ପ୍ରମୁଖ ଖବର

ଡିଜିପି ଚୟନ ମାମଲାରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ଜେଲ୍ ଡିଜିପି
ନେପାଳରେ ବନ୍ୟା ମୃତକଙ୍କ ପାଇଁ ଜାତୀୟ ଶୋକ, ୧୩୫୩ ମୃତଦେହ ଉଦ୍ଧାର
ଗୁଜରାଟ-ମହାରାଷ୍ଟ୍ର ଗସ୍ତରେ ମୋଦୀ, ଉଦ୍‌ଘାଟନ କରିବେ ବଡ଼ ପ୍ରକଳ୍ପ
ଗୁଜରାଟ-ମହାରାଷ୍ଟ୍ର ଗସ୍ତରେ ମୋଦୀ, ଉଦ୍‌ଘାଟନ କରିବେ ବଡ଼ ପ୍ରକଳ୍ପ
୬ଟି ଆସନରେ ଉପନିର୍ବାଚନ: ଅକ୍ଟୋବର ୬ରେ ଭୋଟ, ୯ରେ ଗଣତି
ଏଲପିଜି ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି, ଏଣିକି ୨୫ ଦିନରେ ବୁକ୍ ହେବ ସିଲିଣ୍ଡର
ତୀର୍ଥଯାତ୍ରୀଙ୍କ ଟ୍ରକ୍ ଓଲଟି ୧୨ ମୃତ, ୨୨ ଆହତ
ଦଶମ-ଦ୍ୱାଦଶ ପାଇଁ ଗୋଟିଏ ବୋର୍ଡ, ବଦଳିବ BSE-CHSE ବ୍ୟବସ୍ଥା

ସରକାରୀ କର୍ମଚାରୀଙ୍କ ପାଇଁ ବାୟୋମେଟ୍ରିକ୍‌ ସହ ସାଢେ଼ ୭ଘଣ୍ଟା କାର୍ଯ୍ୟ ବାଧ୍ୟତାମୂଳକ

0

ଭୁବନେଶ୍ବର: ଅଫିସକୁ ଆଉ ମନଇଚ୍ଛା ଆସିପାରିବେ ନାହିଁ ସରକାରୀ କର୍ମଚାରୀ। ଏଣିକି ବାୟୋମେଟ୍ରିକ୍‌ ଉପସ୍ଥାନ ସହ ସାଢେ଼ ୭ଘଣ୍ଟା କାର୍ଯ୍ୟ କରିବାକୁ ବାଧ୍ୟତାମୂଳକ କରିଛନ୍ତି ସରକାର। ଠିକ୍‌ ସମୟରେ ଅଫିସରେ ପହଞ୍ଚି ବାୟୋମେଟ୍ରିକ୍‌ ଦେବାକୁ ପଡ଼ିବ ଓ ସାଢେ଼ ସାତଘଣ୍ଟା କାର୍ଯ୍ୟ କରିବାକୁ ହେବ। ସାଧାରଣ ପ୍ରଶାସନ ବିଭାଗ ଜାରି କରିଛି ଏ ସଂକ୍ରାନ୍ତ ନିର୍ଦ୍ଦେଶନାମା।

କର୍ମଚାରୀଙ୍କ ସମୟାନୁବର୍ତ୍ତିତା ଓ ଅଫିସରେ ଠିକ ସମୟରେ ଉପସ୍ଥାନକୁ ରାଜ୍ୟ ସରକାର ସର୍ବାଧିକ ଗୁରୁତ୍ବ ଦେଉଛନ୍ତି। ଯେଉଁ ସବୁ ସରକାରୀ ଅଫିସରେ ବାୟୋମେଟ୍ରିକ ଆଟେଣ୍ଡାନସ ସିଷ୍ଟମ ନାହିଁ ସେଠାରେ ତୁରନ୍ତ ବାୟୋମେଟ୍ରିକ ଉପସ୍ଥାନ ବ୍ୟବସ୍ଥା କରିବାକୁ କୁହାଯାଇଛି । ସବୁ ବିଭାଗ ବାୟୋମେଟ୍ରିକ ବ୍ୟବସ୍ଥା କାର୍ଯ୍ୟକ୍ଷମ ନେଇ ସୁନିଶ୍ଚିତ କରିବାକୁ କୁହାଯାଇଛି।

କନିଷ୍ଠ କର୍ମଚାରୀଙ୍କଠାରୁ ଆରମ୍ଭ କରି ସର୍ବୋଚ୍ଚ ପଦବୀରେ ଥିବା ଅଧିକାରୀଙ୍କ ପାଇଁ ଏହା ଲାଗୁ ହେବ। ଅଫିସକୁ କର୍ମଚାରୀମାନେ ବିଳମ୍ବରେ ଆସୁଥିବା ଅଭିଯୋଗ ହେଉଥିବା ବେଳେ ଏଥିରେ ରୋକ ଲଗାଇବା ପାଇଁ ରାଜ୍ୟ ସରକାରଙ୍କ ସବୁ ଅଫିସରେ ବାୟୋମେଟ୍ରିକ ଉପସ୍ଥାନ ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବ। ଏସଂକ୍ରାନ୍ତ ଡାଟାକୁ ଏନଆଇସି ଦ୍ବାରା ବିକଶିତ ବାୟୋମେଟ୍ରିକ ଆଟେଣ୍ଡାନସ ସିଷ୍ଟମ ପୋର୍ଟାଲକୁ ଲିଙ୍କ କରିବାକୁ କୁହାଯାଇଛି। ସବୁ ସରକାରୀ କର୍ମଚାରୀ ଅଫିସରେ ପହଞ୍ଚିବା ଓ ଅଫିସ ଛାଡ଼ିବା ବେଳେ ବାୟୋମେଟ୍ରିକ ଆଟେଣ୍ଡାନ୍ସ ବ୍ୟବସ୍ଥାରେ ଉପସ୍ଥାନ ଦେବେ।

ଅଫିସ ଛାଡ଼ିବା ସମୟ ରେକର୍ଡିଂ ହୋଇନଥିଲେ ଏହାକୁ ସଂପୃକ୍ତ କର୍ମଚାରୀଙ୍କ ସେହିଦିନ ଅନୁପସ୍ଥିତ ବୋଲି ଧରାଯିବ। ଗୋଟିଏ ମାସରେ ତିନି ଦିନ ସର୍ବାଧିକ ୩୦ ମିନଟ ବିଳମ୍ବକୁ ଛାଡ଼ କରାଯାଇପାରିବ। ତେବେ ଏହାଠାରୁ ଅଧିକ ଦିନ କିମ୍ବା ବିଳମ୍ବରେ ଉପସ୍ଥାନ ପାଇଁ କର୍ମଚାରୀଙ୍କ ସିଏଲ କଟିବ। ତେବେ ରାଜ୍ୟପାଳଙ୍କ ସଚିବାଳୟ, ମୁଖ୍ୟମନ୍ତ୍ରୀଙ୍କ ଅଫିସ ଓ ମନ୍ତ୍ରୀମାନଙ୍କ ଅଫିସରେ ନିୟୋଜିତ କର୍ମଚାରୀଙ୍କୁ ଏଥିରୁ ବାଦ ଦିଆଯାଇଛି। ଆର୍ଟିଫିସିଆଲ ଇଣ୍ଟେଲିଜେନସ କ୍ୟାମେରା ଓ ସବୁ ସରକାରୀ କର୍ମଚାରୀଙ୍କ ଆଟେଣ୍ଡାନସ ତଥ୍ୟ ପାଇଁ ଆରଏଫଆଇଡି ଭିତ୍ତିକ ପରିଚୟପତ୍ର ଲାଗୁ ପାଇଁ ସରକାର ବିଚାର କରୁଛନ୍ତି। ଲୋକସେବା ଭବନ ଓ ଖାରବେଳ ଭବନରେ କାର୍ଯ୍ୟରତ କର୍ମଚାରୀଙ୍କ ପାଇଁ ପାଇଲଟ ପ୍ରକଳ୍ପ ଭାବରେ ଏହାକୁ ଲାଗୁର ଯୋଜନା ରହିଛି।

Leave A Reply

Your email address will not be published.