ପ୍ରମୁଖ ଖବର

ଆଇଏମ୍ଏସ୍ ଆଣ୍ଡ ସମ ହସପିଟାଲ- ୨ ନିମନ୍ତେ ୫୦ ସିଟ ବୃଦ୍ଧି କଲା ଏନ୍ ଏମ୍ ସି
ରାଜ୍ୟରେ କୌଣସି ନଦୀରେ ବନ୍ୟା ନାହିଁ : ସର୍ବୋଚ୍ଚ ଯନ୍ତ୍ରୀଙ୍କ ପ୍ରତିକ୍ରିୟା
ବ୍ୟାପିଲାଣି ବାର୍ଡ ଫ୍ଲୁ, ମଲେଣି ୩୦୦ରୁ ଅଧିକ କୁକୁଡ଼ା
ଶ୍ରୀମନ୍ଦିର ନାଟମଣ୍ଡପରୁ ହେବ ଧାଡି ଦର୍ଶନ : ମିଳିଲା ଅନୁମୋଦନ
ଅର୍ଚ୍ଚନା ଓ ପୁଅଙ୍କୁ ମାରିବାକୁ ଉଦ୍ୟମ, ସ୍ବାମୀ ଜଗବନ୍ଧୁଙ୍କୁ ଉଠାଇନେଲା ପୋଲିସ
ସୁରକ୍ଷାକର୍ମୀଙ୍କୁ ବଡ ସଫଳତା:୧୬ ହାର୍ଡକୋର ମାଓବାଦୀ ଗିରଫ
ବିଆରଏସରୁ ନିଲମ୍ବିତ ହେବାର ଦିନକ ପରେ ଦଳ ଛାଡିଲେ କବିତା
ବ୍ୟବସାୟୀଙ୍କୁ ଲୁଟ୍ ଘଟଣାରେ ୩ ହୋମଗାର୍ଡଙ୍କ ସହ ୭ ଗିରଫ

ପୋଲିସ ଗୁଳିରେ ଟଳିଲେ ଦୁଇ ମହିଳା ମାଓବାଦୀ

0

ମାଲକାନଗିରି: ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ନାରାୟଣପୁର ଜିଲାର ଅଭୁଝମାଡ଼ ଜଙ୍ଗଲରେ ପୋଲିସ-ମାଓବାଦୀ ମଧ୍ୟରେ ଗୁରୁବାର ଗୁଳିବିନିମୟ ହୋଇଛି। ଫଳରେ ପୋଲିସର ଏନକାଉଣ୍ଟରରେ ଦୁଇ ହାର୍ଡକୋର ମହିଳା ମାଓବାଦୀ ନିହତ ହୋଇଛନ୍ତି।
ମାଓ କ୍ୟାଡରଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ପାଇ ଅବୁଝମାଡ ଅଞ୍ଚଳରେ ସର୍ଚ୍ଚ ଅପରେସନ କରାଯାଇଥିଲା। ନାରାୟଣପୁର ଏବଂ କୋଣ୍ଡାଗାଁଓ ଜିଲ୍ଲା ରିଜର୍ଭ ଗାର୍ଡ ଓ ସ୍ୱତନ୍ତ୍ର ଟାସ୍କ ଫୋର୍ସ (ଏସଟିଏଫ)ଙ୍କ ଦ୍ୱାରା ମିଳିତ ଅପରେସନ କରାଯାଇଥିଲା। ଉଭୟ ମହିଳା ମାଓବାଦୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଘଟଣାସ୍ଥଳରୁ ଏକ ଇନସାସ ରାଇଫଲ ସହ ୩୧୫ ବୋର ରାଇଫଲ ଓ ବିପୁଳ ମାଓ ସାମଗ୍ରୀ ଜବତ କରାଯାଇଛି । ଏବେ ବି ସର୍ଚ୍ଚ ଅପରେସନ ଜାରି ରହିଛି।

ସୂଚନା ମୁତାବକ, ଗତ ୨୦ ତାରିଖରେ କାଙ୍କେର ଛୋଟେବେଟିୟା ଥାନା ଅନ୍ତର୍ଗତ ଜଙ୍ଗଲରେ ଜିଲ୍ଲା ରିଜର୍ଭ ଗାର୍ଡ ଓ ସୀମା ସୁରକ୍ଷା ବଳ (ବିଏସଏଫ) ଯବାନଙ୍କ ମିଳିତ ସର୍ଚ୍ଚ ଅପରେସନରେ ଦୁଇ ଜଣ ମାଓବାଦୀ ନିପାତ ହୋଇଥିଲେ। ୨୦୨୪ ଜାନୁଆରୀ ମାସ ପରଠାରୁ ପୃଥକ ଏନକାଉଣ୍ଟରରେ ୪୦୦ ଜଣ ମାଓବାଦୀ ନିପାତ ହେଲେଣି। ଗତ ଜାନୁୟାରୀ ମାସରୁ କେବଳ ବସ୍ତର ଅଞ୍ଚଳରେ ୨୧୩ ଜଣ ମାଓବାଦୀ ଏନକାଉଣ୍ଟରରେ ନିପାତ ହୋଇଛନ୍ତି। ଏନକାଉଣ୍ଟରରେ ନିପାତ ହୋଇଥିବା ମାଓବାଦୀଙ୍କ ମଧ୍ୟରୁ ସବୁଠୁ ହାର୍ଡକୋର ମାଓବାଦୀ ହେଉଛନ୍ତି ସିପିଆଇ ସାଧାରଣ ସମ୍ପାଦକ ବାସବରାଜୁ, ଯାହାକୁ ମେ ୨୧ ତାରିଖରେ ନାରାୟଣପୁର ଜିଲ୍ଲାରେ ନିପାତ କରାଯାଇଥିଲା।

Leave A Reply

Your email address will not be published.