ପ୍ରମୁଖ ଖବର

ଗାଁରେ ମିଳିବ ସହରୀ ସୁବିଧା, ପ୍ରତି ପଞ୍ଚାୟତରେ ଆଦର୍ଶ ଖେଳ ପଡ଼ିଆ ଓ କଲ୍ୟାଣ ମଣ୍ଡପ
ଇଭି ଓ ପରିବେଶ ଅନୁକୂଳ ଯାନକୁ ପରମିଟ୍ ଫି’ ଛାଡ଼
ବାଂଲାଦେଶର ୨୩ତମ ରାଷ୍ଟ୍ରପତି ହେଲେ ମିର୍ଜା ଫକରୁଲ୍ ଇସଲାମ୍ ଆଲମଗୀର
ଜେପିଏସ୍‌ସି ପରୀକ୍ଷା ରଦ୍ଦ ନିଷ୍ପତ୍ତି ଉପରେ ରୋକ୍‌, ହେମନ୍ତ ସରକାରଙ୍କୁ ଝଟକା
ଅଟୋ ଚାଳକଙ୍କ ହଙ୍ଗାମା: ୪୦୦ ଅଟୋ ଜବତ, ପରମିଟ ରଦ୍ଦ ପାଇଁ ପଦକ୍ଷେପ
ମହାରାଷ୍ଟ୍ରରେ ଛାତ୍ରୀଙ୍କୁ ମିଳିଵ ମାସକୁ ୨ ହଜାର ଟଙ୍କା ପକେଟ ମନି
ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାରଙ୍କ ପରଲୋକ
ବୀମା ନଥିଲେ ପେଟ୍ରୋଲ ନାହିଁ: ପାଇଲଟ୍ ପ୍ରକଳ୍ପ ଲାଗୁ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ତାମିଲନାଡ଼ୁରେ ସରକାର ଗଢ଼ିବ ଟିଭିକେ

0

ରାଜ୍ୟପାଳଙ୍କ ନିକଟରେ ଦାବି ରଖିଲେ ବିଜୟ
ଚେନ୍ନାଇ: ତାମିଲନାଡ଼ୁରେ ସରକାର ଗଠନ ପାଇଁ ଟିଭିକେ ମୁଖ୍ୟ ସି. ଜୋସେଫ ବିଜୟ ଔପଚାରିକ ଭାବେ ଦାବି ରଖିଛନ୍ତି। ବିଭିନ୍ନ ବିରୋଧୀ ଦଳର ସମର୍ଥନ ମିଳିବା ପରେ ଟିଭିକେ ଶିବିର ବିଧାନସଭାରେ ମ୍ୟାଜିକ୍ ସଂଖ୍ୟା ଅତିକ୍ରମ କରିଛି। ବିଜୟ ଶୁକ୍ରବାର ଚେନ୍ନାଇର ରାଜଭବନରେ ରାଜ୍ୟପାଳ ଆର୍‌.ଏନ୍‌. ରବିଙ୍କୁ ଭେଟି ସମର୍ଥନପତ୍ର ଦାଖଲ କରିଥିଲେ। ସୂଚନା ଅନୁସାରେ, ରାଜ୍ୟପାଳ ଶୀଘ୍ର ତାଙ୍କୁ ସରକାର ଗଠନ ପାଇଁ ଆମନ୍ତ୍ରଣ କରିପାରନ୍ତି। ଶନିବାର ଚେନ୍ନାଇରେ ଶପଥ ଗ୍ରହଣ ଉତ୍ସବ ହେବାର ସମ୍ଭାବନା ରହିଛି।

୨୩୪ ସଦସ୍ୟ ବିଶିଷ୍ଟ ବିଧାନସଭାରେ ଟିଭିକେ ୧୦୮ଟି ଆସନ ଜିତି ସବୁଠାରୁ ବଡ଼ ଦଳ ଭାବେ ଉଭା ହୋଇଥିଲା। ତେବେ ସରକାର ଗଢ଼ିବା ପାଇଁ ଆବଶ୍ୟକ ୧୧୮ ସଂଖ୍ୟାଠାରୁ ଦଳ ପଛରେ ଥିଲା। ପ୍ରଥମେ କଂଗ୍ରେସ ନିଜର ୫ ବିଧାୟକଙ୍କ ସମର୍ଥନ ଘୋଷଣା କରିଥିଲା। ପରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି, ମାର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟି, ବିଦୁଥଲାଇ ଚିରୁଥାଇଗଲ କାଚି ଏବଂ ଇଣ୍ଡିଆନ୍ ୟୁନିଅନ୍ ମୁସଲିମ୍ ଲିଗ୍ ମଧ୍ୟ ଟିଭିକେକୁ ସମର୍ଥନ ଜଣାଇଛନ୍ତି। ଏହି ଚାରି ଦଳର ପ୍ରତ୍ୟେକଙ୍କର ଦୁଇଜଣ କରି ବିଧାୟକ ଥିବାରୁ ବିଜୟ ଶିବିରର ସଂଖ୍ୟା ୧୨୦ରେ ପହଞ୍ଚିଛି। ଏହା ସହିତ ତାମିଲନାଡ଼ୁରେ ସରକାର ଗଠନ ପାଇଁ ଟିଭିକେର ରାସ୍ତା ସଫା ହୋଇଛି।

ରାଜ୍ୟପାଳଙ୍କୁ ଭେଟିବା ପରେ ବିଜୟ ଚେନ୍ନାଇସ୍ଥିତ ସିପିଆଇ କାର୍ଯ୍ୟାଳୟକୁ ଯାଇ ବାମ ଦଳ ନେତାଙ୍କୁ ସମର୍ଥନ ପାଇଁ କୃତଜ୍ଞତା ଜଣାଇଥିଲେ। ଏହି ରାଜନୈତିକ ପରିବର୍ତ୍ତନକୁ ତାମିଲନାଡ଼ୁ ରାଜନୀତିରେ ଏକ ଐତିହାସିକ ଘଟଣା ଭାବେ ଦେଖାଯାଉଛି। ଦଳ ଗଠନର କିଛି ମାସ ମଧ୍ୟରେ ବିଜୟ ଏବେ ମୁଖ୍ୟମନ୍ତ୍ରୀ ପଦର ଦ୍ୱାରପ୍ରାନ୍ତରେ ପହଞ୍ଚିଛନ୍ତି।

Leave A Reply

Your email address will not be published.