ପ୍ରମୁଖ ଖବର

ଶ୍ରୀକ୍ଷେତ୍ର ପୁରୀରେ ଆଜି ଆଷାଢ଼ ଶୁକ୍ଳ ଦ୍ୱାଦଶୀ ତିଥିରେ ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ପବିତ୍ର ଅଧରପଣା ନୀତି ସମ୍ପନ୍ନ
ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ପ୍ରଥମ ରୌପ୍ୟ, ଋଷିକାନ୍ତ ସିଂହଙ୍କ କମାଲ
ଓଡ଼ିଶାର ଝିଅ ଜ୍ୟୋତିର୍ମୟୀ ନାୟକ ହେଲେ ‘ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬’ ବିଜେତା
ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଂସ୍କାର ପାଇଁ ଗଠନ ହେବ ଉଚ୍ଚସ୍ତରୀୟ ଟାସ୍କ ଫୋର୍ସ:ପ୍ରଧାନମନ୍ତ୍ରୀ
ହାଇୱେ ଯାତ୍ରୀଙ୍କ ପାଇଁ ବଡ଼ ଆଶ୍ୱସ୍ତି: ଦୂରତା ଅନୁସାରେ ଦେବେ ଟୋଲ ଶୁଳ୍କ
ମହାରାଷ୍ଟ୍ର ଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲା: ବିହାରରୁ ମୁଖ୍ୟ ଅଭିଯୁକ୍ତ ଗିରଫ
ସରକାରଙ୍କ ସହ ଆଲୋଚନା ପରେ ସିଜେପିର ଆନ୍ଦୋଳନ ପ୍ରତ୍ୟାହାର
ଲଗାଣ ବର୍ଷା ପାଇଁ ଜଗତସିଂହପୁରରେ କାଲି ସ୍କୁଲ ଓ ଅଙ୍ଗନବାଡ଼ି ଛୁଟି
ବୌଦ୍ଧରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ୟାଙ୍କର ସହ କାର ଧକ୍କା, ୩ ଗୁରୁତର
ଧର୍ମେନ୍ଦ୍ର ପ୍ରଧାନଙ୍କ ସ୍ଥାନରେ ଶିକ୍ଷା ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱ ନେଲେ ପ୍ରହ୍ଲାଦ ଯୋଶୀ

ଘୋଷଣା ହେଲା ବାଲ୍‌ ସାହିତ୍ୟ ଓ ଯୁବ ପୁରସ୍କାର

0

ନୂଆଦିଲ୍ଲୀ; କେନ୍ଦ୍ର ସାହିତ୍ୟ ଏକାଡେମୀର ଯୁବ ଓ ବାଳ ସାହିତ୍ୟ ପୁରସ୍କାର ଘୋଷିତ। ରାଜକିଶୋର ପାଢ଼ୀ ପାଇବେ ଚଳିତ ବର୍ଷର ବାଲ୍‌ ସାହିତ୍ୟ ପୁରସ୍କାର। ‘କେତେ ଫୁଲ ଫୁଟିଛି’ ପୁସ୍ତକ ପାଇଁ ପୁରସ୍କୃତ ହେବେ ରାଜକିଶୋର ପାଢ଼ୀ।

ଓଡ଼ିଆ ଭାଷା ପାଇଁ ଯୁବ ଲେଖକ ସୁବ୍ରତ ସେନାପତି ପାଇବେ କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର। ‘କଦମ୍ବ ବନ’ ପୁସ୍ତକ ପାଇଁ ପୁରସ୍କୃତ ହେବେ ସୁବ୍ରତ ସେନାପତି। ଓଡ଼ିଆ ବିଭାଗର ଏହି ଯୁବ ପୁରସ୍କାର ପାଇଁ ବିଚାରକ ମଣ୍ଡଳୀରେ ରହିଥିଲେ ଯଶୋଧାରା ମିଶ୍ର, ରବି ସ୍ୱାଇଁ ଓ ସୁବାଷ ଚନ୍ଦ୍ର ଶତପଥୀ। ଏହି ପୁରସ୍କାର ସ୍ୱରୂପ ୫୦୦୦୦ ଟଙ୍କା ପ୍ରଦାନ କରାଯିବ।

କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ଜୁନ ୧୮ ତାରିଖ ଦିନ ୨୦୨୫ ମସିହା ପାଇଁ ଯୁବ ସାହିତ୍ୟ ପୁରସ୍କାର ଏବଂ ବାଳ ସାହିତ୍ୟ ପୁରସ୍କାର ଘୋଷଣା କରାଯାଇଛି। ସମୁଦାୟ ୨୩ଟି ଭାରତୀୟ ଭାଷା ପାଇଁ ଚଳିତବର୍ଷ ଯୁବ ପୁରସ୍କାର ଘୋଷଣା କରାଯାଇଛି। ଚଳିତ ବର୍ଷ ଡୋଗ୍ରି ଭାଷା ପାଇଁ ଯୁବ ପୁରସ୍କାର ଘୋଷଣା କରାଯାଇନାହିଁ।

ସେହିପରି ୨୩ଟି ଭାରତୀୟ ଭାଷା ପାଇଁ ଏ ବର୍ଷର ବାଳ ସାହିତ୍ୟ ପୁରସ୍କାର ଘୋଷଣା କରାଯାଇଛି। ବିଶିଷ୍ଟ ଶିଶୁ ସାହିତ୍ୟିକ ରାଜକିଶୋର ପାଢ଼ୀଙ୍କୁ ତାଙ୍କର ପୁସ୍ତକ ‘କେତେ ଫୁଲ ଫୁଟିଛି’ ପାଇଁ ଏହି ବାଲପୁରସ୍କାର ପ୍ରଦାନ କରାଯିବ। ଏହି ପୁରସ୍କାରର ବିଚାରକ ମଣ୍ଡଳୀରେ ନିଳାଦ୍ରୀ ଭୂଷଣ ହରିଚନ୍ଦନ, ଶକୁନ୍ତଳା ବଳିଆର ସିଂହ ଓ ରାମଚନ୍ଦ୍ର ନାୟକ ରହିଥିଲେ। ଏହି ପୁରସ୍କାର ସ୍ୱରୂପ ତାଙ୍କୁ ୫୦୦୦୦ ଟଙ୍କା ପ୍ରଦାନ କରାଯିବ।

Leave A Reply

Your email address will not be published.