ପ୍ରମୁଖ ଖବର

କିସ୍‍ ବିଶ୍ୱବିଦ୍ୟାଳୟର ୫ମ ସମାବର୍ତ୍ତନ
୧୦ ଶିକ୍ଷକଙ୍କ ଦରମା ବନ୍ଦ କଲେ ବିଇଓ
ଓଡ଼ିଶାରେ ଗତ ୨ ବର୍ଷରେ ୧୧,୩୩୭ ଶିଶୁ ନିଖୋଜ
୪ ନମ୍ୱର ଆମିଷ ବଜାରରୁ ହଟିବ ସମସ୍ତ ଜବରଦଖଲ
ରୋଗୀସେବାରେ ସାମିଲ ହେବ ୨୦୦ଟି ନୂଆ ୧୦୮ ଆମ୍ବୁଲାନ୍ସ
ଅନେକ ପ୍ରେରଣା ଆଣିଛି ନଭେମ୍ବର ମାସ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ବ୍ୟବସାୟୀଙ୍କୁ ଗୁଳି କରି ହତ୍ୟା

0

ପାଟନା: ବିହାର ପାଟନାର ଗାନ୍ଧୀ ମୈଦାନ ଥାନା ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି। ବ୍ୟବସାୟୀ ତଥା ବିଜେପି ନେତା ଗୋପାଳ ଖେମକାଙ୍କୁ ଗୁଳି ମାଡ ହୋଇଛି। ମୃତ ଗୋପାଳ ଥିଲେ ମଗଧ ଘରୋଇ ହସ୍ପିଟାଲର ମାଲିକ। ସେ ତାଙ୍କ ଘର ଠାରୁ ଅଳ୍ପଦୂରରେ କାରରୁ ଓହ୍ଲାଇ ଏକ ଆପାର୍ଟମେଣ୍ଟକୁ ଯାଉଥିଲେ । ଏହି ସମୟରେ ଦୁର୍ବୃତ୍ତ କରିଥିଲା ଗୁଳିମାଡ଼।

ଗତକାଲି ବିଳମ୍ବିତ ରାତିରେ ଗୋପାଳ ରାମଗୁଲାମ ଛକ ନିକଟରେ କାର୍ ପାର୍କିଂ କରି ଗାଡିରୁ ଓହ୍ଲାଉଥିଲେ। ଏତିକି ବେଳେ କିଛି ଦୁର୍ବୁତ୍ତ ତାଙ୍କ ମୁଣ୍ଡକୁ ଗୁଳିମାଡ କରିଥିଲେ। ପରେ ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଥିଲା। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ପରେ ଖବର ପାଇ ପୁଲିସ୍ ଏବଂ ଫରେନ୍‌ସିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ସିସି ଟିଭି ଯାଞ୍ଚ କରିବା ସହ ଅଧିକ ତଦନ୍ତ ଜାରି ରଖିଛି। ୨୦୧୮ ମସିହାରେ ବୈଶାଳୀରେ ଗୋପାଳ ଖେମକାଙ୍କ ପୁଅ ଗୁଞ୍ଜନ ଖେମକାଙ୍କୁ ମଧ୍ୟ ଗୁଳି କରି ହତ୍ୟା କରାଯାଇଥିଲା। ଏହି ମାମଲାରେ ପୋଲିସ ଜଣେ ଅପରାଧୀଙ୍କୁ ମଧ୍ୟ ଗିରଫ କରିଥିଲା।

ଏହି ଗୁଳିକାଣ୍ଡର ସିସିଟିଭି ଫୁଟେଜ୍ ପୋଲିସ ଜବତ କରିଛି। ଘଟଣାସ୍ଥଳରୁ ଗୋଟିଏ ଗୁଳି ଓ ଗୋଟିଏ ଖୋକା ଜବତ କରାଯାଇଛି ଆପାର୍ଟମେଣ୍ଟ ବାହାରେ ଜଣେ ବ୍ୟକ୍ତି ଏଣେତେଣେ ଅନାଉଥିବାର ସିସିଟିଭି ଫୁଟେଜରୁ ଜଣାପଡୁଛି। ସେ ନୀଳ ରଙ୍ଗର ଏକ ସାର୍ଟ ପିନ୍ଧିଥିଲା। ଗୋପାଳ ନିଜେ କାର୍ ଡ୍ରାଇଭ୍ କରି ଏହି ଆପାର୍ଟମେଣ୍ଟ ନିକଟରେ ପହଞ୍ଚିଥିଲେ। ଏହି ଦୁର୍ବୃତ୍ତ ଜଣକ ଦୌଡିଯାଇ ତାଙ୍କ ଉପରକୁ ଗୁଳିଚାଳନା କରିଥିଲା । ପରେ ବାଇକ୍ ଧରି ଚମ୍ପଟ ମାରିଥିଲା।

Leave A Reply

Your email address will not be published.