ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

ଆଫଗାନିସ୍ତାନରେ ଭୂକମ୍ପ

0

ମୃତ୍ୟୁ ସଂଖ୍ୟା ୮୦୦ ଟପିଲା, ୧୩୦୦ ଆହତ

ଆଫଗାନିସ୍ତାନ: ରବିବାର ବିଳମ୍ବିତ ରାତିରେ ପାକିସ୍ତାନ ସୀମା ନିକଟ ପୂର୍ବ ଆଫଗାନିସ୍ତାନରେ ୬.୩ ତୀବ୍ରତାର ଭୂମିକମ୍ପ ହୋଇଛି। ଏଥିରେ ବର୍ତ୍ତମାନ ସୁଦ୍ଧା ୮୦୦ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ୧୩୦୦ରୁ ଅଧିକ ଆହତ ହୋଇଛନ୍ତି। ଆମେରିକାର ଭୂତତ୍ତ୍ୱ ସର୍ଭେ ଅନୁଯାୟୀ, ଭୂମିକମ୍ପର କେନ୍ଦ୍ରସ୍ଥଳ ନାଙ୍ଗରହାର ପ୍ରଦେଶର ଜଲାଲାବାଦ ନିକଟରେ ଥିଲା। ଏହାର ଗଭୀରତା ୮ କିଲୋମିଟର ଥିଲା। ଏହା ରବିବାର ସ୍ଥାନୀୟ ସମୟ ରାତି ୧୧ଟା ୪୭ରେ ଅନୁଭୂତ ହୋଇଥିଲା ଭୂକମ୍ପ ଝଟକା। ରାତି ସମୟରେ ଭୂକମ୍ପ ହେବାରୁ ଏତେ ସଂଖ୍ୟାରେ ମୃତ୍ୟୁ ଘଟିଛି।

ଏହି ଭୂମିକମ୍ପ ଦିଲ୍ଲୀ-ଏନସିଆରରେ ମଧ୍ୟ ଅନୁଭୂତ ହୋଇଥିଲା। ଭୂମିକମ୍ପ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଥିଲା। ରାତି ଯୋଗୁଁ ଲୋକମାନେ ଭୟଭୀତ ହୋଇଯାଇଥିଲେ। ଆଫଗାନିସ୍ତାନର ୱାର୍ଦାକ ପ୍ରଦେଶର ରାଜଧାନୀ ମଇଦାନ ସହର ପୂର୍ବତନ ମେୟର ଜାରିଫା ଘଫାରି ଏକ୍ସ ରେ ଏକ ପୋଷ୍ଟରେ କହିଛନ୍ତି ଯେ, ଏହି ଭୟଙ୍କର ଭୂମିକମ୍ପ ସମଗ୍ର ଗ୍ରାମକୁ ଧ୍ୱଂସ କରିଦେଇଛି।

Leave A Reply

Your email address will not be published.