ପ୍ରମୁଖ ଖବର

ପୂର୍ବତନ ବିଧାୟକ କାହ୍ନୁ ଚରଣ ନାଏକଙ୍କ ୭୯ ବର୍ଷରେ ପରଲୋକ
ଅମିତାଭଙ୍କ ‘ଜଲ୍‌ସା’କୁ ବୋମାରେ ଉଡ଼ାଇବା ଧମକ, ଟାର୍ଗେଟ୍‌ରେ ଦିଲଜିତ ଦୋସାଞ୍ଜ
ଅରୁଣାଚଳରେ ଭାରତ-ଚୀନ୍‌ ସୈନିକ ମୁହାଁମୁହିଁ
୨୯ରୁ ଓସିଏସ୍‌ ମୁଖ୍ୟ ପରୀକ୍ଷା, ଆଜିଠୁ ମିଳିବ ଆଡମିଟ୍‌ କାର୍ଡ
ଏସିଆନ ପାରା ଗେମ୍ସ: ପ୍ରମୋଦଙ୍କୁ ହରାଇ ସ୍ୱର୍ଣ୍ଣ ଜିତିଲେ ନିତେଶ

ଅନଲାଇନ୍ ଗେମରେ ୫ ଲକ୍ଷ ହାରି ଆତ୍ମହତ୍ୟା କଲେ ଦମ୍ପତି

0

ରାଜସ୍ଥାନ:ରାଜସ୍ଥାନର କୋଟାରୁ ଏକ ଦମ୍ପତି ଏକ ଅନଲାଇନ୍ ଗେମିଂ ଆପରେ ୫ ଲକ୍ଷ ଟଙ୍କା ହରାଇବା ପରେ ହତାଶ ହୋଇ ଆତ୍ମହତ୍ୟା କରିଛନ୍ତି। ଜୀବନ ହାରିଥିବା ଦମ୍ପତି ହେଲେ କୋଟାର ଖେଡ଼ା ରାମନୁର ଗାଁ ସ୍ଥିତ ଦୀପକ ରାଠୋଡ଼ ଓ ତାଙ୍କ ପତ୍ନୀ କ୍ରୀଷ୍ଣା ରାଠୋଡ଼। ଉଭୟ ନିଜ ଘରେ ରଶି ଲଗାଇ ଜୀବନ ହାରିଛନ୍ତି।

ମିଳିଥିବା ସୂଚନା ମୁତାବକ, ରବିବାର ଦୀପକ ମାର୍କେଟରୁ ଏକ ରଶି କିଣିକି ଆଣିଥିଲେ ଉଭୟ ସ୍ବାମୀ ସ୍ତ୍ରୀ ଖାଇସାରିବା ପରେ ଘରେ ଶୋଇବାକୁ ଯିବା ଆଳରେ କବାଟ ବନ୍ଦ କରି ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ସକାଳୁ କବଟ ନ ଖୋଲିବାରୁ କବାଟ ବାଡେଇ ଥିଲେ ପରିବାର ଲୋକେ ଏହି ସମୟରେ ତାଙ୍କର ୫ ବର୍ଷର ଝିଅ କବାଟ ଖୋଲିଥିଲା। ଏହାପରେ ଉଭୟଙ୍କୁ ରଶିରେ ଝୁଲୁଥିବାର ଦେଖି ପୋଲିସକୁ ଖବର ଦେଇଥିଲେ ପରିବାର ଲୋକେ। ପରିବାର ଲୋକ କହିଛନ୍ତି ଯେ, ଦୀପକ ନିକଟରେ ଏକ ଅନଲାଇନ୍ ଗେମିଂ ଆପରେ ପାଖାପାଖି ୫ ଲକ୍ଷ ଟଙ୍କା କ୍ଷତି ସହିଥିଲେ। ସେ ଅନେକ ସମୟରେ ମାନସିକ ଅବସାଦରେ ରହୁଥିଲେ।

Leave A Reply

Your email address will not be published.