ଭୁବନେଶ୍ଵର: ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଥିବା ବାଲେଶ୍ୱର ଫକିର ମୋହନ ବିଶ୍ୱବିଦ୍ୟାଳୟ ଛାତ୍ରୀଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ଏମ୍ସ ବର୍ଣ୍ଣ ୱାର୍ଡରେ ଜୀବନ ସହ ସଂଘର୍ଷ କରୁଛନ୍ତି ପୀଡ଼ିତା। ତାଙ୍କ ଶରୀରର ୯୫ ପ୍ରତିଶତ ପୋଡ଼ିଯାଇଛି। ପୀଡ଼ିତାଙ୍କୁ ଆଇସିୟୁରେ ଭେଣ୍ଟିଲେଟରରେ ରଖି ଚିକିତ୍ସା କରାଯାଉଛି । ଛାତ୍ରୀ ଜଣକ ଅତି ସଙ୍କଟାପନ୍ନ ଅବସ୍ଥାରେ ଥିବା ନେଇ ସୂଚନା ଦେଇଛନ୍ତି ଏମ୍ସ ନିର୍ଦ୍ଦେଶକ ଡାକ୍ତର ଆଶୁତୋଷ ବିଶ୍ବାସ। ଏବେ ସେ ଏମ୍ସରେ ଚିକିତ୍ସାଧୀନ ଥିବା ବେଳେ ମୁଖ୍ୟମନ୍ତ୍ରୀ ପୀଡିତାଙ୍କୁ ଭେଟିଛନ୍ତି।
ଶରୀର ଅଧିକାଂଶ ଅଂଶ ପୋଡିଯାଇଥିବାରୁ ତାଙ୍କୁ ଦିଲ୍ଲୀ ନିଆଯାଇପାରୁନାହିଁ। ସାମାନ୍ୟ ନରମାଲ କଣ୍ଡିସନକୁ ଆସିଲେ ତାଙ୍କୁ ଏୟାରଲିଫ୍ଟ କରାଯାଇ ଦିଲ୍ଲୀ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶୃତି ଦେଇଛନ୍ତି। ୧୨ ଜଣିଆ ଡାକ୍ତରୀ ଦଳ ଚିକିତ୍ସାରେ ନିୟୋଜିତ ରହିଛନ୍ତି। ଆଗାମୀ ୨୪ରୁ ୪୮ ଘଣ୍ଟା ଅତି ଗୁରୁତ୍ଵପୂର୍ଣ୍ଣ। ବର୍ତ୍ତମାନ ସୁଦ୍ଧା ପୀଡ଼ିତାଙ୍କ ସ୍ଵାସ୍ଥ୍ୟାବସ୍ଥାରେ କୌଣସି ସୁଧାର ଆସିନାହିଁ ବୋଲି କହିଛନ୍ତି ଡାକ୍ତର। ଦିଲ୍ଲୀ ଏମ୍ସର ମଧ୍ୟ ପରାମର୍ଶ ନିଆଯାଉଛ। ଏହି ଘଟଣାରେ ଉଚ୍ଚଶିକ୍ଷା ବିଭାଗ ତ୍ବରିତ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି କଲେଜର ଅଧ୍ୟକ୍ଷ ଦିଲ୍ଲୀପ କୁମାର ଘୋଷ ଓ ଅଭିଯୁକ୍ତ ସହକାରୀ ପ୍ରଫେସର ସମୀର କୁମାର ସାହୁଙ୍କୁ ନିଲମ୍ବିତ କରିଛନ୍ତି । ଏଥି ସହିତ ସହକାରୀ ପ୍ରଫେସର ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ ମଧ୍ୟ କରାଯାଇଛି।
ଅନ୍ୟପଟେ କାହିଁକି ଓ କେଉଁ ପରିସ୍ଥିତିରେ ଛାତ୍ରୀ ଜଣକ ଆତ୍ମହତ୍ୟା ଉଦ୍ୟମ କଲେ ତାର ତଦନ୍ତ ହେବାନେଇ ୩ ଜଣିଆ କମିଟି ଗଠନ ହୋଇଛି । ଆଜି ଫକୀରମୋହନ ବିଶ୍ବବିଦ୍ୟାଳୟ ଯାଇଛନ୍ତି ୩ ଜଣିଆ ତଦନ୍ତ କମିଟି । କମିଟିର ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ରହିଛି।
ପ୍ରମୁଖ ଖବର
ଏଣିକି ଶସ୍ତା ହେବ ବିଦେଶ ଯାତ୍ରା ଓ ପାଠପଢ଼ା
ଦେଶରେ ନିର୍ମାଣ ହେବ ୩ଟି ନୂଆ ଏମ୍ସ, ୭ଟି ରେଳ କରିଡର୍
ବାୟୋଫାର୍ମା କ୍ଷେତ୍ର ପାଇଁ ୧୦ ହଜାର କୋଟି, ଶସ୍ତା ହେବ ସୁଗାର କର୍କଟ ଔଷଧ
କେନ୍ଦ୍ରୀୟ ବଜେଟ୍ ୨୦୨୬-୨୭ ମହିଳାମାନଙ୍କ ଆର୍ଥିକ ସଶକ୍ତିକରଣ ଦିଗରେ ଏକ ପ୍ରମୁଖ ପଦକ୍ଷେପ
ପୁଲିସ୍ ଗୁଳିରେ ଦୁର୍ଦ୍ଦାନ୍ତ ଡକାୟତ ସିପୁ ଆହତ