ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ଜୁଲାଇ ୧ରୁ ବଢିବ ରେଳ ଟିକେଟ୍ ମୂଲ୍ୟ

0

ନୂଆଦିଲ୍ଲୀ: ଜୁଲାଇ ୧ରୁ ବଢ଼ିବାକୁ ଯାଉଛି ରେଳ ଟିକେଟ୍ର ମୂଲ୍ୟ। ଯାହା ସାଧାରଣ ଯାତ୍ରୀଙ୍କ ସହ ଦୂର ସ୍ଥାନକୁ ଯାତ୍ରା କରୁଥିବା ଯାତ୍ରୀଙ୍କ ପକେଟ କରିବ ଖାଲି। ଏହାସହ ଏକ ଖୁସି ଖବର ମଧ୍ୟ ରହିଛି। କିଛି ବର୍ଗରେ ଟିକେଟ ମୂଲ୍ୟରେ କୌଣସି ପରିବର୍ତ୍ତନ ହେବାକୁ ଯାଉନି।

ରେଲଓ୍ବର ନୂଆ ଟେରିଫ ଅନୁସାରେ, ସେକେଣ୍ଡ କ୍ଲାସରେ ୫୦୦ କିମି ପର୍ଯ୍ୟନ୍ତ ଯାତ୍ରା ପାଇଁ ଟିକେଟ ମୂଲ୍ୟରେ ବୃଦ୍ଧି କରାଯାଇନାହିଁ। ହେଲେ, ୫୦୦ କିମିରୁ ଅଧିକ ହେଲେ, ଯାତ୍ରୀଙ୍କୁ ନୂଆ ମୂଲ୍ୟ ଦେବାକୁ ପଡ଼ିବ। ନୂଆ ମୂଲ୍ୟ ଅନୁସାରେ ପ୍ରତି କିଲୋମିଟର ଉପରେ ୫୦ ପଇସା ଅଧିକ ଲାଗିବ। ଏହାସହ ମେଲ/ ଏକ୍ସପ୍ରେସ ଟ୍ରେନ (ନନ ଏସି) ଯାତ୍ରୀଙ୍କୁ ପ୍ରତି କିଲୋମିଟର ଉପରେ ଏକ ଟଙ୍କା ଅଧିକ ଦେବାକୁ ପଡିବ। ସେହିପରି ଏସି କ୍ଲାସ ଟିକେଟ ଉପରେ ସବୁଠାରୁ ଅଧିକ ମୂଲ୍ୟ ବୃଦ୍ଧି କରାଯାଇଛି। ଏହି ବର୍ଗରେ ପ୍ରତି କିଲୋମିଟର ପିଛା ଦୁଇ ଟଙ୍କା ବୃଦ୍ଧି ହେବାକୁ ଯାଉଛି। ତେବେ ଲୋକାଲ ଟ୍ରେନ ମୂଲ୍ୟରେ କୌଣସି ବୃଦ୍ଧି କରାଯାଇନାହିଁ। ଯାହା ଭାରତୀୟ ରେଳରେ ଯାତ୍ରା କରୁଥିବା କୋଟି କୋଟି ଯାତ୍ରୀଙ୍କ ପାଇଁ ଖୁସି ଖବର।

ସେହିପରି ମାସିକ ଟିକେଟ୍ ଦରରେ ମଧ୍ୟ କୌଣସି ବୃଦ୍ଧି କରାଯାଇନାହିଁ। ବିଶେଷଜ୍ଞଙ୍କ ମତରେ ରେଲବାଇ ଟିକେଟ୍ ବୁକିଂ ନିୟମରେ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛି। ଏବେ ଆପଣ ଟିକେଟ ବୁକ୍ କଲେ ୪ ଘଣ୍ଟା ପୂର୍ବରୁ ଜାଣିବାକୁ ପାଉଛନ୍ତି କନଫର୍ମ ହେଲା କି ନାହିଁ। ହେଲେ ଭାରତୀୟ ରେଳବାଇ ନୂଆ ସିଷ୍ଟମ ଉପରେ କାମ କରୁଛି। ଯେଉଁଥିରେ କନଫର୍ମ ସିଟର ତାଲିକା ୨୪ ଘଣ୍ଟା ପୂର୍ବରୁ ଜାରି କରାଯିବ। ଏହାକୁ ଲାଗୁ କରିବାକୁ ରେଳଓ୍ବେ ପ୍ରସ୍ତୁତି ବି ଆରମ୍ଭ କରିଦେଇଛି। ଏହାକୁ ନେଇ ଟ୍ରାଏଲ ବି ଆରମ୍ଭ ହୋଇଯାଇଛି। ୬ ଜୁନରୁ ଏହି ସିଷ୍ଟମ ରାଜସ୍ଥାନର ବିକାନେର ଡିଭିଜନରେ ପରୀକ୍ଷା ମୂଳକ ଭାବେ ଆରମ୍ଭ ହୋଇଛି।

Leave A Reply

Your email address will not be published.