ପ୍ରମୁଖ ଖବର

ବିଶ୍ୱର ତୃତୀୟ ବୃହତ୍ତମ ଅଟୋମୋବାଇଲ୍ ବଜାର ଭାରତ: ଗଡ଼କରୀ
ଉଚ୍ଚ ସମୁଦ୍ର ମତ୍ସ୍ୟ ଆହରଣକୁ ମିଳିଲା ପ୍ରୋତ୍ସାହନ
ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ପ୍ରସ୍ତୁତି, ୨୧ରେ ରାଜ୍ୟ ନିର୍ବାଚନ କମିଶନଙ୍କ ଉଚ୍ଚସ୍ତରୀୟ ବୈଠକ
ଖୋଲିଲା ହୀରାକୁଦର ୧୦ଟି ଗେଟ୍ , ମହାନଦୀକୁ ଛଡ଼ାଗଲା ବନ୍ୟାଜଳ
ଭିଡ଼ ନିୟନ୍ତ୍ରଣ ପାଇଁ ରଥଯାତ୍ରାରେ ଅଧା ହେଲା ଭିଆଇପି କର୍ଡନ୍ ପାସ୍

୨୦ ଜଣଙ୍କୁ ମିଳିଲା ପୋଲିସ ପଦକ

0

ଭୁବନେଶ୍ବର: ଉଲ୍ଲେଖନୀୟ ସେବା ପାଇଁ ୨୦ ଜଣଙ୍କୁ ମିଳିଲା ପୋଲିସ ପଦକ। ଆଜି ରାଜଧାନୀ ଭୁବନେଶ୍ୱରର ମହାତ୍ମାଗାନ୍ଧୀ ମାର୍ଗରେ ୭୭ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଏହି ଉତ୍ସବରେ ରାଜ୍ୟପାଳ ଡ. ହରି ବାବୁ କମ୍ଭମପତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ଅଭିବାଦନ ଗ୍ରହଣ କରିଥିଲେ।

ଏହି ଅବସରରେ ଉଲ୍ଲେଖନୀୟ ସେବା ପାଇଁ ୨୦ ଜଣଙ୍କୁ ପୋଲିସ ପଦକ ମିଳିଛି। ଏହି ପଦକ ରାଜ୍ୟପାଳ ଡ. ହରି ବାବୁ କମ୍ଭମପତି ପ୍ରଦାନ କରିଛନ୍ତି। ତେବେ ବର୍ଗ-୧ରେ ଆଇପିଏସ ନୀତି ଶେଖର, ସତ୍ୟଜିତ ନାୟକଙ୍କୁ ମିଳିଛି ପଦକ। ବର୍ଗ-୨ରେ ପୁରୀ ଏସପି ପ୍ରତୀକ ସିଂହଙ୍କୁ ରାଜ୍ୟପାଳ ପଦକ ପ୍ରଦାନ କରାଯାଇଛି।

ଅନ୍ୟପକ୍ଷେ ସାହସିକତା ପାଇଁ ଓଡ଼ିଶାରୁ ୪ ଜଣଙ୍କୁ ପଦକ ପ୍ରଦାନ କରାଯିବ। ସେମାନେ ହେଲେ ଡିଏସପି ଅତୁଲ କ୍ରିଷ୍ଣା ଦାସ, ଏଏସଆଇ ପୂର୍ଣ୍ଣଚନ୍ଦ୍ର ପ୍ରଧାନ। ୨ ଜଣ କନଷ୍ଟେବଲ ଘନଶ୍ୟାମ ସାହୁ ଓ ଥବିର ମାଝୀ ପାଇବେ ସାହସିକତା ପଦକ। ବିଶିଷ୍ଟ ସେବା ପାଇଁ ଓଡ଼ିଶାରୁ ୨ ଜଣଙ୍କୁ ମିଳିବ ପଦକ।

Leave A Reply

Your email address will not be published.