ପ୍ରମୁଖ ଖବର

ଡିଜିପି ଚୟନ ମାମଲାରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ଜେଲ୍ ଡିଜିପି
ନେପାଳରେ ବନ୍ୟା ମୃତକଙ୍କ ପାଇଁ ଜାତୀୟ ଶୋକ, ୧୩୫୩ ମୃତଦେହ ଉଦ୍ଧାର
ଗୁଜରାଟ-ମହାରାଷ୍ଟ୍ର ଗସ୍ତରେ ମୋଦୀ, ଉଦ୍‌ଘାଟନ କରିବେ ବଡ଼ ପ୍ରକଳ୍ପ
ଗୁଜରାଟ-ମହାରାଷ୍ଟ୍ର ଗସ୍ତରେ ମୋଦୀ, ଉଦ୍‌ଘାଟନ କରିବେ ବଡ଼ ପ୍ରକଳ୍ପ
୬ଟି ଆସନରେ ଉପନିର୍ବାଚନ: ଅକ୍ଟୋବର ୬ରେ ଭୋଟ, ୯ରେ ଗଣତି
ଏଲପିଜି ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି, ଏଣିକି ୨୫ ଦିନରେ ବୁକ୍ ହେବ ସିଲିଣ୍ଡର
ତୀର୍ଥଯାତ୍ରୀଙ୍କ ଟ୍ରକ୍ ଓଲଟି ୧୨ ମୃତ, ୨୨ ଆହତ
ଦଶମ-ଦ୍ୱାଦଶ ପାଇଁ ଗୋଟିଏ ବୋର୍ଡ, ବଦଳିବ BSE-CHSE ବ୍ୟବସ୍ଥା

ଜୁଲାଇ ୧୫ ସୁଦ୍ଧା ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣା ପୋଷାକ

0

ଭୁବନେଶ୍ବର: ୨୦୨୫-୨୬ ଶିକ୍ଷାବର୍ଷରେ ରାଜ୍ୟର ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ଅଧ୍ୟୟନରତ ସମସ୍ତ ଛାତ୍ରଛାତ୍ରୀଙ୍କୁ ଜୁଲାଇ ୧୫ ସୁଦ୍ଧା ମାଗଣା ପୋଷାକ ମିଳିବ। ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଛାତ୍ରଛାତ୍ରୀଙ୍କୁ ଦୁଇ ହଳ ଲେଖାଏଁ ପୋଷାକ ମିଳିବ। ପିଏମ ଶ୍ରୀ, ସମଗ୍ର ଶିକ୍ଷା, ଗଙ୍ଗାଧର ମେହେର ଶିକ୍ଷା ମାନଙ୍କ ବୃଦ୍ଧି ଯୋଜନାରେ ବଣ୍ଟନ କରାଯିବ।

ଯୋଜନାରେ ଜଣକ ପିଛା ୫୦୦ ଟଙ୍କା ମୂଲ୍ୟରେ ୨ ହଳ ବିଦ୍ୟାଳୟ ପୋଷାକ ବଣ୍ଟନ କରାଯିବ। ଏନେଇ ସମସ୍ତ ଜିଲ୍ଲା ଶିକ୍ଷାଧିକାରୀ ଓ ଜିଲ୍ଲା ପ୍ରକଳ୍ପ ସଂଯୋଜକଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ମାର୍ଗଦର୍ଶିକା ଅନୁସାରେ, ପୂର୍ବବର୍ଷ ପରି ଚଳିତ ବର୍ଷ ସମସ୍ତ ଛାତ୍ରଙ୍କୁ ଦୁଇହଳ ନିର୍ଦିଷ୍ଟ ପ୍ୟାଣ୍ଟ ଓ ଧଳା ସାର୍ଟ ଏବଂ ପ୍ରଥମରୁ ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ଦୁଇହଳ ଫ୍ରକ୍ (ଝାଲେରୀ ସହିତ) ଏବଂ ଷଷ୍ଠରୁ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ଛାତ୍ରୀଙ୍କୁ ଦୁଇ ହଳ ସାଲୱାର କମିଜ ଓ ଓଢ଼ଣୀ ଦିଆଯିବ।

ପୋଷାକର ରଙ୍ଗ ଓ ଗୁଣବତ୍ତା ଉପରେ ଧ୍ୟାନ ଦିଆଯିବ। ବିଦ୍ୟାଳୟକୁ ଏଥିପାଇଁ ଅର୍ଥ ପ୍ରଦାନ କରାଯି ବ। ଟେଲରିଂ ୟୁନିଟ୍ ଥିବା ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କ ଠାରୁ ପୋଷାକ କିଣାଯାଇ ବିଦ୍ୟାଳୟରେ ପ୍ରଦାନ କରାଯିବ। ବିଦ୍ୟାଳୟ ପ୍ରଧାନ ଶିକ୍ଷକ ତାଙ୍କ ପାଖରେ ଗୋଟିଏ ହଳ ପୋଷାକ ନମୁନା ଭାବେ ରଖିବେ। ପ୍ରଧାନ ଶିକ୍ଷକ ମାର୍ଗଦର୍ଶିକା ଅନୁସାରେ ସମସ୍ତ ପିଲା ଉତ୍ତମ ମାନର ପୋଷାକ ପାଇଛନ୍ତି ବୋଲି ପ୍ରମାଣପତ୍ର ଦେବେ।

Leave A Reply

Your email address will not be published.