ପ୍ରମୁଖ ଖବର

ଜାପାନରୁ ନେତାଜୀଙ୍କ ଅସ୍ଥି ଭାରତ ଆଣିବାକୁ ଝିଅଙ୍କ ଆବେଦନ, କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ୍
ବାଙ୍କୀ-ଡମପଡ଼ା ବ୍ଲକରେ BNSS ୧୬୩ ଲାଗୁ, ମେଳି ଓ ହରତାଳ ଉପରେ କଟକଣା
ଘରୋଇ ହସ୍ପିଟାଲ ଚିକିତ୍ସା ଖର୍ଚ୍ଚ କମିବ, ରୋଗୀଙ୍କ ପାଇଁ ସଂସଦୀୟ କମିଟିର ବଡ଼ ସୁପାରିସ୍
ଦୁଷ୍କର୍ମ ଅଭିଯୋଗରେ IPL କ୍ରିକେଟର ଅଭିଷେକ ପୋରେଲ ଗିରଫ
ଦୁଇ ବର୍ଷ ପରେ ଚଳଚଞ୍ଚଳ ଲୋକାୟୁକ୍ତ, ଅଧ୍ୟକ୍ଷ ଚୟନ ପାଇଁ ବସିଲା ହାଇପାୱାର କମିଟି
ଭାପୁର ଗୋଷ୍ଠୀସ୍ବାସ୍ଥ୍ୟକେନ୍ଦ୍ରରେ ଭୁଲ ଇଞ୍ଜେକ୍ସନ ନେଲା ଛାତ୍ରୀଙ୍କ ଜୀବନ, ମେଡିକାଲରେ ଉତ୍ତେଜନା
ଖଣି ଉପରେ ମନଇଚ୍ଛା ଟିକସ ଲଗାଇପାରିବେନି ରାଜ୍ୟ, କେନ୍ଦ୍ର ଆଣିଲା ନୂଆ MMDR ବିଲ୍‌
ଇରାନୀ ଧମକ ପରେ ଟ୍ରକ୍‌ରେ ଲୁଚି ତୁର୍କୀରୁ ବାହାରିଥିଲେ ଟ୍ରମ୍ପ!
ଧାନବିଲରେ କାମ ବେଳେ ବଜ୍ରାଘାତ, ୪ ମହିଳା ଶ୍ରମିକଙ୍କ ମୃତ୍ୟୁ
ଟିଏମ୍‌ସିର ୩ ବ୍ୟାଙ୍କ ଖାତା ଫ୍ରିଜ୍‌: ହସ୍ତକ୍ଷେପ କଲେନି ସୁପ୍ରିମକୋର୍ଟ

ନିଟ୍ ୟୁଜି ପରୀକ୍ଷାଫଳ ପ୍ରକାଶିତ: ସ୍ନେହାଶିଷ ଦାଶ ଓଡ଼ିଶା ଟପ୍ପର

0

ଭୁବନେଶ୍ବର: ପ୍ରକାଶ ପାଇଲା ନିଟ୍‍-ୟୁଜି ୨୦୨୫ ପରୀକ୍ଷା ଫଳ। ରାଜସ୍ଥାନର ମହେଲ କେଶୱାନୀ ଟପ୍ପର। ସେହିପରି ସ୍ନେହାଶିଷ ଦାଶ ଓଡ଼ିଶା ଟପ୍ପର। ସର୍ବଭାରତୀୟ ରାଙ୍କର ୬୦ତମ ସ୍ଥାନରେ ସ୍ନେହାଶିଷ। ନ୍ୟାସନାଲ୍‌ ଟେଷ୍ଟିଂ ଏଜେନ୍ସି (NTA) ପକ୍ଷରୁ ରେଜଲ୍ଟ ପ୍ରକାଶ ପାଇଛି। ପରୀକ୍ଷାର୍ଥୀଙ୍କୁ ଇ-ମେଲ୍‌ରେ ସ୍କୋରକାର୍ଡ ଦେଖିବାକୁ ପରାମର୍ଶ ଦିଆଯାଇଛି। neet.nta.nic.inରୁ ମଧ୍ୟ ରେଜଲ୍ଟ ଜାଣି ପାରିବେ ପରୀକ୍ଷାର୍ଥୀ।

ମେ ୪ରେ ଗୋଟିଏ ସିଫ୍ଟରେ ୨୦ ଲକ୍ଷ ପିଲା ଦେଇଥିଲେ ପରୀକ୍ଷା। ଅନ୍ୟପଟେ ଜୁନ୍ ୧୫ ତାରିଖରେ ହେବାକୁ ଥିବା ନିଟ୍ ପିଜି ପରୀକ୍ଷା ଏବେ ଅଗଷ୍ଟ ୩ ତାରିଖରେ ହେବ। ନ୍ୟାସନାଲ ବୋର୍ଡ ଅଫ୍ ଏଗଜାମିନେଶନ୍ (NBE)ଇନ୍ ମେଡିକାଲ ସାଇନ୍ସେସକୁ ନିଟ୍-ପିଜି ପରୀକ୍ଷା ଅଗଷ୍ଟ ୩ ତାରିଖରେ ହେବା ନେଇ ସୁପ୍ରିମକୋର୍ଟ ଶୁକ୍ରବାର ଅନୁମତି ଦେଇଛନ୍ତି। ପୂର୍ବରୁ ଦୁଇଟି ସିଫ୍ଟରେ ପରୀକ୍ଷା ହେବାର ରହିଥିଲା।
କିନ୍ତୁ ସୁପ୍ରିମକୋର୍ଟ ଏହାକୁ ଗୋଟିଏ ସିଫ୍ଟରେ କରିବାକୁ ନିର୍ଦ୍ଦେଶ ଦେବା ପରେ ପରୀକ୍ଷା ସ୍ଥଗିତ ରହିଥିଲା। ଜଷ୍ଟିସ ପ୍ରଶାନ୍ତ କୁମାର ମିଶ୍ର ଏବଂ ଜଷ୍ଟିସ୍ ଅଗଷ୍ଟିନ୍ ଜର୍ଜ ମାସିହଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ ଏହି ଅନୁମତି ପ୍ରଦାନ କରିଛନ୍ତି। କୌଣସି ପରିସ୍ଥିତିରେ ପରୀକ୍ଷା ଘୁଞ୍ଜାଯିବ ନାହିଁ ବୋଲି ବେଞ୍ଚ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଗତ ମେ’ ୩୦ ତାରିଖରେ ପରୀକ୍ଷା ସଙ୍ଗିଲ୍ ସିଟିଂ କରାଯିବା ନିଷ୍ପତ୍ତି ପାଇଁ ସୁପ୍ରିମକୋର୍ଟ ପରୀକ୍ଷା ସ୍ଥଗିତ ନିର୍ଦ୍ଦେଶ କରିଥିଲେ।

Leave A Reply

Your email address will not be published.