ପ୍ରମୁଖ ଖବର

ଡିଜିପି ଚୟନ ମାମଲାରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ଜେଲ୍ ଡିଜିପି
ନେପାଳରେ ବନ୍ୟା ମୃତକଙ୍କ ପାଇଁ ଜାତୀୟ ଶୋକ, ୧୩୫୩ ମୃତଦେହ ଉଦ୍ଧାର
ଗୁଜରାଟ-ମହାରାଷ୍ଟ୍ର ଗସ୍ତରେ ମୋଦୀ, ଉଦ୍‌ଘାଟନ କରିବେ ବଡ଼ ପ୍ରକଳ୍ପ
ଗୁଜରାଟ-ମହାରାଷ୍ଟ୍ର ଗସ୍ତରେ ମୋଦୀ, ଉଦ୍‌ଘାଟନ କରିବେ ବଡ଼ ପ୍ରକଳ୍ପ
୬ଟି ଆସନରେ ଉପନିର୍ବାଚନ: ଅକ୍ଟୋବର ୬ରେ ଭୋଟ, ୯ରେ ଗଣତି
ଏଲପିଜି ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି, ଏଣିକି ୨୫ ଦିନରେ ବୁକ୍ ହେବ ସିଲିଣ୍ଡର
ତୀର୍ଥଯାତ୍ରୀଙ୍କ ଟ୍ରକ୍ ଓଲଟି ୧୨ ମୃତ, ୨୨ ଆହତ
ଦଶମ-ଦ୍ୱାଦଶ ପାଇଁ ଗୋଟିଏ ବୋର୍ଡ, ବଦଳିବ BSE-CHSE ବ୍ୟବସ୍ଥା

୭ ବିଭାଗର ୧୨୯୪ ଜଣ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ

0

ଭୁବନେଶ୍ୱର: ଭୁବନେଶ୍ୱର ଚନ୍ଦ୍ରଶେଖରପୁର ରେଳ ଅଡିଟୋରିୟମରେ ଶୁକ୍ରବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୭ ବିଭାଗର ୧୨୯୪ ଜଣ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି। ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ୮୨୬, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରେ ୧୭୮ ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି।

ଏହା ସହ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସହକାରୀ ପ୍ରାଧ୍ୟାପକ, କ୍ଲିନିକାଲ ମନୋବିଜ୍ଞାନୀ, ମନସ୍ତତ୍ୱ ସାମାଜିକ କର୍ମୀ, ନର୍ସିଂ ଅଫିସର ଏବଂ ଡ୍ରଗ ଇନସପେକ୍ଟର ପଦବୀକୁ ମିଶାଇ ସମୁଦାୟ ୨୨୪ଟି ପଦବୀ, ବାଣିଜ୍ୟ ଓ ପରିବହନ ବିଭାଗରେ ମୋଟର ଯାନ କନିଷ୍ଠ ନୀରିକ୍ଷକ ଓ ଟ୍ରାଫିକ କନେଷ୍ଟବଳଙ୍କୁ ମିଶାଇ ସମୁଦାୟ ୬୩ଟି ପଦବୀ, ଦକ୍ଷତା ବିକାଶ ବିଭାଗର ୮୧ଟି ଅଧ୍ୟାପକ ପଦବୀ, ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗର ୪୯ଟି ଗ୍ରାମପଞ୍ଚାୟତ ଉନ୍ନୟନ ଅଧିକାରୀ ପଦବୀ, ଅବକାରୀ ବିଭାଗର ୩୨ଟି ଅବକାରୀ ଉପନିରୀକ୍ଷକ ପଦବୀ, ଶ୍ରମ ବିଭାଗର ୧୯ଟି ବିଭିନ୍ନ ପଦବୀରେ ନିଯୁକ୍ତି ଦିଆଯାଇଛି।
ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବନିଯୁକ୍ତଙ୍କୁ ଉଦବୋଧନ ଦେଇ କହିଛନ୍ତି, ଆମ ସରକାର ଆସିବା ଦିନଠାରୁ ଉଭୟ ସରକାରୀ ଓ ବେସରକାରୀ କ୍ଷେତ୍ରରେ ରୋଜଗାର ସୃଷ୍ଟିକୁ ଗୁରୁତ୍ୱ ଦେଉଛି। ପାଞ୍ଚବର୍ଷ ମଧ୍ୟରେ ଦେଢ ଲକ୍ଷ ସରକାରୀ ପଦବୀ ପୂରଣ କରିବା ଆମର ଲକ୍ଷ୍ୟ ରହିଛି। ପ୍ରଥମ ଦୁଇ ବର୍ଷରେ ୬୫ ହଜାର ପଦବୀ ପୂରଣ ହେବ। ଏହି କ୍ରମରେ ଆଜିକୁ ମିଶାଇ ୨୭,୪୨୮ଟି ସରକାରୀ ପଦବୀ ପୂରଣ କରାଗଲା। ଏହି ସବୁ ପଦକ୍ଷେପରେ ଆମ ସରକାରଙ୍କ ବିଚାରଧାରା ପ୍ରତିଫଳିତ ହେଉଛି। ଆଗାମୀ ଦିନରେ ଆହୁରି ନିଯୁକ୍ତି ଆସିବ ସେଥିପାଇଁ ଆମର ପ୍ରକ୍ରିୟା ଜାରି ରହିଛି। ଏହା ସହ ବାପା ମାଆଙ୍କ ଆଶୀର୍ବାଦରେ ଆପଣ ମାନେ ଏହି ଚାକିରୀ ପାଇଛନ୍ତି। ତାଙ୍କ ସେବା

ସବୁବେଳେ କରୁଥିବେ। ପରିବାର ଲୋକଙ୍କ ମନରେ କେବେହେଲେ କଷ୍ଟ ଦେବେ ନାହିଁ। ଆମ ସମାଜରେ ଗରିବ ଲୋକମାନେ ବହୁ କଷ୍ଟରେ ଅଛନ୍ତି, ସେମାନଙ୍କୁ ଠିକ୍ ସମୟରେ ନ୍ୟାୟ ଦେବାକୁ କେବେ ଭୁଲିବେ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ବିଭିନ୍ନ ବିଭାଗର ନବନିଯୁକ୍ତ ୧,୨୯୪ ଜଣ ଅଧିକାରୀ ଓ କର୍ମଚାରୀ ମାନଙ୍କୁ ଏହି ଦୁଇଟି ମହତ୍ତ୍ୱପୂର୍ଣ୍ଣ ଉପଦେଶ ଦେଇଛନ୍ତି।

Leave A Reply

Your email address will not be published.