ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ବିନା ଅନୁମତିରେ ବିଡିଓ ଓ ତହସିଲଦାର ଛୁଟିରେ ରହିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ

0

ଯାଜପୁର: ଏବେ କୌଣସି ବିଡିଓ ଏବଂ ତହସିଲଦାର ଛୁଟି ଦରଖାସ୍ତ ଦାଖଲ ନକରି ବିନା ଅନୁମତିରେ ଅନୁପସ୍ଥିତ ରହିପାରିବେ ନାହିଁ। ଯଦି କେହି ବିନା ଅନୁମତିରେ ଛୁଟିରେ ରୁହନ୍ତି ତେବେ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଯାଜପୁର ଜିଲ୍ଲାପାଳ ଅମ୍ବର କୁମାର କର କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଯଦି କେହି ବିନା ଅନୁମତିରେ ଛୁଟିରେ ରୁହନ୍ତି ତେବେ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଯାଜପୁର ଜିଲ୍ଲାପାଳ ଅମ୍ବର କୁମାର କର କଡ଼ା ନିର୍ଦ୍ଦେଶ ଦେଇଛନ୍ତି।

ସୂଚନା ମୁତାବକ, ଗତ କିଛି ଦିନ ହେବ ଜିଲ୍ଲାର ବିଭିନ୍ନ ବ୍ଲକ ଏବଂ ତହସିଲର ଅଧିକାରୀମାନେ ଉପରିସ୍ଥ କର୍ତ୍ତୃପକ୍ଷଙ୍କଠାରୁ ଅନୁମତି ନ ନେଇ ହେଡକ୍ୱାର୍ଟରରେ ଅନୁପସ୍ଥିତ ରହିବା ନେଇ ଅଭିଯୋଗ ହୋଇଆସୁଥିଲା। ଏହା ଦ୍ବାରା ସରକାରୀ କାମରେ ବାଧା ଉପୁଜୁଥିଲା। ଏନେଇ ଜିଲ୍ଲାପାଳଙ୍କ ନିକଟକୁ ଅନେକ ଅଭିଯୋଗ ଆସିବା ପରେ ଜିଲ୍ଲାପାଳ କ୍ଷୁବ୍ଧ ହୋଇ ନୋଟିସ ଜାରି କରିଛନ୍ତି।

ଜନସାଧାରଣଙ୍କ ଅଭିଯୋଗ ଶୁଣାଣି ପାଇଁ ପ୍ରଶାସନ ସର୍ବଦା ତତ୍ପର ରହିଛି। ବିଡିଓ ଏବଂ ତହସିଲଦାର ଛୁଟି ଦରଖାସ୍ତ ନଦେଇ ହେଡକ୍ୱାର୍ଟର ଛାଡ଼ିବା କାରଣରୁ ସମସ୍ୟା ଜଣାଇବା ପାଇଁ ଆସୁଥିବା ସାଧାରଣ ଜନତା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେଣୁ କାର୍ଯ୍ୟକ୍ଷେତ୍ରରେ ଅବହେଳାକୁ ବରଦାସ୍ତ କରାଯିବ ନାହିଁ ବୋଲି ଜିଲ୍ଲାପାଳ ତାଗିଦ୍ କରି ଏହି କଡ଼ା ନିର୍ଦ୍ଦେଶ ଦେଇଛନ୍ତି।

Leave A Reply

Your email address will not be published.