ପ୍ରମୁଖ ଖବର

୫ ବର୍ଷରେ ଓଡ଼ିଶାରେ ୨୦ ଲକ୍ଷ ନିଯୁକ୍ତି ସୃଷ୍ଟି ଲକ୍ଷ୍ୟ: ମୁଖ୍ୟମନ୍ତ୍ରୀ
ପତାକା ଉତ୍ତୋଳନ ବେଳେ ବିଦ୍ୟୁତ୍ ସଂସ୍ପର୍ଶରେ କ୍ରୀଡ଼ା ଶିକ୍ଷକଙ୍କ ମୃତ୍ୟୁ
ଧାନ କିଣାକୁ ନେଇ ଚାଷୀଙ୍କ ଦ୍ୱନ୍ଦ୍ୱ ଦୂର, ଚଳିତ ବର୍ଷ ବି ରହିବ ପି-ପାସ୍ ପଞ୍ଜୀକରଣ
ଜୁଜୁମୁରାରେ ମର୍ମନ୍ତୁଦ ଦୁର୍ଘଟଣା: ସରକାରୀ ବସ୍‌-ଟ୍ରକ୍‌ ଧକ୍କାରେ ୨ ମୃତ, ୧୧ ଆହତ
ପତାକା ଉତ୍ତୋଳନ ବେଳେ ବିଦ୍ୟୁତ୍ ସଂସ୍ପର୍ଶରେ କ୍ରୀଡ଼ା ଶିକ୍ଷକଙ୍କ ମୃତ୍ୟୁ
ଅଲୱାରର ତେଲ ପ୍ୟାକିଂ କାରଖାନାରେ ଭୟାବହ ଅଗ୍ନିକାଣ୍ଡ
ଶ୍ରୀମନ୍ଦିରରେ ପ୍ରବଳ ଭିଡ଼ ଭିତରେ ଅଘଟଣ, ବୟସ୍କ ଶ୍ରଦ୍ଧାଳୁଙ୍କ ମୃତ୍ୟୁ
୨୦୪୭ ସୁଦ୍ଧା ଭାରତ ବିକଶିତ ରାଷ୍ଟ୍ର ହେବ: ପ୍ରଧାନମନ୍ତ୍ରୀ

ମାଓବାଦୀ ବିସ୍ଫୋରକ ସାମଗ୍ରୀ ଲୁଟ୍‌ ଘଟଣା, ଗୋଦାମ ମାଲିକ ଗିରଫ

0

ସୁନ୍ଦରଗଡ: ମାଓବାଦୀ ୪ ଟନ୍‌ ବିସ୍ଫୋରକ ସାମଗ୍ରୀ ଲୁଟ୍‌ ଘଟଣାରେ ବଡ଼ଗାଁର ବିସ୍ଫୋରକ ଗୋଦାମ ମାଲିକ ଶ୍ରବଣ ଅଗ୍ରୱାଲ ଗିରଫ। ଗୋଦାମ ମାଲିକଙ୍କୁ ଅଟକ ରଖି ପଚରାଉଚରା କରୁଥିଲା ଏସଆଇଟି। ରଘୁନାଥପାଲି ଥାନାରେ ଅଟକ ରଖି ପଚରାଉଚରା କରୁଥିଲା ଏସଆଇଟି।

ବିସ୍ଫୋରକ ସାମଗ୍ରୀ ନେଇଯାଇଥିବା ଟ୍ରକ୍‌ ଡ୍ରାଇଭର ମଧ୍ୟ ଅଟକ ରହିଥିବା ସୂଚନା ରହିଛି। ପୂର୍ବରୁ ବିସ୍ଫୋରକ ଗୋଦାମକୁ ସିଲ୍‌ କରିଛି ସୁନ୍ଦରଗଡ଼ ପୋଲିସ। ସୂଚନା ଥାଉକି କେ.ବଲାଙ୍ଗ ଥାନା ଅନ୍ତର୍ଗତ ବାଙ୍କୋ ପଥର ଖଣିକୁ ସୁନ୍ଦରଗଡ଼ ବଡ଼ଗାଁରୁ ଆସୁଥିବା ବିସ୍ଫୋରକ ବୋଝେଇ ଗାଡ଼ି ଲୁଟ୍‌ ହୋଇଥିଲା। ସୁନ୍ଦରଗଡରୁ ବାଙ୍କୋ ପଥର ଖଣିକୁ ଆସିବାବେଳେ ପ୍ରାୟ ୩୦ରୁ ୪୦ ମାଓବାଦୀ ଟ୍ରକରେ ଆସୁଥିବା ୪ଟନ୍‌ ବିସ୍ଫୋରକ ଲୁଟ ହୋଇଥିଲା।

ଲୁଟ୍ ଘଟଣାର ତଦନ୍ତ ପାଇଁ ମେ ୩୦ ତାରିଖରେ ଗଠନ ହୋଇଥିଲା ଏସଆଇଟି। ଶୁକ୍ରବାର ସର୍ଚ୍ଚ ଅପରେସନ ସମୟରେ କିଛି ବିସ୍ଫୋରକ ଉଦ୍ଧାର ହୋଇଥିଲା। ଶନିବାର ମଧ୍ୟ ସର୍ଚ୍ଚ ଅପରେସନ ଜାରି ଥିଲା। ତେବେ ଓଡ଼ିଶା ପୋଲିସ ଡିଜି ୱାଇ.ବି ଖୁରାନିଆ କହିଥିଲେ ଯେ, ‘ମାଓବାଦୀ ମାନେ ଲୁଟ କରି ନେଇଯାଇଛନ୍ତି ବିସ୍ଫୋରକ ସାମଗ୍ରୀ। କିଛି ବିସ୍ଫୋରକ ସାମଗ୍ରୀ ଉଦ୍ଧାର ହୋଇଛି। ବିସ୍ଫୋରକ ସାମଗ୍ରୀ ଖୋଜିବାକୁ ବଡ ଅପରେସନ ଜାରି ରହିଛି। ସିଆରପିଏଫ ଓ ଅନ୍ୟାନ୍ୟ କେନ୍ଦ୍ରୀୟ ସୁରକ୍ଷା ଦଳ ଏହି ଅପରେସନରେ ସାମିଲ ଅଛନ୍ତି। ପଡୋଶୀ ରାଜ୍ୟର ସହଯୋଗ ନିଆଯାଉଛି। ସମସ୍ତ ବିସ୍ଫୋରକ ସାମଗ୍ରୀ ଜବତ ହେବା ପର୍ଯ୍ୟନ୍ତ ଅପରେସନ ଚାଲିବ।’ ଘଟଣାକୁ ନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ମଧ୍ୟ ଅବଗତ କରାଯାଇଛି। ପୋଲିସ ଡିଜି ଭିସି ଯୋଗେ ଏ ପ୍ରସଙ୍ଗରେ ଆଲୋଚନା କରିଛନ୍ତି।

Leave A Reply

Your email address will not be published.