ପ୍ରମୁଖ ଖବର

୫ ବର୍ଷରେ ଓଡ଼ିଶାରେ ୨୦ ଲକ୍ଷ ନିଯୁକ୍ତି ସୃଷ୍ଟି ଲକ୍ଷ୍ୟ: ମୁଖ୍ୟମନ୍ତ୍ରୀ
ପତାକା ଉତ୍ତୋଳନ ବେଳେ ବିଦ୍ୟୁତ୍ ସଂସ୍ପର୍ଶରେ କ୍ରୀଡ଼ା ଶିକ୍ଷକଙ୍କ ମୃତ୍ୟୁ
ଧାନ କିଣାକୁ ନେଇ ଚାଷୀଙ୍କ ଦ୍ୱନ୍ଦ୍ୱ ଦୂର, ଚଳିତ ବର୍ଷ ବି ରହିବ ପି-ପାସ୍ ପଞ୍ଜୀକରଣ
ଜୁଜୁମୁରାରେ ମର୍ମନ୍ତୁଦ ଦୁର୍ଘଟଣା: ସରକାରୀ ବସ୍‌-ଟ୍ରକ୍‌ ଧକ୍କାରେ ୨ ମୃତ, ୧୧ ଆହତ
ପତାକା ଉତ୍ତୋଳନ ବେଳେ ବିଦ୍ୟୁତ୍ ସଂସ୍ପର୍ଶରେ କ୍ରୀଡ଼ା ଶିକ୍ଷକଙ୍କ ମୃତ୍ୟୁ
ଅଲୱାରର ତେଲ ପ୍ୟାକିଂ କାରଖାନାରେ ଭୟାବହ ଅଗ୍ନିକାଣ୍ଡ
ଶ୍ରୀମନ୍ଦିରରେ ପ୍ରବଳ ଭିଡ଼ ଭିତରେ ଅଘଟଣ, ବୟସ୍କ ଶ୍ରଦ୍ଧାଳୁଙ୍କ ମୃତ୍ୟୁ
୨୦୪୭ ସୁଦ୍ଧା ଭାରତ ବିକଶିତ ରାଷ୍ଟ୍ର ହେବ: ପ୍ରଧାନମନ୍ତ୍ରୀ

ପରାଗ ଜୈନ ହେଲେ ନୂଆ ର’ ମୁଖ୍ୟ

0

ନୂଆଦିଲ୍ଲୀ: ବରିଷ୍ଠ ଭାରତୀୟ ପୁଲିସ ସେବା(ଆଇପିଏସ) ଅଧିକାରୀ ପରାଗ ଜୈନଙ୍କୁ ଭାରତୀୟ ଗୁଇନ୍ଦା ସଂସ୍ଥା ର’ (ଅନୁସନ୍ଧାନ ଓ ବିଶ୍ଳେଷଣ ସଂସ୍ଥା)ର ମୁଖ୍ୟ ଭାବେ ନିଯୁକ୍ତ କରାଯାଇଛି। ୧୯୮୯ ବ୍ୟାଚ ଆଇପିଏସ ଅଫିସର ପରାଗ ଜୈନ ଆସନ୍ତା ୨ ବର୍ଷ ଲାଗି ଏହି ଗୁରୁତ୍ବପୂର୍ଣ୍ମ ପଦ ସମ୍ଭାଳିବେ। ଗତ ମେ ମାସରେ ଆତଙ୍କବାଦ ବିରୋଧରେ ଭାରତର ଅପରେସନ ‘ସିନ୍ଦୂର’ ସମୟରେ ପରାଗ ଗୁରୁତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ର’ ମୁଖ୍ୟ ରବି ସିହ୍ନାଙ୍କ ପରେ ସେ ସଂସ୍ଥାର ୨ୟ ବରିଷ୍ଠ ଅଧିକାରୀ। ଆସନ୍ତା ୩୦ ତାରିଖରେ ସିହ୍ନା ଅବସର ଗ୍ରହଣ କରିବା ପରେ ପରାଗ ଦାୟିତ୍ଵ ଗ୍ରହଣ କରିବେ।

ଆଗାମୀ ଦୁଇ ବର୍ଷ ପାଇଁ ସେ ଏହି ଦାୟିତ୍ଵରେ ରହିବେ।ପୂର୍ବରୁ ଚଣ୍ଡୀଗଡ଼ରେ ପରାଗ ଏସଏସପି ଭାବେ କାର୍ଯ୍ୟ କରୁଥିଲେ । ଏହାସହ କାନାଡ ଓ ଶ୍ରୀଲଙ୍ଗର କୂଟନୈତିକ ଅଧିକାରୀ ଭାବେ ଦାୟିତ୍ବ ସମ୍ଭାଳିଥିଲେ । ଜାମ୍ମୁ ଓ କାଶ୍ମୀରରେ ଅବସ୍ଥାପିତ ଥିବାବେଳେ ସେ ଆତଙ୍କବାଦ ବିରୋଧୀ ପଦକ୍ଷେପ ନେଇ ଚର୍ଚ୍ଚାରେ ଥିଲେ ।

Leave A Reply

Your email address will not be published.