ପ୍ରମୁଖ ଖବର

ଡିଜିପି ଚୟନ ମାମଲାରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ଜେଲ୍ ଡିଜିପି
ନେପାଳରେ ବନ୍ୟା ମୃତକଙ୍କ ପାଇଁ ଜାତୀୟ ଶୋକ, ୧୩୫୩ ମୃତଦେହ ଉଦ୍ଧାର
ଗୁଜରାଟ-ମହାରାଷ୍ଟ୍ର ଗସ୍ତରେ ମୋଦୀ, ଉଦ୍‌ଘାଟନ କରିବେ ବଡ଼ ପ୍ରକଳ୍ପ
ଗୁଜରାଟ-ମହାରାଷ୍ଟ୍ର ଗସ୍ତରେ ମୋଦୀ, ଉଦ୍‌ଘାଟନ କରିବେ ବଡ଼ ପ୍ରକଳ୍ପ
୬ଟି ଆସନରେ ଉପନିର୍ବାଚନ: ଅକ୍ଟୋବର ୬ରେ ଭୋଟ, ୯ରେ ଗଣତି
ଏଲପିଜି ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି, ଏଣିକି ୨୫ ଦିନରେ ବୁକ୍ ହେବ ସିଲିଣ୍ଡର
ତୀର୍ଥଯାତ୍ରୀଙ୍କ ଟ୍ରକ୍ ଓଲଟି ୧୨ ମୃତ, ୨୨ ଆହତ
ଦଶମ-ଦ୍ୱାଦଶ ପାଇଁ ଗୋଟିଏ ବୋର୍ଡ, ବଦଳିବ BSE-CHSE ବ୍ୟବସ୍ଥା

ଏଫଏମ ଛାତ୍ରୀ ଆତ୍ମାହୁତୀ ଘଟଣାରେ ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡିଲେ ନବୀନ

0

ଭୁବନେଶ୍ବର: ଫକୀର ମୋହନ କଲେଜ ଛାତ୍ରୀ ଆତ୍ମାହୁତୀ ଘଟଣା ଏବେ ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ସରକାର ମଧ୍ୟ ଆକ୍ସନ ମୋଡରେ ଏହି ଘଟଣାକୁ ପ୍ରାଥମିକତା ଦେଇ ସମସ୍ତ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏହାରି ଭିତରେ ଏବେ ବିରୋଧୀ ରାଜ୍ୟରେ ନାରୀ ସୁରକ୍ଷାକୁ ପ୍ରଶ୍ନ କରି ସରକାରଙ୍କୁ ଘେରି କଠୋରରୁ କଠୋର କାର୍ଯ୍ୟନୁଷ୍ଠାନ ଦାବି କରିଥିବା ବେଳେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏହି ଘଟଣାରେ ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡିଛନ୍ତି।

ଏନେଇ ନିଜ ଏକ୍ସରେ ନବୀନ ଘଟଣାରେ ଦୁଃଖ ପ୍ରକାଶ କରି ଲେଖିଛନ୍ତି, ଓଡିଶାର ଏକ ପ୍ରମୁଖ ବିଶ୍ୱବିଦ୍ୟାଳୟରେ ଜଣେ ଯୁବ ଛାତ୍ରୀ ଆତ୍ମହତ୍ୟା କରିବା ଆଶ୍ଚର୍ଯ୍ୟଜନକ ଏବଂ ଗଭୀର ଦୁଃଖଦାୟକ। ବାରମ୍ବାର ଯୌନ ଅନୁଗ୍ରହ ଦାବି କରୁଥିବା ଜଣେ ଶିକ୍ଷକ ତାଙ୍କୁ ନିରନ୍ତର ଯୌନ ନିର୍ଯାତନାର ଶିକାର କରିଥିବା ଅଭିଯୋଗ ହୋଇଛି। ପ୍ରିନ୍ସିପାଲଙ୍କୁ ଲେଖିଥିବା ଏକ ଚିଠିରେ ସେ ପ୍ରକାଶ କରିଛନ୍ତି ଯେ ସେ ପୂର୍ବରୁ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ କିନ୍ତୁ ବର୍ତ୍ତିଯାଇଥିଲେ।

ପୂର୍ବରୁ ୧ ଜୁଲାଇରେ, ପୀଡିତା ଜଣଙ୍କ ସାହାଯ୍ୟ ପାଇଁ ଏକ ଆକୁଳ ନିବେଦନ କରି, ସୋସିଆଲ ମିଡିଆରେ ତାଙ୍କର ଅଭିଯୋଗ ପୋଷ୍ଟ କରିଥିଲେ, ଅନେକ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ଟ୍ୟାଗ୍ ମଧ୍ୟ କରିଥିଲେ। କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ, ସେ ଦୁଃଖଦ ଭାବରେ ପ୍ରିନ୍ସିପାଲଙ୍କ ଚାମ୍ବର ବାହାରେ ନିଜକୁ ନିଆଁ ଲଗାଇ ଦେଇଥିଲେ। ବାରମ୍ବାର ଅଭିଯୋଗ ସତ୍ତ୍ବେ ଏହା ଉପରେ ଧ୍ୟାନ ନଦିଆଯିବାରୁ ଏପରି ଘଟିଲା ବୋଲି କହି ଏଥିପାଇଁ ସରକାରୀ କର୍ତ୍ତୃପକ୍ଷଙ୍କୁ ପ୍ରଶ୍ନର କାଠ ଗଡାକୁ ଟାଣିଛନ୍ତି ନବୀନ। ଯାହାକୁ ନେଇ ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡିଛନ୍ତି ନବୀନ ଏବଂ ଏହି ଘଟଣାରେ ଖୋଦ୍ ରାଜ୍ୟପାଳ ଛାତ୍ରୀଙ୍କୁ ଯେପରି ନ୍ୟାୟ ମିଳୁ ତାହା ନିଶ୍ଚିତ କରିବାକୁ ନବୀନ ଅନୁରୋଧ କରିଛନ୍ତି।

ସେପଟେ ଏମ୍ସରେ ଚିକିତ୍ସାଧୀନ ଥିବା ପୀଡିତା ଛାତ୍ରୀ ଏବେ ସଂକଟାପନ୍ନ ଅବସ୍ଥାରେ ଅଛନ୍ତି। ଶରୀରର ୯୫ ପ୍ରତିଶତ ଜଳିଯାଇଥିବା ବେଳେ କିଡନୀ, ଶ୍ବାସନଳୀ ବେଶୀ ପ୍ରଭାବିତ ହୋଇଛି। ଯେଉଁ କାରଣରୁ ଜୀବନମରଣ ସହ ଯୁଝୁଛନ୍ତି ଛାତ୍ରୀ ଜଣଙ୍କ। ଏଥିସହିତ ପ୍ରାଥମିକ କାର୍ଯ୍ୟନୁଷ୍ଠାନରେ କଲେଜର ପ୍ରିନ୍ସିପାଲଙ୍କୁ ନିଲମ୍ବନ କରାଯାିଥିବା ବେଳେ, ଅଭିଯୁକ୍ତ କଲେଜ ପ୍ରଫେସରଙ୍କୁ ମଧ୍ୟ ନିଲମ୍ବନ କରାଯାଇ ଗିରଫ କରାଯାଇଛି।

ଅପରପକ୍ଷେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦିଲ୍ଲୀରୁ ଫେରି ସ୍ବାସ୍ଥ୍ୟମନ୍ତ୍ରୀ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ସମେତ ଅନେକ ମନ୍ତ୍ରୀଙ୍କୁ ନେଇ ତୁରନ୍ତ ଏକ ବୈଠକ କରିଚନ୍ତି। ନିଜେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏମ୍ସ ଯାଇ ପୀଡିତାଙ୍କ ପରିବାରକକୁ ଭେଟିଛନ୍ତି ଏବଂ ଡାକ୍ତରଙ୍କ ସହ ପରାମର୍ଶ କରିଛନ୍ତି। ସେପଟେ ଏଫଏମ କଲେଜରେ ପହଞ୍ଚିଛି ତଦନ୍ତ କିମିଟି।

Leave A Reply

Your email address will not be published.