ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

ରାଫେଲରେ ଉଡିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

0

ଅମ୍ବାଲା: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭାରତୀୟ ବାୟୁସେନାର ରାଫାଲ ଯୁଦ୍ଧ ବିମାନ ଉଡ଼ାଇ ଇତିହାସ ରଚିଛନ୍ତି। ଆଜି ଅମ୍ବାଲା ଏୟାରବେସରେ ଭାରତର ସବୁଠୁ ଶକ୍ତିଶାଳୀ ଯୁଦ୍ଧ ବିମାନ ରାଫେଲ୍ ଉଡ଼ାଇଛନ୍ତି ରାଷ୍ଟ୍ରପତି। ରାଷ୍ଟ୍ରପତି ଏହି ବିମାନ ଉଡାଇ ଭାରତୀୟ ବାୟୁସେନା ଏବଂ ସମଗ୍ର ଦେଶକୁ ଗର୍ବରେ ଭରି ଦେଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀରେ ଅଧିଷ୍ଠିତ। ତେଣୁ ସେ ତିନି ସଶସ୍ତ୍ର ବାହିନୀର କମାଣ୍ଡର ମଧ୍ୟ। ଏହି ସମୟରେ ଉପସ୍ଥିତ ରହିଥିଲେ ସଶସ୍ତ୍ର ବାହିନୀର ସର୍ବୋଚ୍ଚ କମାଣ୍ଡର ।

ଏହା ଉଲ୍ଲେଖନୀୟ ଯେ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୂର୍ବରୁ ଏକ ସୁଖୋଇ-୩ MKI ଯୁଦ୍ଧ ବିମାନ ଉଡ଼ାଇଛନ୍ତି। ଏହି ଉଡ଼ାଣ ୮ ଏପ୍ରିଲ, ୨୦୨୩ରେ ଆସାମର ତେଜପୁର ବାୟୁସେନା ଷ୍ଟେଶନରୁ ହୋଇଥିଲା। ରାଫାଲ ଉଡ଼ାଣ ପୂର୍ବରୁ ଅମ୍ବାଲା ବାୟୁସେନା ଷ୍ଟେଶନରେ ପହଞ୍ଚିଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ବାୟୁସେନା ମୁଖ୍ୟ ମାର୍ଶାଲ ଅମର ପ୍ରୀତ ସିଂହ ସ୍ବାଗତ କରିଥିଲେ। ବାୟୁସେନା କର୍ମଚାରୀମାନେ ତାଙ୍କୁ ଗାର୍ଡ ଅଫ ଅନର ମଧ୍ୟ ପ୍ରଦାନ କରିଥିଲେ। ରାଷ୍ଟ୍ରପତି ଯେଉଁ ରାଫେଲରେ ଉଡାଣ ଭରିଛନ୍ତି ତାହା ଅପରେସନ ସିନ୍ଦୂର ସମୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲା । ୧୭ତମ ରାଫେଲ ସ୍କ୍ୱାଡ୍ରନ୍‌ ପାକିସ୍ତାନୀ ଆତଙ୍କବାଦୀ ଶିବରକୁ ସମ୍ପୂର୍ଣ୍ଣ ଧ୍ୱଂସ କରିଥିଲା ।

Leave A Reply

Your email address will not be published.