ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ବାଂଲାଦେଶରେ ଆଉ ଜଣେ ହିନ୍ଦୁଙ୍କୁ ହତ୍ୟା

0

ବାଂଲାଦେଶ: ବାଂଲାଦେଶରେ ଗତ ୨୪ ଘଣ୍ଟାରେ ୨ ଜଣ ହିନ୍ଦୁ ଯୁବକଙ୍କୁ ହତ୍ୟା କରାଯାଇଥିବା ଘଟଣା ସାମ୍ନାକୁ ଆସିଛି। ଏକାକୁ ମିଶାଇ ୧୮ ଦିନରେ ୬ ଜଣ ହିନ୍ଦୁଙ୍କୁ ହତ୍ୟା କରାଗଲାଣି। ଗତକାଲି ରାଣା ପ୍ରତାପ ବୈରାଗୀ (୪୫)ଙ୍କୁ ହତ୍ୟା କରାଯାଇଥିବେଳେ, ଏବେ ମଣି ଚକ୍ରବର୍ତ୍ତୀ ନାମଙ୍କ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି। ମଣିଙ୍କର ତେଜରାତି ଦୋକାନ ଥିଲା।

ସୋମବାର ରାତି ପ୍ରାୟ ୮ଟାରେ ହତ୍ୟାକାଣ୍ଡ ଘଟିଥିବା କୁହାଯାଉଛି। ସବୁଦିନ ପରେ ମଣି ତାଙ୍କ ତେଜରାତି ଦୋକାନରେ ବସିଥିଲେ। ସେହି ସମୟରେ କିଛି ଅଜ୍ଞାତ ଲୋକ ତାଙ୍କ ଉପରେ ଆକ୍ରମଣ କରିଥିଲେ। ସେ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକ ତାଙ୍କୁ ହସ୍ପିଟାଲ ନେଇଥିଲେ ହେଲେ ଅଧା ବଟାରେ ଆଖି ବୁଜିଥିଲେ ମଣି। ତେବେ ମଣି ଜଣେ ଶାନ୍ତ ସ୍ବଭାବର ମଣିଷ ଥିଲେ। ତାଙ୍କର କେହି ଶତୃ ନଥିବା ସ୍ଥାନୀୟ ଦୋକାନୀ ମାନେ କହିଛନ୍ତି।

ତେବେ ପ୍ରଥମେ ୧୮ ଡିସେମ୍ବରରେ ଦୀପୁ ଚନ୍ଦ୍ର ଦାସଙ୍କୁ ମୁସଲିମ ଭିଡ ପିଟି ପିଟି ମାରିବା ପରେ ତାଙ୍କ ମୃତଦେହକୁ ଗଛରେ ଟାଙ୍ଗି ନିଆଁ ଲଗାଇ ଦେଇଥିଲେ। ଏହା ପରେ ଡିସେମ୍ବର ୨୫ରେ ଏକ ଭିଡ଼ ହିଂସାରେ ଅମୃତ ମଣ୍ଡଳଙ୍କୁ ହତ୍ୟା କରାଯାଇଥିଲା। ପରବର୍ତ୍ତୀ ସମୟରେ, ଡିସେମ୍ବର ୨୯ରେ, ମେହରାବାରି ଅଞ୍ଚଳରେ ସୁରକ୍ଷା ଦାୟିତ୍ୱରେ ଥିବା ସମୟରେ ବଜେନ୍ଦ୍ର ବିଶ୍ୱାସ (୪୨)ଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଏହା ପରେ ଆଉ ଜଣେ ହିନ୍ଦୁ ଖୋକନ ଦାସଙ୍କୁ ଆକ୍ରମଣ ହୋଇଥିଲା। ଜୀବନ ମୃତ୍ୟୁ ସହ ଲଢେଇ ପରେ ଗତ ଶନିବାର ସେ ଆଖି ବୁଜିଥିଲେ। ଏହାପରେ ଗତକାଲି ରାଣା ପ୍ରତାପ ବୈରାଗୀ ନାମକ ଜଣେ ହିନ୍ଦୁ ଯୁବକଙ୍କୁ ହତ୍ୟା କରାଯାଇଥିଲେ। ୨୪ ଘଣ୍ଟା ଭିତରେ ଆଉ ଜଣେ ଯୁବକ ମଣି ଚକ୍ରବର୍ତ୍ତୀଙ୍କୁ ହତ୍ୟା କରାଯାଇଛି।

Leave A Reply

Your email address will not be published.