ପ୍ରମୁଖ ଖବର

ଶ୍ରୀଜଗନ୍ନାଥ ଦର୍ଶନ ଯୋଜନାର ଶୁଭାରମ୍ଭ, ପୁରୀ ଗଲେ ୭୪ ଶ୍ରଦ୍ଧାଳୁ
ସେବାତୀର୍ଥ ଓ କର୍ତ୍ତବ୍ୟ ଭବନ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ
ଓଡିଶାର ଏହି ୪ ସହର ହେବ କମନ ଇକୋନୋମିକ୍‌ ଜୋନ୍‌
ବାଂଲାଦେଶ ନିର୍ବାଚନ: ବିଏନପିର ସଫଳତାରେ ତାରିକଙ୍କୁ ମୋଦୀଙ୍କ ଅଭିନନ୍ଦନ
ପୂର୍ବତନ କେନ୍ଦ୍ରମନ୍ତ୍ରୀ କାହ୍ନୁଚରଣ ଲେଙ୍କାଙ୍କ ପରଲୋକ
ଆଜିଠୁ ପରୀକ୍ଷା ପରିଚାଳନା ହବ୍‌କୁ ଯିବ +୨ ପ୍ରଶ୍ନପତ୍ର

ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କ ଶପଥ ଉତ୍ସବରେ ସାମିଲ ହେବେ ବାଚସ୍ପତି ଓମ ବିର୍ଲା

0

ନୂଆଦିଲ୍ଲୀ: ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (ବିଏନପି) ମୁଖ୍ୟ ତାରିକ ରହମାନ ଆସନ୍ତା ୧୭ ତାରିଖରେ ବାଂଲାଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଏହି ଶପଥ ପାଠ ଉତ୍ସବରେ ଭାରତର ପକ୍ଷରୁ ଲୋକସଭା ବାଚସ୍ପତି ଓମ ବିର୍ଲା ଢାକାରେ ଉପସ୍ଥିତ ରହିବେ।
ବାଂଲାଦେଶର ଅନ୍ତରୀଣ ସରକାର ପକ୍ଷରୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିମନ୍ତ୍ରଣ ଦିଆଯାଇଥିଲା। କିନ୍ତୁ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ କାରଣରୁ ସେ ୧୭ ତାରିଖରେ ଢାକା ଯାଇପାରିବେ ନାହିଁ। ସେହି ଦିନ ମୁମ୍ବାଇରେ ତାଙ୍କର କାର୍ଯ୍ୟସୂଚୀ ରହିଛି। ତେଣୁ ତାଙ୍କ ପକ୍ଷରୁ ଓମ ବିର୍ଲା ବାଂଲାଦେଶ ଗସ୍ତ କରିବେ।

ତାରିକ ରହମାନଙ୍କ ଐତିହାସିକ ବିଜୟ ପରେ ବିଏନପି ପ୍ରାୟ ଦୁଇ ଦଶକ ପରେ ପୁଣିଥରେ ସରକାର ଗଠନ କରିବାକୁ ଯାଉଛି। ଶପଥ ପାଠ ଉତ୍ସବରେ ଯୋଗଦେବା ପାଇଁ ମହମ୍ମଦ ୟୁନୁସଙ୍କ ନେତୃତ୍ୱାଧୀନ ଅନ୍ତରୀଣ ସରକାର ଭାରତ ସହିତ ଚୀନ, ସାଉଦି ଆରବ, ପାକିସ୍ତାନ, ତୁର୍କୀ, ୟୁଏଇ, କତର, ମାଲେସିୟା, ବ୍ରୁନେଇ, ଶ୍ରୀଲଙ୍କା, ମାଳଦ୍ୱୀପ ଓ ଭୁଟାନ ସହିତ ମୋଟ ୧୩ଟି ଦେଶର ଶୀର୍ଷ ନେତାଙ୍କୁ ନିମନ୍ତ୍ରଣ କରିଛନ୍ତି।
ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ଏହି ମହତ୍ତ୍ୱପୂର୍ଣ୍ଣ ଅବସରରେ ବାଚସ୍ପତିଙ୍କ ଯୋଗଦାନ ଭାରତ-ବାଂଲାଦେଶ ମଧ୍ୟରେ ଥିବା ଗଭୀର ମିତ୍ରତା ଓ ଗଣତାନ୍ତ୍ରିକ ମୂଲ୍ୟ ପ୍ରତି ଭାରତର ପ୍ରତିବଦ୍ଧତାକୁ ପ୍ରକାଶ କରେ।

ଆସନ୍ତା ୧୭ ତାରିଖରେ ବାଂଲାଦେଶର ମୁଖ୍ୟ ନିର୍ବାଚନ କମିଶନର ଏଏମଏମ ନସିର ଉଦ୍ଦିନ ତାରିକ ରହମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ। ପାରମ୍ପରିକ ଭାବେ ଶପଥ ଉତ୍ସବ ବଙ୍ଗଭବନର ଦରବାର ହଲରେ ହୋଇଥାଏ। କିନ୍ତୁ ଏଥର ଅଧିକ ସଂଖ୍ୟକ ଅତିଥିଙ୍କୁ ଧ୍ୟାନରେ ରଖି ଜାତୀୟ ସଂସଦ ଭବନର ସାଉଥ ପ୍ଲାଜାରେ ଏହା ଆୟୋଜନ କରାଯିବ।

Leave A Reply

Your email address will not be published.