ପ୍ରମୁଖ ଖବର

ଗାଁରେ ମିଳିବ ସହରୀ ସୁବିଧା, ପ୍ରତି ପଞ୍ଚାୟତରେ ଆଦର୍ଶ ଖେଳ ପଡ଼ିଆ ଓ କଲ୍ୟାଣ ମଣ୍ଡପ
ଇଭି ଓ ପରିବେଶ ଅନୁକୂଳ ଯାନକୁ ପରମିଟ୍ ଫି’ ଛାଡ଼
ବାଂଲାଦେଶର ୨୩ତମ ରାଷ୍ଟ୍ରପତି ହେଲେ ମିର୍ଜା ଫକରୁଲ୍ ଇସଲାମ୍ ଆଲମଗୀର
ଜେପିଏସ୍‌ସି ପରୀକ୍ଷା ରଦ୍ଦ ନିଷ୍ପତ୍ତି ଉପରେ ରୋକ୍‌, ହେମନ୍ତ ସରକାରଙ୍କୁ ଝଟକା
ଅଟୋ ଚାଳକଙ୍କ ହଙ୍ଗାମା: ୪୦୦ ଅଟୋ ଜବତ, ପରମିଟ ରଦ୍ଦ ପାଇଁ ପଦକ୍ଷେପ
ମହାରାଷ୍ଟ୍ରରେ ଛାତ୍ରୀଙ୍କୁ ମିଳିଵ ମାସକୁ ୨ ହଜାର ଟଙ୍କା ପକେଟ ମନି
ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାରଙ୍କ ପରଲୋକ
ବୀମା ନଥିଲେ ପେଟ୍ରୋଲ ନାହିଁ: ପାଇଲଟ୍ ପ୍ରକଳ୍ପ ଲାଗୁ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ସୋମନାଥରେ ୭୫ ବର୍ଷ ପୂର୍ତ୍ତି ଉତ୍ସବ: ସାମିଲ ହେବେ ପ୍ରଧାନମନ୍ତ୍ରୀ

0

ଗୁଜୁରାଟ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୧୧ ମେ’ରେ ଗୁଜରାଟର ପ୍ରସିଦ୍ଧ ସୋମନାଥ ମନ୍ଦିର ଗସ୍ତ କରିବେ। ମନ୍ଦିର ପୁନର୍ନିର୍ମାଣ ଓ ତତ୍କାଳୀନ ରାଷ୍ଟ୍ରପତି ଡକ୍ଟର ରାଜେନ୍ଦ୍ର ପ୍ରସାଦଙ୍କ ଦ୍ୱାରା ଏହାର ଉଦ୍ଘାଟନର ୭୫ ବର୍ଷ ପୂର୍ତ୍ତି ଅବସରରେ ସେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ।

ଏହି ଅବସରରେ ପିଏମ ମୋଦୀ ସୋମନାଥର ଐତିହ୍ୟ, ସଂସ୍କୃତି ଓ ପୁନର୍ନିର୍ମାଣ ଯାତ୍ରାକୁ ନେଇ ଏକ ବିଶେଷ ଲେଖ ଲେଖିଛନ୍ତି। ସେ ଲେଖିଛନ୍ତି ଯେ ସୋମନାଥ କେବଳ ଏକ ମନ୍ଦିର ନୁହେଁ, ଏହା ଭାରତୀୟ ସଭ୍ୟତାର ଅଦମ୍ୟ ଆତ୍ମବିଶ୍ୱାସ ଓ ପୁନର୍ଜାଗରଣର ପ୍ରତୀକ।
ପିଏମ କହିଛନ୍ତି, ବାରମ୍ବାର ଆକ୍ରମଣ ଓ ଧ୍ୱଂସ ସତ୍ତ୍ୱେ ସୋମନାଥ ଆଜି ମଧ୍ୟ ଆସ୍ଥା ଓ ସଂସ୍କୃତିର ଶକ୍ତିଶାଳୀ ପ୍ରତୀକ ଭାବେ ଅବିଚଳ ରହିଛି। ସେ ସରଦାର ବଲ୍ଲଭଭାଇ ପଟେଲଙ୍କ ଅବଦାନକୁ ସ୍ମରଣ କରି କହିଛନ୍ତି ଯେ, ସ୍ୱାଧୀନତା ପରେ ସୋମନାଥର ପୁନର୍ନିର୍ମାଣ ପାଇଁ ସରଦାର ପଟେଲ ଦୃଢ଼ ସଙ୍କଳ୍ପ ନେଇଥିଲେ।

ପ୍ରଧାନମନ୍ତ୍ରୀ ତାଙ୍କ ଲେଖାରେ ଡକ୍ଟର ରାଜେନ୍ଦ୍ର ପ୍ରସାଦଙ୍କ ଐତିହାସିକ ଭାଷଣକୁ ମଧ୍ୟ ସ୍ମରଣ କରିଛନ୍ତି। ସେଥିରେ ରାଜେନ୍ଦ୍ର ପ୍ରସାଦ କହିଥିଲେ ଯେ, ଲୋକଙ୍କ ଅତୂଟ ଆସ୍ଥା ସହ ଜଡ଼ିତ କୌଣସି ଶକ୍ତିକୁ କେବେ ନଷ୍ଟ କରାଯାଇପାରିବ ନାହିଁ। ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ମଧ୍ୟ ସୋମନାଥ ମନ୍ଦିରର ୭୫ ବର୍ଷ ପୂର୍ତ୍ତିକୁ ଭାରତର ସାଂସ୍କୃତିକ ପୁନରୁତ୍ଥାନର ପ୍ରତୀକ ବୋଲି ବର୍ଣ୍ଣନା କରିଛନ୍ତି।

Leave A Reply

Your email address will not be published.