ପ୍ରମୁଖ ଖବର

ଡିଜିପି ଚୟନ ମାମଲାରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ଜେଲ୍ ଡିଜିପି
ନେପାଳରେ ବନ୍ୟା ମୃତକଙ୍କ ପାଇଁ ଜାତୀୟ ଶୋକ, ୧୩୫୩ ମୃତଦେହ ଉଦ୍ଧାର
ଗୁଜରାଟ-ମହାରାଷ୍ଟ୍ର ଗସ୍ତରେ ମୋଦୀ, ଉଦ୍‌ଘାଟନ କରିବେ ବଡ଼ ପ୍ରକଳ୍ପ
ଗୁଜରାଟ-ମହାରାଷ୍ଟ୍ର ଗସ୍ତରେ ମୋଦୀ, ଉଦ୍‌ଘାଟନ କରିବେ ବଡ଼ ପ୍ରକଳ୍ପ
୬ଟି ଆସନରେ ଉପନିର୍ବାଚନ: ଅକ୍ଟୋବର ୬ରେ ଭୋଟ, ୯ରେ ଗଣତି
ଏଲପିଜି ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି, ଏଣିକି ୨୫ ଦିନରେ ବୁକ୍ ହେବ ସିଲିଣ୍ଡର
ତୀର୍ଥଯାତ୍ରୀଙ୍କ ଟ୍ରକ୍ ଓଲଟି ୧୨ ମୃତ, ୨୨ ଆହତ
ଦଶମ-ଦ୍ୱାଦଶ ପାଇଁ ଗୋଟିଏ ବୋର୍ଡ, ବଦଳିବ BSE-CHSE ବ୍ୟବସ୍ଥା

ପ୍ରଧାନମନ୍ତ୍ରୀଙ୍କୁ ବିମାନ ଦୁର୍ଘଟଣାର କାହାଣୀ କହିଲେ ରମେଶ

0

ଅହମ୍ମଦାବାଦ: ଅହମ୍ମଦାବାଦ ପ୍ଲେନ୍ କ୍ରାସ୍ ଘଟଣାର ଭୟଙ୍କର ଓ ଛାତିଥରା କାହାଣୀ ବଖାଣିଛନ୍ତି ଏକମାତ୍ର ଜୀବିତ ରମେଶ ବିଶ୍ବାସ କୁମାର। ଗୁଜରାଟର ଅହମଦାବାଦରେ ହୋଇଥିବା ବଡ ଧରଣର ବିମାନ ଦୁର୍ଘଟଣାରେ ଅନେକ ଜୀବନ ଚାଲି ଯାଇଛି। ମାତ୍ର ବିମାନରେ ଥିବା ସମସ୍ତ ଯାତ୍ରୀଙ୍କ ମଧ୍ୟରୁ ସୌଭାଗ୍ୟବଶତଃ ଜଣେ ଯାତ୍ରୀଙ୍କ ଜୀବନ ବଞ୍ଚି ଯାଇଛି। ଏହି ବିମାନ ଦୁର୍ଘଟଣାରେ ୪୦ ବର୍ଷୀୟ ଭାରତୀୟ ବ୍ରିଟିଶ ନାଗରିକ ବିଶ୍ୱାସ ରମେଶ କୁମାରଙ୍କ ଜୀବନ ବଞ୍ଚି ଯାଇଛି। ବିମାନଟି ଉଡାଣ ଭରିବାର ମାତ୍ର କିଛି ମିନିଟ୍‌ରେ ହିଁ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।
ଭୟଙ୍କର ବିମାନ ଦୁର୍ଘଟଣା କେବଳ ସମଗ୍ର ଦେଶକୁ ନୁହେଁ, ବିଦେଶର ଲୋକଙ୍କୁ ମଧ୍ୟ ଝଟକା ଦେଇଛି। ଅତ୍ୟଧିକ ଗତିରେ ଟେକଅଫ କରୁଥିବା ବିମାନଟି ସିଧାସଳଖ ଏକ ହସ୍ପିଟାଲର ହଷ୍ଟେଲ ବିଲ୍ଡିଂରେ ପଶି ଯାଇଥିଲା। ତୀବ୍ର ବିସ୍ଫୋରଣ, ନିଆଁ, ଧୂଆଁ ଏବଂ ଚିତ୍କାର ମଧ୍ୟରେ ସମସ୍ତେ ଆତଙ୍କିତ ହୋଇ ପଡ଼ିଥିଲେ। ଏହି ଦୁର୍ଘଟଣାରେ ଯେଉଁଠାରେ ୨୪୨ ଜଣଙ୍କ ଜୀବନ ଚାଲିଯାଇଥିଲା, ସେଠାରେ ଚମତ୍କାର ଭାବେ ବଞ୍ଚିଥିବା ବିମାନରେ ଯାତ୍ରା କରୁଥିବା ରମେଶ ବିଶ୍ୱାସ କୁମାରଙ୍କୁ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭେଟି ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଶୁକ୍ରବାର ହସ୍ପିଟାଲକୁ ଯାଇ ବିଶ୍ୱାସଙ୍କୁ ସାକ୍ଷାତ କରିଛନ୍ତି। ସେ ଘଟିଥିବା ସମସ୍ତ ଘଟଣା ବିଷୟରେ ପ୍ରଧାନମନ୍ତ୍ରୀଙ୍କୁ ଜଣାଇଥିଲେ। ବିଶ୍ୱାସ ବିମାନର ଯେଉଁ ସିଟ୍‌ରେ ବସିଥିଲେ, ସେଠାରେ କିଛି ସ୍ଥାନ ଥିଲା। ଯାହାଦ୍ୱାରା ସେ ସେଠାରୁ ବାହାରିବାକୁ ସକ୍ଷମ ହୋଇଥିଲେ। ବିଶ୍ୱାସ କହିଛନ୍ତି, ସେ ବିମାନରୁ ଡେଇଁନଥିଲେ, କିନ୍ତୁ ଦୁର୍ଘଟଣା ସମୟରେ ସିଟ୍ ସହିତ ବାହାରକୁ ଆସିଥିଲେ। ସେ କହିଛନ୍ତି ଯେ ଯେତେବେଳେ ନିଆଁ ଲାଗିଲା, ତାଙ୍କର ବାମ ହାତ ପୋଡ଼ି ଯାଇଥିଲା ଏବଂ ଲୋକମାନେ ତାଙ୍କୁ ଏକ ଆମ୍ବୁଲାନ୍ସରେ ଆଣିଥିଲେ।

ରମେଶ କହିଛନ୍ତି, ଭାଇଙ୍କ ସହ ବିମାନରେ ଯାତ୍ରା କରୁଥିଲି। ରନୱେରେ ବିମାନଟି ଗତି ବଢ଼ାଇବା ମାତ୍ରେ କିଛି ଅଜବ ଅନୁଭବ ହେଲା। ହଠାତ୍ ୫-୧୦ ସେକେଣ୍ଡ ପାଇଁ କିଛି ବୁଝିହେଲାନି। ହଠାତ୍ ସବୁଜ ଏବଂ ଧଳା ଲାଇଟ୍ ଜଳିଲା। ତା’ପରେ ବିମାନ ଭିତରେ ହୋହ୍ଲଲା ହୋଇଥିଲା। ଯେପରି ଲାଗୁଥିଲା ବିମାନକୁ ପାଇଲଟ ଟେକ୍ ଅଫ୍ କରିବାକୁ ଜୋରଦାର ପ୍ରୟାସ କରୁଛନ୍ତି। ତା’ପରେ ବିମାନଟି ହସପିଟାଲ ବଲ୍ଡିଂରେ ମାଡ଼ ହୋଇଥିଲା। ମୋ ପାଖରେ EXIT ଗେଟ୍ ଥିଲା। ସୌଭାଗ୍ୟବଶତଃ ଡୋର୍ ଭାଙ୍ଗିଯାଇଥିଲା। ମୋର ସିଟ୍ ବେଲଟ୍ ବି ଖୋଲି ଯାଇଥିଲା। ମୁଁ ବାହାରକୁ ପଳାଇ ଆସିଥିଲି।। ମୁଁ ବିଶ୍ବାସ କରିପାରୁନି କେମିତି ବଞ୍ଚିଲି ? କିଛି ସମୟ ପାଇଁ ଭାବିଥିଲି ମରିଯାଇଛି, ହେଲେ ଆଖି ଖୋଲିଲା ବେଳକୁ ଜାଣିଲି ବଞ୍ଚିଛି ।’

Leave A Reply

Your email address will not be published.