ପ୍ରମୁଖ ଖବର

ଭାରତର ୨ ମୋଷ୍ଟ ୱାଣ୍ଟେଡ ଅପରାଧୀ ଆମେରିକାରେ ଗିରଫ
ଧାମରା ବନ୍ଦରରେ ଅନୁପ୍ରବେଶକାରୀ ହେବେ ସାବାଡ୍, ଜଗିବ ସ୍ବତନ୍ତ୍ର ଡ୍ରୋନ୍
ବିଜେଡି ନେତା ମନୋଜ ମିଶ୍ରଙ୍କ ଘରେ ଆଇଟି ରେଡ୍
ଆସନ୍ତା ୧୩ରେ ମୁଖ୍ୟମନ୍ତ୍ରୀଙ୍କ ବାଲେଶ୍ୱର ଗସ୍ତ
ଆଣ୍ଡାମାନ ନିକୋବରରେ ଶକ୍ତିଶାଳୀ ଭୂମିକମ୍ପ

ସ୍କୁଲ ଗ୍ରେଡିଂ ସିଷ୍ଟମ: ଜାତୀୟ ସ୍ତରରେ ୫ମ ସ୍ଥାନରେ ଓଡ଼ିଶା

0

ଭୁବନେଶ୍ବର: ଓଡିଶାକୁ ଆଉ ଏକ ସଫଳତା। ସ୍କୁଲ ଗ୍ରେଡିଂ ସିଷ୍ଟମରେ ଜାତୀୟ ସ୍ତରରେ ପଞ୍ଚମ ସ୍ଥାନରେ ଓଡ଼ିଶା। କେନ୍ଦ୍ର ସରକାରଙ୍କ ଦ୍ବାରା ପରଫରମାନ୍ସ ଗ୍ରେଡିଂ ଇଣ୍ଡେକ୍ସ (PGI-2.0) ରିପୋର୍ଟ ପ୍ରକାଶ ପାଇଛି। ଏଥିରେ ସ୍କୁଲ ଗ୍ରେଡିଂ ସିଷ୍ଟମରେ ଜାତୀୟ ସ୍ତରରେ ଓଡ଼ିଶା ୫ମ ସ୍ଥାନ ହାସଲ କରିଛି।

୨୦୨୩-୨୪ ଶିକ୍ଷା ବର୍ଷ ପାଇଁ ୫୯୫.୬ ସ୍କୋର ହାସଲ କରି ପ୍ରଚେଷ୍ଟା-୩ ଗ୍ରେଡ ପାଇଛି। ଏହାକୁ ନେଇ Xରେ ପୋଷ୍ଟ କରି ଖୁସି ପ୍ରକାଶ କରିଛନ୍ତି ନବୀନ ପଟ୍ଟନାୟକ। ରାଜ୍ୟରେ ଫାଇଭ ଟି ଉପକ୍ରମ ଅଧୀନରେ ପ୍ରାୟ ୭୦୦୦ ସ୍କୁଲକୁ ରୂପାନ୍ତରିତ କରାଯାଇଛି। ଯାହା ଛାତ୍ରଛାତ୍ରୀମାନଙ୍କ ପାଇଁ ନୂଆ ଆକାଂକ୍ଷା ଓ ସୁଯୋଗ ସୃଷ୍ଟି କରିଛି। ଶିକ୍ଷା ଦ୍ବାରା ପ୍ରତି ଶିଶୁକୁ ସଶକ୍ତ କରିବା ଆମ ସରକାରର ବିଶ୍ବାସ ଥିଲା। ଏଥିପାଇଁ ଶିକ୍ଷକ, ଅଭିଭାବକ ଓ ଛାତ୍ରଛାତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି ନବୀନ।

Leave A Reply

Your email address will not be published.