ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ଶିକ୍ଷକଙ୍କଠାରୁ ଲାଞ୍ଚ ନେଇ ଗିରଫ ହେଲେ ଆକାଉଣ୍ଟାଣ୍ଟ

0

ଜଗତସିଂହପୁର: ଲାଞ୍ଚ ନେବା ପଡିଲା ମହଙ୍ଗା। ଶିକ୍ଷକଙ୍କଠାରୁ ଲାଞ୍ଚ ନେଇ ଫସିଲେ ଆକାଉଣ୍ଟାଣ୍ଟ। ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ସ୍ଥିତ ବ୍ଲକ ଶିକ୍ଷା କାର୍ଯ୍ୟାଳୟ (ବିଇଓ)ର ଜଣେ ଆକାଉଣ୍ଟାଣ୍ଟଙ୍କୁ ଲାଞ୍ଚ ନେବା ଅଭିଯୋଗରେ ଗୁରୁବାର ଦିନ ଓଡ଼ିଶା ଭିଜିଲାନ୍ସ ଅଧିକାରୀମାନେ ଗିରଫ କରିଛନ୍ତି।

ଭିଜିଲାନ୍ସ ସୂଚନା ଅନୁଯାୟୀ, ଆକାଉଟାଣ୍ଟ ସୂର୍ଯ୍ୟକାନ୍ତ ସ୍ୱାଇଁ ଜଣେ ଶିକ୍ଷକଙ୍କଠାରୁ ୧,୫୦,୦୦୦ ଟଙ୍କା ଘର ନିର୍ମାଣ ଅଗ୍ରିମ ବିଲ୍ କରିବା ପାଇଁ ୫,୦୦୦ ଟଙ୍କା ଲାଞ୍ଚ ଦାବି କରିଥିଲେ। ଲାଞ୍ଚ ନେବା ସମୟରେ ତାଙ୍କ କାର୍ଯ୍ୟାଳୟ ରୁମ ଭିତରୁ ଧରାପଡ଼ିଛନ୍ତି। ପୂର୍ବରୁ ସବୁ ମଞ୍ଜୁର କରାଯାଇଥିଲା ବେଳେ ସୂର୍ଯ୍ୟକାନ୍ତ କୌଣସି କାରଣ ପାଇଁ ବିଲ୍ ପ୍ରସ୍ତୁତ କରିବାରେ ବିଳମ୍ବ କରୁଥିଲେ। ଏପରିକି ସେ ବିଲ୍ ରାଶି ପ୍ରକ୍ରିୟାକରଣ ଏବଂ ରିଲିଜ୍ ପାଇଁ ୫,୦୦୦ ଟଙ୍କା ଦାବି କରିଥିଲେ। ଅନ୍ୟ କୌଣସି ଉପାୟ ନପାଇ ଶିକ୍ଷକ ଜଣକ ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କ ନିକଟରେ ଏହି ବିଷୟରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଆଧାର କରି ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରିଥିଲେ। ତେବେ ସମ୍ପୂର୍ଣ୍ଣ ଲାଞ୍ଚ ଟଙ୍କା ଜବତ କରାଯାଇଛି। ଯାହା ପରେ ଆୟବର୍ହିଭୂତ ସମ୍ପତି ସନ୍ଦେହରେ ତାଙ୍କର ଦୁଇଟି ସ୍ଥାନରେ ଏକକାଳୀନ ଚଢ଼ଉ ଚାଲିଛି।

Leave A Reply

Your email address will not be published.