁ ଦୃଷ୍ଟିରେ ରଖି ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଏନେଇ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଖୁସିର ମାହୋଲ ଦେଖାଦେଇଛି।
ଯୁକ୍ତ ୩ ନାମଲେଖା ପାଇଁ ଆବେଦନ କରିବା ଲାଗି ମେ ୨୦ ଶେଷ ତାରିଖ ଥିଲା। ଯୁକ୍ତ ଦୁଇ ରେଜଲ୍ଟ ବାହାରି ନଥିବାରୁ ପିଲାମାନେ ଯୁକ୍ତ ୩ ପାଇଁ ଆବେଦନ କରିବାରେ ବାଧା ଉପୁଜିଥିଲା। ଏଣୁ ଅନେକ ଅଭିଯୋଗ ମଧ୍ୟ ଆସୁଥିଲା। ଯାହାକୁ ନେଇ ଗଣଶିକ୍ଷା ମନ୍ତ୍ରୀ ଓ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ପରେ ଅବଧି ବୃଦ୍ଧି ପାଇଁ ନିଷ୍ପତ୍ତି ହୋଇଥିଲା।
ପ୍ରମୁଖ ଖବର
ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା