ପ୍ରମୁଖ ଖବର

ଡାକସେବାରେ ବଡ଼ ପରିବର୍ତ୍ତନ: ଅପ୍‌ଗ୍ରେଡ୍ ହେଲା ‘ଡାକ ମିତ୍ର’ ଓ ‘ଡାକ ସେବା’ ଆପ୍‌
ଶିକ୍ଷକ ଦିବସରେ ୨୧ ଉଚ୍ଚଶିକ୍ଷା ଶିକ୍ଷକଙ୍କୁ ଜାତୀୟ ପୁରସ୍କାର ଦେବେ ରାଷ୍ଟ୍ରପତି
ପ୍ରତି ପରିବାରକୁ ବର୍ଷକୁ ୩ ମାଗଣା ଏଲ୍‌ପିଜି ସିଲିଣ୍ଡର, ବିଜୟଙ୍କ ବଡ଼ ଘୋଷଣା
ଇମ୍ରାନଙ୍କ ଚିକିତ୍ସା ପାଇଁ ଏକାଠି ହେଲେ ୨୧ ଜଣ ପୂର୍ବତନ ଅନ୍ତର୍ଜାତୀୟ କ୍ୟାପ୍‌ଟେନ
ପିଆଜ ଦର ନିୟନ୍ତ୍ରଣ ପାଇଁ ସରକାରଙ୍କ ପଦକ୍ଷେପ, ଆଜିଠୁ ଚାଲିବ ‘କାନ୍ଦା ଏକ୍ସପ୍ରେସ’
ଅମରାବତୀ ହସ୍ପିଟାଲ ଏନଆଇସିୟୁରେ ଅଗ୍ନିକାଣ୍ଡ, ୩ ନବଜାତଙ୍କ ମୃତ୍ୟୁ
ଡିଜିଟାଲ ହେବ ଡାକ୍ତରୀ ପ୍ରେସ୍‌କ୍ରିପସନ୍‌, ଲାଗୁ ହେବ ‘ୱାନ୍‌ ନେସନ, ୱାନ୍‌ ହେଲ୍‌ଥ’

ବାଦଲଫଟା ବର୍ଷାରେ ଭାସିଗଲେ ୨୦ ଶ୍ରମିକ

0

ହିମାଚଳ ପ୍ରଦେଶ: ହିମାଚଳ ପ୍ରଦେଶରେ ବାଦଲଫଟା ବର୍ଷା। ୨୫ ଜୁନରେ ପ୍ରବଳ ବର୍ଷା ପରେ ଧର୍ମଶାଳା ନିକଟସ୍ଥ ଖାନିଆରାର ମାନୁନି ଖଡ୍ଡରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଫଳରେ ମାନୁନି ଖଡ୍ଡରେ ଜଳ ପ୍ରକଳ୍ପରେ କାମ କରୁଥିବା ୧୫ରୁ ୨୦ ଜଣ ଶ୍ରମିକ ଭାସି ଯାଇଥିବା ଆଶଙ୍କା କରାଯାଉଛି। ଖବରପାଇ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ବନ୍ୟାରେ ଭାସିଯାଇଥିବା ଦୁଇ ଶ୍ରମିକଙ୍କ ମୃତଦେହ ଉଦ୍ଧାର କରାଯାଇଛି।

ଘଟଣାସ୍ଥଳରେ SDRFର ଦୁଇଟି ସ୍କ୍ୱାଡ୍ ,ହୋମଗାର୍ଡର ଗୋଟିଏ ଦଳ ନିୟୋଜିତ ହୋଇଛନ୍ତି ଏବଂ ସର୍ଚ୍ଚ ଅପରେସନ ଜାରି ରହିଛି। ଏହା ବ୍ୟତୀତ, ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟରେ ସହାୟତା କରିବା ପାଇଁ NDRFର ଏକ ଦଳ ମଧ୍ୟ ଆସିଛନ୍ତି। ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ ଏ ସମ୍ପର୍କରେ ଏକ ବିବୃତ୍ତି ଜାରି କରିଛନ୍ତି। ସୁଖବିନ୍ଦର ସିଂହ ସୁଖୁ ଏକ୍ସରେ ଲେଖିଛନ୍ତି, ଧର୍ମଶାଳାର ଏକ ଜଳ ପ୍ରକଳ୍ପରେ ପ୍ରବଳ ସ୍ରୋତ ଯୋଗୁଁ ଅନେକ ଶ୍ରମିକ ଭାସି ଯିବା ଖବର ଅତ୍ୟନ୍ତ ଦୁଃଖଦ ଏବଂ ଯନ୍ତ୍ରଣାଦାୟକ।ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ଦୁଇଟି ମୃତଦେହ ଉଦ୍ଧାର କରାଯାଇଛି। ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି। ପ୍ରଶାସନକୁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି।

ବୁଧବାର ଦିନ ହିମାଚଳ ପ୍ରଦେଶର କୁଲ୍ଲୁ ଜିଲ୍ଲାର ଚାରୋଟି ସ୍ଥାନରେ ବାଦଲଫଟା ବର୍ଷା ଯୋଗୁଁ ପ୍ରବଳ କ୍ଷୟକ୍ଷତି ହୋଇଥିଲା। ସାଇଞ୍ଜ, ବଞ୍ଜାର, ମନାଲି ଏବଂ ମଣିକରଣ ଉପତ୍ୟକାରେ ବାଦଲଫଟା ବର୍ଷା ଯୋଗୁଁ ନଦୀ ଏବଂ ଝରଣାରେ ବନ୍ୟା ଆସିଥିଲା।

Leave A Reply

Your email address will not be published.