ପ୍ରମୁଖ ଖବର

ଲୋକସେବା ଭବନରେ ରିଲ୍ସ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ
ଖଣ୍ଡଗିରି ମାଘ ମେଳାରେ ଲାଗିବ ୧୦୦ଟି ସିସିଟିଭି, ହେବନି ଅଶ୍ଳୀଳ ନୃତ୍ୟ
ବସ୍ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: ୩ ମୃତ
ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ
ବୋଲେରୋ-ସ୍କୁଟି ଧକ୍କାରେ ନାବାଳକ ମୃତ: ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ବାଦଲଫଟା ବର୍ଷାରେ ଭାସିଗଲେ ୨୦ ଶ୍ରମିକ

0

ହିମାଚଳ ପ୍ରଦେଶ: ହିମାଚଳ ପ୍ରଦେଶରେ ବାଦଲଫଟା ବର୍ଷା। ୨୫ ଜୁନରେ ପ୍ରବଳ ବର୍ଷା ପରେ ଧର୍ମଶାଳା ନିକଟସ୍ଥ ଖାନିଆରାର ମାନୁନି ଖଡ୍ଡରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଫଳରେ ମାନୁନି ଖଡ୍ଡରେ ଜଳ ପ୍ରକଳ୍ପରେ କାମ କରୁଥିବା ୧୫ରୁ ୨୦ ଜଣ ଶ୍ରମିକ ଭାସି ଯାଇଥିବା ଆଶଙ୍କା କରାଯାଉଛି। ଖବରପାଇ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ବନ୍ୟାରେ ଭାସିଯାଇଥିବା ଦୁଇ ଶ୍ରମିକଙ୍କ ମୃତଦେହ ଉଦ୍ଧାର କରାଯାଇଛି।

ଘଟଣାସ୍ଥଳରେ SDRFର ଦୁଇଟି ସ୍କ୍ୱାଡ୍ ,ହୋମଗାର୍ଡର ଗୋଟିଏ ଦଳ ନିୟୋଜିତ ହୋଇଛନ୍ତି ଏବଂ ସର୍ଚ୍ଚ ଅପରେସନ ଜାରି ରହିଛି। ଏହା ବ୍ୟତୀତ, ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟରେ ସହାୟତା କରିବା ପାଇଁ NDRFର ଏକ ଦଳ ମଧ୍ୟ ଆସିଛନ୍ତି। ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ ଏ ସମ୍ପର୍କରେ ଏକ ବିବୃତ୍ତି ଜାରି କରିଛନ୍ତି। ସୁଖବିନ୍ଦର ସିଂହ ସୁଖୁ ଏକ୍ସରେ ଲେଖିଛନ୍ତି, ଧର୍ମଶାଳାର ଏକ ଜଳ ପ୍ରକଳ୍ପରେ ପ୍ରବଳ ସ୍ରୋତ ଯୋଗୁଁ ଅନେକ ଶ୍ରମିକ ଭାସି ଯିବା ଖବର ଅତ୍ୟନ୍ତ ଦୁଃଖଦ ଏବଂ ଯନ୍ତ୍ରଣାଦାୟକ।ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ଦୁଇଟି ମୃତଦେହ ଉଦ୍ଧାର କରାଯାଇଛି। ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି। ପ୍ରଶାସନକୁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି।

ବୁଧବାର ଦିନ ହିମାଚଳ ପ୍ରଦେଶର କୁଲ୍ଲୁ ଜିଲ୍ଲାର ଚାରୋଟି ସ୍ଥାନରେ ବାଦଲଫଟା ବର୍ଷା ଯୋଗୁଁ ପ୍ରବଳ କ୍ଷୟକ୍ଷତି ହୋଇଥିଲା। ସାଇଞ୍ଜ, ବଞ୍ଜାର, ମନାଲି ଏବଂ ମଣିକରଣ ଉପତ୍ୟକାରେ ବାଦଲଫଟା ବର୍ଷା ଯୋଗୁଁ ନଦୀ ଏବଂ ଝରଣାରେ ବନ୍ୟା ଆସିଥିଲା।

Leave A Reply

Your email address will not be published.