ପ୍ରମୁଖ ଖବର

ହିମନ୍ତ ବିଶ୍ୱ ଶର୍ମାଙ୍କ ବଡ଼ ପ୍ରତିଶ୍ରୁତି: ମାଗଣା ଏଲପିଜି ସିଲିଣ୍ଡର ଦେବ ବିଜେପି
ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ପାଇଁ ବାଟ ଖୋଲିଲା: ଜଙ୍ଗଲ ଜମିକୁ ମିଳିଲା ଅନୁମତି
ସେଲଭାସାରେ ଭୟଙ୍କର ଗ୍ୟାସ୍ ବିସ୍ଫୋରଣ: ୪ ମୃତ, ୫ ଗୁରୁତର ଆହତ
ତିରୁବନନ୍ତପୁରମରେ ମୋଦିଙ୍କ ଭବ୍ୟ ରୋଡ୍‌ଶୋ,ଉତ୍ସବମୟ ପରିବେଶ
ଓଡ଼ିଆ ପକ୍ଷ ଅବସରରେ ପ୍ରବେଶ ଉତ୍ସବ: କୁନି ପିଲାଙ୍କୁ ଖଡି ଛୁଆଁଇଲେ ମୁଖ୍ୟମନ୍ତ୍ରୀ
ମହାରାଷ୍ଟ୍ରର ନାସିକରେ ଭୟାବହ ଦୁର୍ଘଟଣା: କୁଅରେ ପଡ଼ି ଏକ ପରିବାରର ୯ ଜଣଙ୍କ ମୃତ୍ୟୁ
ଡ଼ିଆରେ ନାମ ଫଳକ ନଥିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ
ଭାରତ ପାଇଁ ଆଶ୍ୱସ୍ତିର ଖବର : ଭାରତ ଆସୁଛି ସପ୍ତମ ଏଲ୍‌ପିଜି ଟ୍ୟାଙ୍କର୍

ବାରିପଦାରେ ବିମାନବନ୍ଦର ଢାଞ୍ଚାରେ ବସଷ୍ଟାଣ୍ଡ କୁ ବିରୋଧ

0

ବାରିପଦା: ବାରିପଦା ରେ ଯାତ୍ରୀ ସୁବିଧା, ସହରୀ ଯାତାୟାତ ଓ ପର୍ଯ୍ୟଟନ ବିକାଶକୁ ଦୃଷ୍ଟିରେ ରଖି ପ୍ରାୟ ୫ ଏକର ଜମିରେ ବିମାନବନ୍ଦର ଢାଞ୍ଚାରେ ଏକ ଅତ୍ୟାଧୁନିକ ‘ଅଟଳ ବସଷ୍ଟାଣ୍ଡ’ ନିର୍ମାଣ କରିବାକୁ ରାଜ୍ୟ ସରକାର ଯୋଜନା କରିଥିବାବେଳେ ଏହାକୁ ନେଇ ଆରମ୍ଭରୁ ଜିଲ୍ଲାରେ ବିରୋଧ ଦେଖାଦେଇଛି। ପ୍ରସ୍ତାବିତ ବସଷ୍ଟାଣ୍ଡଟି ବାରିପଦା ସହର ଉପକଣ୍ଠ ଟକଟପୁର ଅଞ୍ଚଳରେ ନିର୍ମାଣ ହେବାକୁ ଯାଉଥିବା ସମୟରେ ଏଥିପାଇଁ ହଜାର ହଜାର ଗଛ କଟାଯାଉଥିବାରୁ ସାଧାରଣ ଲୋକ, ପରିବେଶବିତ୍ ଓ ସଂଗଠନମାନେ ପ୍ରବଳ ବିରୋଧ କରୁଛନ୍ତି।

ଏହି ବସଷ୍ଟାଣ୍ଡରେ ପ୍ରଶସ୍ଥ ପ୍ରତୀକ୍ଷା ହଲ୍, ଆଧୁନିକ ଶୌଚାଳୟ, ଫୁଡ୍ କୋର୍ଟ, ଖୁଦ୍ର ବ୍ୟବସାୟ ସ୍ଥାନ, ଦିବ୍ୟାଙ୍ଗ-ସହଜ ସୁବିଧା, ଡିଜିଟାଲ୍ ଯାତ୍ରୀ ସୂଚନା ପ୍ରଣାଳୀ, ସି ସି ଟିଭି ନିରୀକ୍ଷଣ, ୱାଇ ଫାଇ ଓ ମୋବାଇଲ୍ ଚାର୍ଜିଂ ପଏଣ୍ଟ ପରି ସୁବିଧା ରହିବ ବୋଲି ସରକାର କହିଛନ୍ତି। ପ୍ରଶାସନର କହିବା ଅନୁସାରେ ବର୍ତ୍ତମାନ ସହର କେନ୍ଦ୍ରରେ ଅବସ୍ଥିତ ପୁରୁଣା ବସଷ୍ଟାଣ୍ଡ ଅତ୍ୟଧିକ ଭିଡ଼ ଓ ଟ୍ରାଫିକ୍ ଜାମ୍ ସୃଷ୍ଟି କରୁଥିବାରୁ ନୂତନ ଆନ୍ତଃରାଜ୍ୟ ବସଷ୍ଟାଣ୍ଡ ନିର୍ମାଣ ଅନିବାର୍ଯ୍ୟ ହୋଇପଡ଼ିଛି, ଯାହା ଭୁବନେଶ୍ୱର, ବାଲେଶ୍ୱର, କୋଲକାତା ସହିତ ଅନ୍ୟାନ୍ୟ ମୁଖ୍ୟ ସ୍ଥାନକୁ ସଂଯୋଗ ସୁଦୃଢ଼ କରିବା ସହ ଶିମିଳିପାଳ ପରି ପର୍ଯ୍ୟଟନ କେନ୍ଦ୍ରକୁ ଲାଭ ଦେବ। ତେବେ ଭଞ୍ଜସେନା ଓ ବିଜେଡି ପକ୍ଷରୁ ଗଛକଟାକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ ଓ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି, ଏବଂ ପ୍ରମୋଦ କୁମାର ହେମ୍ବ୍ରମ ନାମକ ବ୍ୟକ୍ତି ଏହାକୁ ନେଇ ଜାତୀୟ ସବୁଜ ପ୍ରାଧିକରଣ ରେ ମାମଲା ରୁଜୁ କରିଥିବାବେଳେ ଆସନ୍ତା ଜାନୁଆରୀ ୬ ତାରିଖରେ ପରବର୍ତ୍ତୀ ଶୁଣାଣି କରାଯିବ ବୋଲି ଆଇନଜୀବୀ ଶଙ୍କର ପ୍ରସାଦ ପାଣି କହିଛନ୍ତି।

Leave A Reply

Your email address will not be published.