ପ୍ରମୁଖ ଖବର

ଡାକସେବାରେ ବଡ଼ ପରିବର୍ତ୍ତନ: ଅପ୍‌ଗ୍ରେଡ୍ ହେଲା ‘ଡାକ ମିତ୍ର’ ଓ ‘ଡାକ ସେବା’ ଆପ୍‌
ଶିକ୍ଷକ ଦିବସରେ ୨୧ ଉଚ୍ଚଶିକ୍ଷା ଶିକ୍ଷକଙ୍କୁ ଜାତୀୟ ପୁରସ୍କାର ଦେବେ ରାଷ୍ଟ୍ରପତି
ପ୍ରତି ପରିବାରକୁ ବର୍ଷକୁ ୩ ମାଗଣା ଏଲ୍‌ପିଜି ସିଲିଣ୍ଡର, ବିଜୟଙ୍କ ବଡ଼ ଘୋଷଣା
ଇମ୍ରାନଙ୍କ ଚିକିତ୍ସା ପାଇଁ ଏକାଠି ହେଲେ ୨୧ ଜଣ ପୂର୍ବତନ ଅନ୍ତର୍ଜାତୀୟ କ୍ୟାପ୍‌ଟେନ
ପିଆଜ ଦର ନିୟନ୍ତ୍ରଣ ପାଇଁ ସରକାରଙ୍କ ପଦକ୍ଷେପ, ଆଜିଠୁ ଚାଲିବ ‘କାନ୍ଦା ଏକ୍ସପ୍ରେସ’
ଅମରାବତୀ ହସ୍ପିଟାଲ ଏନଆଇସିୟୁରେ ଅଗ୍ନିକାଣ୍ଡ, ୩ ନବଜାତଙ୍କ ମୃତ୍ୟୁ
ଡିଜିଟାଲ ହେବ ଡାକ୍ତରୀ ପ୍ରେସ୍‌କ୍ରିପସନ୍‌, ଲାଗୁ ହେବ ‘ୱାନ୍‌ ନେସନ, ୱାନ୍‌ ହେଲ୍‌ଥ’

ରିଲ୍ସ ହେଲା କାଳ, ୧୩ ମହଲାରୁ ଖସି ଯୁବତୀ ମୃତ

0

ବେଙ୍ଗାଲୁରୁ: ରିଲ କରୁ କରୁ ଚାଲିଗଲା ଜୀବନ। ବେଙ୍ଗାଲୁରୁରେ ଘଟିଛି ଏକ ଅଘଟଣ। ରିଲ୍ସ କରିବା ବେଳେ ଏକ ନିର୍ମାଣାଧୀନ ବିଲ୍ଡିଂର ୧୩ତମ ମହଲାରୁ ଖସି ପଡିଲେ ଜଣେ ୨୦ ବର୍ଷୀୟ ଯୁବତୀ। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଛି। ଏଭଳି ଏକ ଅଘଟଣ ଘଟିଛି ବେଙ୍ଗାଲୁରୁର ପରପ୍ପନା ଆଗ୍ରାହରରେ।

ପୋଲିସ ସୂତ୍ରରୁ ପ୍ରକାଶ, ଗତକାଲି ବିଳମ୍ବିତ ରାତିରେ କିଛି ଯୁବକ ଓ ଯୁବତୀ ୧୩ତମ ମହଲାକୁ ଯାଇଥିଲେ। ତେବେ ସେଠାରେ ରିଲେସନସିପ ପ୍ରସଙ୍ଗ ନେଇ ସେମାନଙ୍କ ମଧ୍ୟରେ ବିବାଦ ଉପୁଜିଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ଯୁବତୀଜଣକ ଏକ ସ୍ୟାଡ ରିଲ ସୁଟିଂ କରୁଥିଲେ। ତେବେ ଲିଫ୍ଟ ଲାଗି ରହିଥିବା ଖୋଲାସ୍ଥାନରେ ସେ ତଳକୁ ଖସିପଡିଥିଲେ। ମୃତକଙ୍କ ଘରହେଉଛି ବିହାରେ। ସେ ବେଙ୍ଗାଲୁରୁର ଏକ ସପିଙ୍ଗ ମାର୍ଟରେ କାମ କରୁଥିଲେ। ଏହି ଘଟଣା ପରେ ସମସ୍ତେ ସେଠାରୁ ପଳାଇଯାଇଥିଲେ।

ଡିସିପି ଫତିମା କହିଛନ୍ତି- ସେମାନେ କୋଠା ଉପରେ ପାର୍ଟି କରୁଥିଲେ। ପରେ ସେମାନେ ରିଲ୍ସ ସୁଟିଂ କରିବା ଲାଗି ଯୋଜନା କରିଥିଲେ। ସେଠାରେ ଯୁବତୀଙ୍କ ଗୋଡ଼ ଖସିଯିବାରୁ ସେ ପ୍ରାଣ ହରାଇଥିଲେ। ଏହି ଘଟଣାର ତଦନ୍ତ ଜାରି ରହିଛି। ଅସ୍ୱାଭାବିକ ମୃତ୍ୟୁ ଅଭିଯୋଗରେ ଏକ କେସ୍ ରୁଜୁ ହୋଇଛି। ପାରିପାର୍ଶ୍ବିକ ପରିସ୍ଥିତିକୁ ନଜରରେ ରଖି ଘଟଣାର ଛାନଭିନ ଆରମ୍ଭ କରିଛି ପରପ୍ପନା ଆଗ୍ରାହର ପୋଲିସ।

Leave A Reply

Your email address will not be published.