ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

ଭୁବନେଶ୍ୱର ଏମ୍ସରେ ମହିଳା କର୍ମଚାରୀଙ୍କୁ ଯୌନ ନିର୍ଯାତନା ଅଭିଯୋଗ

0

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ଏମ୍ସରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଏମ୍ସର ଜଣେ ମହିଳା କର୍ମଚାରୀ ଜଣେ ପୁରୁଷ ନର୍ସିଂ ଅଧିକାରୀଙ୍କ ବିରୁଦ୍ଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ, ରବିବାର ବିଳମ୍ବିତ ରାତିରେ ନର୍ସିଂ ଅଫିସର ନାନୁ ରାମ ଚୌଧୁରୀ ତାଙ୍କୁ ଡାକ୍ତରଙ୍କ କୋଠରୀକୁ ଡାକି କବାଟ ବନ୍ଦ କରିଦେଇଥିଲେ ଅଶାଳୀନ ବ୍ୟବହାର କରିଥିଲେ ଏବଂ ଅସଦାଚରଣ କରିଥିଲେ।

ଏନେଇ ମହିଳା ଜଣଙ୍କ ତୁରନ୍ତ ହସ୍ପିଟାଲର ନିୟନ୍ତ୍ରଣ କକ୍ଷକୁ ଅବଗତ କରାଇଥିଲେ। ଏହାପରେ ସେ ଖଣ୍ଡଗିରି ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ । ଏହି ଖବର ସାମ୍ନାକୁ ଆସିବା ପରେ ଅଭିଯୁକ୍ତ ନର୍ସିଂ ଅଧିକାରୀଙ୍କୁ ତୁରନ୍ତ ନିଲମ୍ବନ ଏବଂ ଗିରଫ ଦାବି କରି ହସ୍ପିଟାଲ ପରିଚାରିକାଙ୍କ ଏକ ଗୋଷ୍ଠୀ ହସ୍ପିଟାଲ ପରିସରରେ ପ୍ରତିବାଦ ଆରମ୍ଭ କରିଥିଲେ।

ଏହାପରେ ଖଣ୍ଡଗିରି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିବା ସହ ପରିସ୍ଥିତିକୁ ଆୟତ୍ତକୁ ଆଣିଥିଲା। ଏହାପରେ ପୋଲିସ ଏହି ମାମଲରେ ପ୍ରାରମ୍ଭିକ ତଦନ୍ତ ଆରମ୍ଭ କରିଥିବା ସୂଚନା ରହିଛି।

Leave A Reply

Your email address will not be published.