ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

ସୀତାକୁଣ୍ଡରେ ବୁଡ଼ି ଦୁଇ ଭାଇ ମୃତ

0

ମୟୂରଭଞ୍ଜ: କାଳ ସାଜିଲା ପିକନିକ। ପିକନିକ ସମୟରେ ଜଳପ୍ରପାତରେ ଗାଧେଇବା ବେଳେ ବୁଡ଼ିଗଲେ ଦୁଇଭାଇ। ମୃତକ ଦ୍ବୟ ଭଦ୍ରକ ଜିଲାର ବୋଲି ଜଣାପଡିଛି। ଉଭୟ ଭାଇଙ୍କ ବୟସ ୪୦ ବର୍ଷ ହେବ ବୋଲି ଅନୁମାନ କରାଯାଉଛି ।ବୁଡ଼ି ଯିବା ନେଇ ଦମକଳବାହିନୀକୁ ଖବର ଦେବା ପରେ ସେମାନେ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି କରିଥିବା ବେଳେ ମୃତଦେହ ଉଦ୍ଧାର କରାଯାଇଛି।

ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ଅଞ୍ଚଳରେ ଥିବା ସିତାକୁଣ୍ଡକୁ ପିକନିକ କରିବା ପାଇଁ ଭଦ୍ରକ ଜିଲାରୁ କିଛି ପର୍ଯ୍ୟଟକ ଆସିଥିଲେ। ତେବେ ତିନିଜଣଙ୍କ ଗୋଡ ଖସିଯାଇଥିଲା। ଫଳରେ ତିନି ଜଣ ପାଣିରେ ବୁଡି ଯାଇଥିଲେ। ଏହାପରେ ସଙ୍ଗେସଙ୍ଗେ ଜଣକୁ ଉଦ୍ଧାର କରାଯାଇଥିଲା। କୁଣ୍ଡର ପାଣି ଗହୀର ଓ ପ୍ରବଳ ଥଣ୍ଡା ଥିବାରୁ ଅନ୍ୟ ପର୍ଯ୍ୟଟକ ଦ୍ବୟଙ୍କୁ ଉଦ୍ଧାର କରିପାରିନଥିଲେ। ଦମକଳବାହୀନି ଖୋଜାଖୋଜି କରିବା ସମୟରେ ସେମାନଙ୍କର ମୃତଦେହ ମିଳିଛି। ଖବରପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି। କେଉଁ କାରଣ ପାଇଁ ଏଭଳି ଅଘଟଣ ଘଟିଗଲା ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରି ନାହିଁ।

Leave A Reply

Your email address will not be published.