ପ୍ରମୁଖ ଖବର

ଗାଁରେ ମିଳିବ ସହରୀ ସୁବିଧା, ପ୍ରତି ପଞ୍ଚାୟତରେ ଆଦର୍ଶ ଖେଳ ପଡ଼ିଆ ଓ କଲ୍ୟାଣ ମଣ୍ଡପ
ଇଭି ଓ ପରିବେଶ ଅନୁକୂଳ ଯାନକୁ ପରମିଟ୍ ଫି’ ଛାଡ଼
ବାଂଲାଦେଶର ୨୩ତମ ରାଷ୍ଟ୍ରପତି ହେଲେ ମିର୍ଜା ଫକରୁଲ୍ ଇସଲାମ୍ ଆଲମଗୀର
ଜେପିଏସ୍‌ସି ପରୀକ୍ଷା ରଦ୍ଦ ନିଷ୍ପତ୍ତି ଉପରେ ରୋକ୍‌, ହେମନ୍ତ ସରକାରଙ୍କୁ ଝଟକା
ଅଟୋ ଚାଳକଙ୍କ ହଙ୍ଗାମା: ୪୦୦ ଅଟୋ ଜବତ, ପରମିଟ ରଦ୍ଦ ପାଇଁ ପଦକ୍ଷେପ
ମହାରାଷ୍ଟ୍ରରେ ଛାତ୍ରୀଙ୍କୁ ମିଳିଵ ମାସକୁ ୨ ହଜାର ଟଙ୍କା ପକେଟ ମନି
ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାରଙ୍କ ପରଲୋକ
ବୀମା ନଥିଲେ ପେଟ୍ରୋଲ ନାହିଁ: ପାଇଲଟ୍ ପ୍ରକଳ୍ପ ଲାଗୁ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନିଶାନ୍ତ କୁମାରଙ୍କ ସହ ୩୨ ଜଣ ମନ୍ତ୍ରୀ ଶପଥ ନେଲେ

0

ବିହାର: ବିହାରରେ ଗୁରୁବାର ଭବ୍ୟ ଆୟୋଜନ ମଧ୍ୟରେ ମନ୍ତ୍ରିମଣ୍ଡଳର ବିସ୍ତାର କରାଯାଇଛି। ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କ ନେତୃତ୍ୱରେ ହୋଇଥିବା ଏହି ଶପଥ ଗ୍ରହଣ ସମାରୋହରେ ଅନେକ ବିଧାୟକ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ପୁଅ ନିଶାନ୍ତ କୁମାରଙ୍କ ମନ୍ତ୍ରିମଣ୍ଡଳରେ ଏଣ୍ଟ୍ରି ସବୁଠାରୁ ଅଧିକ ଚର୍ଚ୍ଚାରେ ରହିଛି।

ଗାନ୍ଧୀ ମୈଦାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହ ସହ ବିଜେପିର ଅନେକ ବରିଷ୍ଠ ନେତା ଉପସ୍ଥିତ ଥିଲେ। ରାଜ୍ୟପାଳ ସୟଦ ଆତା ହସନୈନଙ୍କ ଅନୁମତି ପରେ ଶପଥ ଗ୍ରହଣ ସମାରୋହର ଆନୁଷ୍ଠାନିକ ସମାପ୍ତି ହୋଇଥିଲା।

ନୂତନ ମନ୍ତ୍ରିମଣ୍ଡଳରେ ସୁନୀଲ କୁମାର, ଶ୍ରେୟସୀ ସିଂହ, ମହମ୍ମଦ ଜମା ଖାନ, ନନ୍ଦ କିଶୋର ପ୍ରସାଦ, ଶୈଳେନ୍ଦ୍ର, ପ୍ରମୋଦ କୁମାର, ଶ୍ୱେତା ଗୁପ୍ତା, ମିଥିଳେଶ ତିୱାରୀ, ସଞ୍ଜୟ କୁମାର ସିଂହ ଓ ଦୀପକ ପ୍ରକାଶଙ୍କୁ ସ୍ଥାନ ମିଳିଛି। ଏହା ସହ ରତ୍ନେଶ ସଦା, ଶୀଲା କୁମାରୀ ମଣ୍ଡଳ, କେଦାର ପ୍ରସାଦ ଗୁପ୍ତା ଓ ଲଖେନ୍ଦ୍ର ରୋଶନ ମଧ୍ୟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।

ସମାରୋହରେ ବିଜୟ ସିହ୍ନା, ଲେଶି ସିଂହ, ଶ୍ରବଣ କୁମାର ଓ ଦିଲୀପ ଜୟସୱାଲଙ୍କ ଭଳି ବରିଷ୍ଠ ନେତାମାନେ ମଧ୍ୟ ଶପଥ ଗ୍ରହଣ କରିଥିଲେ। ଅନୁଭବୀ ଓ ନୂଆ ମୁହଁଙ୍କୁ ମିଶାଇ ଗଠିତ ଏହି ମନ୍ତ୍ରିମଣ୍ଡଳକୁ ନେଇ ବିହାରର ରାଜନୀତିରେ ନୂଆ ସମୀକରଣ ସୃଷ୍ଟି ହେବ ବୋଲି ଚର୍ଚ୍ଚା ହେଉଛି।

Leave A Reply

Your email address will not be published.