ପ୍ରମୁଖ ଖବର

ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍ କ୍ୟାମ୍ପସ-୨ରେ ଏଆରଟି ସେଂଟର ଉଦ୍‌ଘାଟିତ
ପଞ୍ଚମ ଏବଂ ଅଷ୍ଟମ ଶ୍ରେଣୀ ପାଇଁ ୧୭ଟି ନୂତନ ପାଠ୍ୟପୁସ୍ତକକୁ ମିଳିଲା ଅନୁମୋଦନ
କ୍ୟାବିନେଟରେ ୫ବିଭାଗର ୬ପ୍ରସ୍ତାବକୁ ମଞ୍ଜୁରୀ
ବିନା ଅନୁମତିରେ ବିଡିଓ ଓ ତହସିଲଦାର ଛୁଟିରେ ରହିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ
ଯାତ୍ରୀଙ୍କ ପାଇଁ ଆଡଭାଇଜରି ଜାରି କଲା ଦିଲ୍ଲୀ ବିମାନବନ୍ଦର
ବାଲେଶ୍ବର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଅଗ୍ନିକାଣ୍ଡ

ବ୍ୟାଙ୍କରେ ବନ୍ଧୁକ ଦେଖାଇ ଲୁଟିନେଲେ ୧୦ ଲକ୍ଷ ଟଙ୍କା ସହ ସୁନାଗହଣା

0

କେନ୍ଦୁଝର: କେନ୍ଦୁଝର ଜିଲା ଯୋଡ଼ା ସହରସ୍ଥିତ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ସଶସ୍ତ୍ର ଡକାୟତି ହୋଇଛି। ୫ ଜଣ ଦୁର୍ବୃତ୍ତ ବ୍ୟାଙ୍କରେ ପଶି ବନ୍ଧୁକ ଦେଖାଇ ଆତଙ୍କ ସୃଷ୍ଟି କରି ୧୦ ଲକ୍ଷ ଟଙ୍କା ଓ ସୁନାଗହଣା ଲୁଟିନେଇଛନ୍ତି।

ସୂଚନା ଅନୁଯାୟୀ, ସକାଳ ପ୍ରାୟ ୧୦ଟାରେ ବ୍ୟାଙ୍କ ଖୋଲିବା ପରେ ୫ ଜଣିଆ ଡକାୟତ ଗ୍ୟାଙ୍ଗ ବ୍ୟାଙ୍କ ପରିସରରେ ପଶି କର୍ମଚାରୀ ଏବଂ ଗ୍ରାହକଙ୍କୁ ବନ୍ଧକ କରିଥିଲେ। ସେମାନଙ୍କ ମଧ୍ୟରୁ ତିନି ଜଣ ବନ୍ଧୁକ ଧରିଥିଲା ବେଳେ ବାକି ଦୁଇ ଜଣଙ୍କ ହାତରେ ଧାରୁଆ ଅସ୍ତ୍ର ରହିଥିଲା। ସେମାନେ କର୍ମଚାରୀଙ୍କୁ ଧମକ ଦେଇ ନଗଦ ଏବଂ ସୁନା ଅଳଙ୍କାର ଲୁଟି ନେଇଥିଲେ। ଏହା ବ୍ୟତୀତ ଡକାୟତମାନେ ବ୍ୟାଙ୍କରେ ଥିବା ସିସିଟିଭି କ୍ୟାମେରାର ହାର୍ଡଡିସ୍କ ମଧ୍ୟ ନେଇଯାଇଥିଲେ।

ସୂଚନା ପାଇ ଯୋଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଅପରାଧୀମାନଙ୍କୁ ଚିହ୍ନଟ କରିବା ପାଇଁ ନିକଟବର୍ତ୍ତୀ ଅଞ୍ଚଳରୁ ସିସିଟିଭି ଫୁଟେଜ୍ ଯାଞ୍ଚ କରାଯାଉଛି। ସେମାନଙ୍କୁ ଖୋଜିବା ପାଇଁ ୪ଟି ଟିମ୍ ଗଠନ କରାଯାଇଛି। ଏଥିସହିତ ପ୍ରବେଶ ଏବଂ ପ୍ରସ୍ଥାନ ସ୍ଥାନ ଗୁଡ଼ିକୁ ନାକାବନ୍ଦି କରାଯାଇଥିବା ନେଇ ଯୋଡା ଥାନା ଇନଚାର୍ଜ ରବି ଦାସ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି।

Leave A Reply

Your email address will not be published.