ପ୍ରମୁଖ ଖବର

MKCG ନର୍ସିଂ ହଷ୍ଟେଲରେ ଅଗ୍ନିକାଣ୍ଡ, ଗ୍ୟାସ୍‌ ଲିକ୍‌ରୁ ନିଆଁ ଲାଗିଥିବା ସୂଚନା
୪୧ ଲକ୍ଷରୁ ଅଧିକ ଚାଷୀଙ୍କୁ ମିଳିଲା ମୁଖ୍ୟମନ୍ତ୍ରୀ-କିଷାନ ଯୋଜନାର ପଞ୍ଚମ କିସ୍ତି
ନୟାଗଡ଼ରେ ଭୟଙ୍କର ବସ୍‌ ଦୁର୍ଘଟଣା: ଗଛରେ ପିଟିହେଲା ବସ୍‌, ଚାଳକ ମୃତ
ପାଟନାରେ ବନ୍ୟା ବିଭୀଷିକା: ଘରେ ପଶିଲା ପାଣି, ରାସ୍ତାଘାଟ ଜଳମଗ୍ନ
ଅଗ୍ନି ନିରାପତ୍ତା ଉଲ୍ଲଂଘନ ଉପରେ କଡ଼ା ନଜର
ଟ୍ରାଫିକ ନିୟମ ଭାଙ୍ଗିଲେ ଡିଏଲରୁ କଟିବ ପଏଣ୍ଟ, ବାତିଲ ହୋଇପାରେ ଲାଇସେନ୍ସ

ଅନଲାଇନ୍ ଗେମରେ ୫ ଲକ୍ଷ ହାରି ଆତ୍ମହତ୍ୟା କଲେ ଦମ୍ପତି

0

ରାଜସ୍ଥାନ:ରାଜସ୍ଥାନର କୋଟାରୁ ଏକ ଦମ୍ପତି ଏକ ଅନଲାଇନ୍ ଗେମିଂ ଆପରେ ୫ ଲକ୍ଷ ଟଙ୍କା ହରାଇବା ପରେ ହତାଶ ହୋଇ ଆତ୍ମହତ୍ୟା କରିଛନ୍ତି। ଜୀବନ ହାରିଥିବା ଦମ୍ପତି ହେଲେ କୋଟାର ଖେଡ଼ା ରାମନୁର ଗାଁ ସ୍ଥିତ ଦୀପକ ରାଠୋଡ଼ ଓ ତାଙ୍କ ପତ୍ନୀ କ୍ରୀଷ୍ଣା ରାଠୋଡ଼। ଉଭୟ ନିଜ ଘରେ ରଶି ଲଗାଇ ଜୀବନ ହାରିଛନ୍ତି।

ମିଳିଥିବା ସୂଚନା ମୁତାବକ, ରବିବାର ଦୀପକ ମାର୍କେଟରୁ ଏକ ରଶି କିଣିକି ଆଣିଥିଲେ ଉଭୟ ସ୍ବାମୀ ସ୍ତ୍ରୀ ଖାଇସାରିବା ପରେ ଘରେ ଶୋଇବାକୁ ଯିବା ଆଳରେ କବାଟ ବନ୍ଦ କରି ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ସକାଳୁ କବଟ ନ ଖୋଲିବାରୁ କବାଟ ବାଡେଇ ଥିଲେ ପରିବାର ଲୋକେ ଏହି ସମୟରେ ତାଙ୍କର ୫ ବର୍ଷର ଝିଅ କବାଟ ଖୋଲିଥିଲା। ଏହାପରେ ଉଭୟଙ୍କୁ ରଶିରେ ଝୁଲୁଥିବାର ଦେଖି ପୋଲିସକୁ ଖବର ଦେଇଥିଲେ ପରିବାର ଲୋକେ। ପରିବାର ଲୋକ କହିଛନ୍ତି ଯେ, ଦୀପକ ନିକଟରେ ଏକ ଅନଲାଇନ୍ ଗେମିଂ ଆପରେ ପାଖାପାଖି ୫ ଲକ୍ଷ ଟଙ୍କା କ୍ଷତି ସହିଥିଲେ। ସେ ଅନେକ ସମୟରେ ମାନସିକ ଅବସାଦରେ ରହୁଥିଲେ।

Leave A Reply

Your email address will not be published.