ପ୍ରମୁଖ ଖବର

ଗାଁରେ ମିଳିବ ସହରୀ ସୁବିଧା, ପ୍ରତି ପଞ୍ଚାୟତରେ ଆଦର୍ଶ ଖେଳ ପଡ଼ିଆ ଓ କଲ୍ୟାଣ ମଣ୍ଡପ
ଇଭି ଓ ପରିବେଶ ଅନୁକୂଳ ଯାନକୁ ପରମିଟ୍ ଫି’ ଛାଡ଼
ବାଂଲାଦେଶର ୨୩ତମ ରାଷ୍ଟ୍ରପତି ହେଲେ ମିର୍ଜା ଫକରୁଲ୍ ଇସଲାମ୍ ଆଲମଗୀର
ଜେପିଏସ୍‌ସି ପରୀକ୍ଷା ରଦ୍ଦ ନିଷ୍ପତ୍ତି ଉପରେ ରୋକ୍‌, ହେମନ୍ତ ସରକାରଙ୍କୁ ଝଟକା
ଅଟୋ ଚାଳକଙ୍କ ହଙ୍ଗାମା: ୪୦୦ ଅଟୋ ଜବତ, ପରମିଟ ରଦ୍ଦ ପାଇଁ ପଦକ୍ଷେପ
ମହାରାଷ୍ଟ୍ରରେ ଛାତ୍ରୀଙ୍କୁ ମିଳିଵ ମାସକୁ ୨ ହଜାର ଟଙ୍କା ପକେଟ ମନି
ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାରଙ୍କ ପରଲୋକ
ବୀମା ନଥିଲେ ପେଟ୍ରୋଲ ନାହିଁ: ପାଇଲଟ୍ ପ୍ରକଳ୍ପ ଲାଗୁ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ବଙ୍ଗର ପ୍ରଥମ ମହିଳା ଉପ-ମୁଖ୍ୟମନ୍ତ୍ରୀ ଅଗ୍ନିମିତ୍ରା

0

ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗରେ ବିଜେପି ସରକାର ଗଠନ ପରେ ରାଜ୍ୟର ନୂଆ ନେତୃତ୍ୱକୁ ନେଇ ଚର୍ଚ୍ଚା ଜୋର ଧରିଛି। ଦଳ ପକ୍ଷରୁ ଶୁଭେନ୍ଦୁ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ଏବଂ ଅଗ୍ନିମିତ୍ରା ପଲ୍ ଓ ନିଶିଥ ପ୍ରମାଣିକଙ୍କୁ ଉପ-ମୁଖ୍ୟମନ୍ତ୍ରୀ କରିବାକୁ ନିଷ୍ପତ୍ତି ହୋଇଛି। ବଙ୍ଗ ରାଜନୀତିରେ ପ୍ରଥମଥର ପାଇଁ ଦୁଇଜଣ ଉପ-ମୁଖ୍ୟମନ୍ତ୍ରୀ ନିଯୁକ୍ତ ହେଉଥିବାବେଳେ ଅଗ୍ନିମିତ୍ରା ପଲ୍ ରାଜ୍ୟର ପ୍ରଥମ ମହିଳା ଉପ-ମୁଖ୍ୟମନ୍ତ୍ରୀ ଭାବେ ଇତିହାସ ସୃଷ୍ଟି କରିବେ।

ବର୍ତ୍ତମାନ ପଶ୍ଚିମବଙ୍ଗ ବିଜେପିର ଉପାଧ୍ୟକ୍ଷ ଥିବା ଅଗ୍ନିମିତ୍ରା ପଲ୍ ଆସାନସୋଲ ଦକ୍ଷିଣ ବିଧାନସଭା ଆସନରୁ ବିଜୟୀ ହୋଇଛନ୍ତି। ତେବେ ତାଙ୍କର ରାଜନୈତିକ ଯାତ୍ରା ଆରମ୍ଭ ହୋଇଥିଲା ଫ୍ୟାଶନ ଜଗତରୁ। ୧୯୭୪ ମସିହାରେ ଜନ୍ମିତ ଅଗ୍ନିମିତ୍ରା ଜଣେ ପ୍ରତିଷ୍ଠିତ ଫ୍ୟାଶନ ଡିଜାଇନର ଭାବେ ପରିଚିତ। ସେ ବଲିଉଡର ଅନେକ ଚର୍ଚ୍ଚିତ ଚଳଚ୍ଚିତ୍ର ପାଇଁ ପୋଷାକ ଡିଜାଇନ୍ କରିଥିବା ସହ ମିଥୁନ ଚକ୍ରବର୍ତ୍ତୀ, ଶ୍ରୀଦେବୀ, ଈଶା ଦେଓଲ, କେ କେ ମେନନ୍ ଓ ସୋନାଲି କୁଲକର୍ଣ୍ଣିଙ୍କ ପରି ଖ୍ୟାତନାମା କଳାକାରଙ୍କ ପାଇଁ କାମ କରିଛନ୍ତି। ତାଙ୍କର ନିଜସ୍ୱ ଫ୍ୟାଶନ ବ୍ରାଣ୍ଡ “ଇଙ୍ଗା” ମଧ୍ୟ ଦେଶବ୍ୟାପୀ ପରିଚିତ।

୨୦୧୯ରେ ସେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇ ରାଜନୀତିରେ ପ୍ରବେଶ କରିଥିଲେ। ପରବର୍ତ୍ତୀ ସମୟରେ ସେ ବିଜେପି ମହିଳା ମୋର୍ଚ୍ଚାର ସଭାପତି ଭାବେ ଦାୟିତ୍ୱ ନେଇ ମହିଳା ସୁରକ୍ଷା ଓ ଆତ୍ମରକ୍ଷା ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟବ୍ୟାପି ଚର୍ଚ୍ଚାରେ ଆସିଥିଲେ। ୨୦୨୧ରେ ପ୍ରଥମଥର ପାଇଁ ବିଧାୟିକା ହୋଇଥିବା ଅଗ୍ନିମିତ୍ରା ଏବେ ବଙ୍ଗ ରାଜନୀତିର ଏକ ପ୍ରଭାବଶାଳୀ ମୁହଁ ଭାବେ ଉଭା ହୋଇଛନ୍ତି।

ଏହି ନୂଆ ରାଜନୈତିକ ସମୀକରଣ ପରେ ଓଡ଼ିଶା ଓ ପଶ୍ଚିମବଙ୍ଗ ମଧ୍ୟରେ ସମ୍ପର୍କ ଆହୁରି ମଜବୁତ ହେବ ବୋଲି ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଶା ପ୍ରକାଶ କରିଛନ୍ତି।

Leave A Reply

Your email address will not be published.