ପ୍ରମୁଖ ଖବର

କୁଆଖାଇରେ ଭାସିଯାଇଥିବା ୨ ଯୁବକଙ୍କ ମଧ୍ୟରୁ ଜଣଙ୍କ ମୃତଦେହ ଉଦ୍ଧାର, ଅନ୍ୟ ନିଖୋଜ
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
୧୨ରେ ବଙ୍ଗୋପସାଗରରେ ନୂଆ ଘୂର୍ଣ୍ଣିବଳୟ, ଉତ୍ତର-ଉପକୂଳ ଓଡ଼ିଶାକୁ ରେଡ୍ ୱାର୍ଣ୍ଣିଂ
ଆଇଟି ନିୟମ ହେବ ଅଧିକ କଡ଼ା: ୩ ଘଣ୍ଟାରେ ହଟିବ ବେଆଇନ ଏଆଇ ବିଷୟବସ୍ତୁ
ବ୍ୟାଙ୍କକ ସ୍କୁଲରେ ଗୁଳିକାଣ୍ଡ: ୭ ମୃତ, ୨୦ ଛାତ୍ର ଆହତ
୫୮.୩୬ ଲକ୍ଷ ଭୋଟରଙ୍କୁ ନୋଟିସ୍‌, ୧୨,୫୭୨ ଅଯୋଗ୍ୟ ଘୋଷିତ

ପରଲୋକରେ ‘କାଣ୍ଟା ଲଗା ଗାର୍ଲ’ ଶେଫାଳି ଜରିୱାଲା

0

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ତଥା ମଡେଲ ଶେଫାଳୀ ଜରିୱାଲାଙ୍କ ଶୁକ୍ରବାର ବିଳମ୍ବିତ ରାତିରେ ପରଲୋକ ଘଟିଛି । ବିଗବସ ଫେମ ତଥା ‘କାଣ୍ଟା ଲଗା ଗାର୍ଲ’ ଭାବରେ ଜଣାଶୁଣା ଅଭିନେତ୍ରୀ ଶେଫାଲି ଜରିୱାଲାଙ୍କ ମୃତ୍ୟୁ ହୋଇଛି। ମାତ୍ର ୪୨ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି। ବିଳମ୍ବିତ ରାତିରେ ନିଜ ଘରେ ଥିବା ବେଳେ ହଠାତ ଅସୁସ୍ଥ ହୋଇପଡିବାରୁ ତାଙ୍କ ସ୍ୱାମୀ ପରାଗ ତ୍ୟାଗୀ ତୁରନ୍ତ ତାଙ୍କୁ ହସ୍ପିଟାଲକୁ ନେଇଥିଲେ। ହେଲେ ସେଠାରେ ଡାକ୍ତର ଚିକିତ୍ସା ଆରମ୍ଭ କରିବା ପୂର୍ବରୁ ମୃତ ଘୋଷଣା କରିଥିଲେ।

ସୂଚନା ଅନୁଯାୟୀ, ଜୁନ୍ ୨୭ ରାତିରେ ଶେଫାଲି ହଠାତ୍ ଛାତିରେ ପ୍ରବଳ ଯନ୍ତ୍ରଣା ଅନୁଭବ କରିଥିଲେ। ଯାହା ପରେ ସ୍ୱାମୀ ପରାଗ ତ୍ୟାଗୀ ଏବଂ ଅନ୍ୟମାନେ ତାଙ୍କୁ ତୁରନ୍ତ ମୁମ୍ବାଇର ଅନ୍ଧେରୀ ଅଞ୍ଚଳରେ ଥିବା ଏକ ହସ୍ପିଟାଲକୁ ନେଇଯାଇଥିଲେ। କିନ୍ତୁ ସେଠାରେ ଡାକ୍ତରମାନେ ଅଭିନେତ୍ରୀଙ୍କୁ ମୃତ ଘୋଷଣା କରିଥିଲେ। ଏହି ଦୁଃଖଦ ଖବରକୁ ହସ୍ପିଟାଲ ପକ୍ଷରୁ ସ୍ପଷ୍ଟ କରାଯାଇଛି। କାର୍ଡିଆକ୍‍ ଆରେଷ୍ଟ ଯୋଗୁଁ ଶେଫାଳିଙ୍କ ମୃତ୍ୟୁ ହୋଇଥିବା ଡାକ୍ତର କହିଛନ୍ତି। ତେବେ ଶେଫାଳିଙ୍କ ମୃତ୍ୟୁ ଖବର ପାଇ ଅନ୍ଧେରି ସ୍ଥିତ ରହୁଥିବା ଘରେ ପହଞ୍ଚିଛି ମୁମ୍ବାଇ ପୁଲିସ । ଏକ ଫରେନସିକ୍‍ ଟିମ୍‍ ମଧ୍ୟ ଘରେ ଯାଞ୍ଚ କରୁଛନ୍ତି।

ଉଲ୍ଲେଖନୀୟ ଯେ, ୨୦୦୨ ମସିହାରେ ଶେଫାଲି ଜରିୱାଲାଙ୍କ ଗୀତ ‘କାଣ୍ଟା ଲଗା’ ରିଲିଜ୍ ହୋଇଥିଲା। ଯାହା ପରେ ସେ ଘରେ ଘରେ ଲୋକପ୍ରିୟ ହୋଇଯାଇଥିଲେ। ଏହି ଗୀତଟି ଏତେ ହିଟ୍ ହୋଇଥିଲା ଯେ ଶେଫାଲି ରାତାରାତି ଷ୍ଟାର ହୋଇଯାଇଥିଲେ। ଏହା ପରେ ସେ ‘ମୁଝସେ ଶାଦୀ କରୋଗୀ’ ଭଳି ଫିଲ୍ମ ଏବଂ ଅନେକ ସଂଗୀତ ଆଲବମ କରିଥିଲେ। ଶେଫାଲିଙ୍କୁ ‘ବିଗ୍ ବସ୍ ୧୩’ ଏବଂ ‘ନଚ୍ ବଲିୟେ ୫’ ଭଳି ରିଆଲିଟି ଟିଭି ଶୋ’ରେ ମଧ୍ୟ ଦେଖିବାକୁ ମିଳିଥିଲା।

Leave A Reply

Your email address will not be published.