ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ବ୍ୟବସାୟୀଙ୍କୁ ଗୁଳି କରି ହତ୍ୟା

0

ପାଟନା: ବିହାର ପାଟନାର ଗାନ୍ଧୀ ମୈଦାନ ଥାନା ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି। ବ୍ୟବସାୟୀ ତଥା ବିଜେପି ନେତା ଗୋପାଳ ଖେମକାଙ୍କୁ ଗୁଳି ମାଡ ହୋଇଛି। ମୃତ ଗୋପାଳ ଥିଲେ ମଗଧ ଘରୋଇ ହସ୍ପିଟାଲର ମାଲିକ। ସେ ତାଙ୍କ ଘର ଠାରୁ ଅଳ୍ପଦୂରରେ କାରରୁ ଓହ୍ଲାଇ ଏକ ଆପାର୍ଟମେଣ୍ଟକୁ ଯାଉଥିଲେ । ଏହି ସମୟରେ ଦୁର୍ବୃତ୍ତ କରିଥିଲା ଗୁଳିମାଡ଼।

ଗତକାଲି ବିଳମ୍ବିତ ରାତିରେ ଗୋପାଳ ରାମଗୁଲାମ ଛକ ନିକଟରେ କାର୍ ପାର୍କିଂ କରି ଗାଡିରୁ ଓହ୍ଲାଉଥିଲେ। ଏତିକି ବେଳେ କିଛି ଦୁର୍ବୁତ୍ତ ତାଙ୍କ ମୁଣ୍ଡକୁ ଗୁଳିମାଡ କରିଥିଲେ। ପରେ ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଥିଲା। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ପରେ ଖବର ପାଇ ପୁଲିସ୍ ଏବଂ ଫରେନ୍‌ସିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ସିସି ଟିଭି ଯାଞ୍ଚ କରିବା ସହ ଅଧିକ ତଦନ୍ତ ଜାରି ରଖିଛି। ୨୦୧୮ ମସିହାରେ ବୈଶାଳୀରେ ଗୋପାଳ ଖେମକାଙ୍କ ପୁଅ ଗୁଞ୍ଜନ ଖେମକାଙ୍କୁ ମଧ୍ୟ ଗୁଳି କରି ହତ୍ୟା କରାଯାଇଥିଲା। ଏହି ମାମଲାରେ ପୋଲିସ ଜଣେ ଅପରାଧୀଙ୍କୁ ମଧ୍ୟ ଗିରଫ କରିଥିଲା।

ଏହି ଗୁଳିକାଣ୍ଡର ସିସିଟିଭି ଫୁଟେଜ୍ ପୋଲିସ ଜବତ କରିଛି। ଘଟଣାସ୍ଥଳରୁ ଗୋଟିଏ ଗୁଳି ଓ ଗୋଟିଏ ଖୋକା ଜବତ କରାଯାଇଛି ଆପାର୍ଟମେଣ୍ଟ ବାହାରେ ଜଣେ ବ୍ୟକ୍ତି ଏଣେତେଣେ ଅନାଉଥିବାର ସିସିଟିଭି ଫୁଟେଜରୁ ଜଣାପଡୁଛି। ସେ ନୀଳ ରଙ୍ଗର ଏକ ସାର୍ଟ ପିନ୍ଧିଥିଲା। ଗୋପାଳ ନିଜେ କାର୍ ଡ୍ରାଇଭ୍ କରି ଏହି ଆପାର୍ଟମେଣ୍ଟ ନିକଟରେ ପହଞ୍ଚିଥିଲେ। ଏହି ଦୁର୍ବୃତ୍ତ ଜଣକ ଦୌଡିଯାଇ ତାଙ୍କ ଉପରକୁ ଗୁଳିଚାଳନା କରିଥିଲା । ପରେ ବାଇକ୍ ଧରି ଚମ୍ପଟ ମାରିଥିଲା।

Leave A Reply

Your email address will not be published.