ପ୍ରମୁଖ ଖବର

ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍ କ୍ୟାମ୍ପସ-୨ରେ ଏଆରଟି ସେଂଟର ଉଦ୍‌ଘାଟିତ
ପଞ୍ଚମ ଏବଂ ଅଷ୍ଟମ ଶ୍ରେଣୀ ପାଇଁ ୧୭ଟି ନୂତନ ପାଠ୍ୟପୁସ୍ତକକୁ ମିଳିଲା ଅନୁମୋଦନ
କ୍ୟାବିନେଟରେ ୫ବିଭାଗର ୬ପ୍ରସ୍ତାବକୁ ମଞ୍ଜୁରୀ
ବିନା ଅନୁମତିରେ ବିଡିଓ ଓ ତହସିଲଦାର ଛୁଟିରେ ରହିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ
ଯାତ୍ରୀଙ୍କ ପାଇଁ ଆଡଭାଇଜରି ଜାରି କଲା ଦିଲ୍ଲୀ ବିମାନବନ୍ଦର
ବାଲେଶ୍ବର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଅଗ୍ନିକାଣ୍ଡ

ପରଲୋକରେ ‘କାଣ୍ଟା ଲଗା ଗାର୍ଲ’ ଶେଫାଳି ଜରିୱାଲା

0

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ତଥା ମଡେଲ ଶେଫାଳୀ ଜରିୱାଲାଙ୍କ ଶୁକ୍ରବାର ବିଳମ୍ବିତ ରାତିରେ ପରଲୋକ ଘଟିଛି । ବିଗବସ ଫେମ ତଥା ‘କାଣ୍ଟା ଲଗା ଗାର୍ଲ’ ଭାବରେ ଜଣାଶୁଣା ଅଭିନେତ୍ରୀ ଶେଫାଲି ଜରିୱାଲାଙ୍କ ମୃତ୍ୟୁ ହୋଇଛି। ମାତ୍ର ୪୨ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି। ବିଳମ୍ବିତ ରାତିରେ ନିଜ ଘରେ ଥିବା ବେଳେ ହଠାତ ଅସୁସ୍ଥ ହୋଇପଡିବାରୁ ତାଙ୍କ ସ୍ୱାମୀ ପରାଗ ତ୍ୟାଗୀ ତୁରନ୍ତ ତାଙ୍କୁ ହସ୍ପିଟାଲକୁ ନେଇଥିଲେ। ହେଲେ ସେଠାରେ ଡାକ୍ତର ଚିକିତ୍ସା ଆରମ୍ଭ କରିବା ପୂର୍ବରୁ ମୃତ ଘୋଷଣା କରିଥିଲେ।

ସୂଚନା ଅନୁଯାୟୀ, ଜୁନ୍ ୨୭ ରାତିରେ ଶେଫାଲି ହଠାତ୍ ଛାତିରେ ପ୍ରବଳ ଯନ୍ତ୍ରଣା ଅନୁଭବ କରିଥିଲେ। ଯାହା ପରେ ସ୍ୱାମୀ ପରାଗ ତ୍ୟାଗୀ ଏବଂ ଅନ୍ୟମାନେ ତାଙ୍କୁ ତୁରନ୍ତ ମୁମ୍ବାଇର ଅନ୍ଧେରୀ ଅଞ୍ଚଳରେ ଥିବା ଏକ ହସ୍ପିଟାଲକୁ ନେଇଯାଇଥିଲେ। କିନ୍ତୁ ସେଠାରେ ଡାକ୍ତରମାନେ ଅଭିନେତ୍ରୀଙ୍କୁ ମୃତ ଘୋଷଣା କରିଥିଲେ। ଏହି ଦୁଃଖଦ ଖବରକୁ ହସ୍ପିଟାଲ ପକ୍ଷରୁ ସ୍ପଷ୍ଟ କରାଯାଇଛି। କାର୍ଡିଆକ୍‍ ଆରେଷ୍ଟ ଯୋଗୁଁ ଶେଫାଳିଙ୍କ ମୃତ୍ୟୁ ହୋଇଥିବା ଡାକ୍ତର କହିଛନ୍ତି। ତେବେ ଶେଫାଳିଙ୍କ ମୃତ୍ୟୁ ଖବର ପାଇ ଅନ୍ଧେରି ସ୍ଥିତ ରହୁଥିବା ଘରେ ପହଞ୍ଚିଛି ମୁମ୍ବାଇ ପୁଲିସ । ଏକ ଫରେନସିକ୍‍ ଟିମ୍‍ ମଧ୍ୟ ଘରେ ଯାଞ୍ଚ କରୁଛନ୍ତି।

ଉଲ୍ଲେଖନୀୟ ଯେ, ୨୦୦୨ ମସିହାରେ ଶେଫାଲି ଜରିୱାଲାଙ୍କ ଗୀତ ‘କାଣ୍ଟା ଲଗା’ ରିଲିଜ୍ ହୋଇଥିଲା। ଯାହା ପରେ ସେ ଘରେ ଘରେ ଲୋକପ୍ରିୟ ହୋଇଯାଇଥିଲେ। ଏହି ଗୀତଟି ଏତେ ହିଟ୍ ହୋଇଥିଲା ଯେ ଶେଫାଲି ରାତାରାତି ଷ୍ଟାର ହୋଇଯାଇଥିଲେ। ଏହା ପରେ ସେ ‘ମୁଝସେ ଶାଦୀ କରୋଗୀ’ ଭଳି ଫିଲ୍ମ ଏବଂ ଅନେକ ସଂଗୀତ ଆଲବମ କରିଥିଲେ। ଶେଫାଲିଙ୍କୁ ‘ବିଗ୍ ବସ୍ ୧୩’ ଏବଂ ‘ନଚ୍ ବଲିୟେ ୫’ ଭଳି ରିଆଲିଟି ଟିଭି ଶୋ’ରେ ମଧ୍ୟ ଦେଖିବାକୁ ମିଳିଥିଲା।

Leave A Reply

Your email address will not be published.