ପ୍ରମୁଖ ଖବର

ପୂର୍ବତନ ବିଧାୟକ କାହ୍ନୁ ଚରଣ ନାଏକଙ୍କ ୭୯ ବର୍ଷରେ ପରଲୋକ
ଅମିତାଭଙ୍କ ‘ଜଲ୍‌ସା’କୁ ବୋମାରେ ଉଡ଼ାଇବା ଧମକ, ଟାର୍ଗେଟ୍‌ରେ ଦିଲଜିତ ଦୋସାଞ୍ଜ
ଅରୁଣାଚଳରେ ଭାରତ-ଚୀନ୍‌ ସୈନିକ ମୁହାଁମୁହିଁ
୨୯ରୁ ଓସିଏସ୍‌ ମୁଖ୍ୟ ପରୀକ୍ଷା, ଆଜିଠୁ ମିଳିବ ଆଡମିଟ୍‌ କାର୍ଡ
ଏସିଆନ ପାରା ଗେମ୍ସ: ପ୍ରମୋଦଙ୍କୁ ହରାଇ ସ୍ୱର୍ଣ୍ଣ ଜିତିଲେ ନିତେଶ

ପାରାଦୀପରେ ଚୋରା ତେଲ ଡଙ୍ଗା ଜବତ

0

୫ ହଜାର ଲିଟରରୁ ଅଧିକ ଡିଜେଲ ଠାବ

ପାରାଦୀପ: ପାରାଦୀପ ସାମୁଦ୍ରିକ ଥାନା ପୋଲିସ ଶନିବାର ଏକ ଚୋରା ତେଲ ଡଙ୍ଗା ଜବତ କରି ବଡ଼ ରାକେଟର ପର୍ଦାଫାସ କରିଛି। ଡଙ୍ଗାରୁ ପ୍ରାୟ ୫ ହଜାରରୁ ଅଧିକ ଲିଟର ହାଇସ୍ପିଡ ଡିଜେଲ ଜବତ କରାଯାଇଥିବାବେଳେ ଏହି ଘଟଣାରେ ଜଡିତ ଜଣେ ଆନ୍ଧ୍ରପ୍ରଦେଶ ନାଗରିକଙ୍କୁ ଅଟକ ରଖାଯାଇଛି।

ପାରାଦୀପ ଏଏସ୍‌ପିଙ୍କ ସୂଚନା ଅନୁଯାୟୀ, ପଣ୍ୟବାହୀ ଜାହାଜରୁ ତେଲ ସଂଗ୍ରହ କରି ଡଙ୍ଗାଟି ମହାନଦୀ ମୁହାଣକୁ ପ୍ରବେଶ କରୁଥିବା ବେଳେ ଗୁପ୍ତ ସୂଚନା ଆଧାରରେ ମେରାଇନ ପୋଲିସ ପାଟ୍ରୋଲିଂ ବୋଟ୍‌ ଚଢ଼ାଉ କରିଥିଲା। ପୋଲିସକୁ ଦେଖି ଜଣେ ଅଭିଯୁକ୍ତ ଡଙ୍ଗାରୁ ଡେଇଁ ପଳାଇଥିବାବେଳେ ଅନ୍ୟ ଜଣକୁ ଧରାଯାଇଛି। ଡଙ୍ଗାରେ ମୋଟ ୭ଟି ତେଲ ପ୍ୟାନେଲ ଥିବାବେଳେ ସେଥିରୁ ୩ଟିରେ ତେଲ ଭର୍ତ୍ତି ଥିଲା। ପ୍ରାଥମିକ ଆକଳନ ଅନୁସାରେ ଏହା ୫ ହଜାର ଲିଟରରୁ ଅଧିକ ହେବ ବୋଲି ପୋଲିସ କହିଛି। ତେଲ ବାହାର କରାଯାଇବା ପରେ ପ୍ରକୃତ ପରିମାଣ ସ୍ପଷ୍ଟ ହେବ।

ସୂଚନାଯୋଗ୍ୟ, ଏପ୍ରିଲ ୧୪ରୁ ଜୁନ ୧୫ ପର୍ଯ୍ୟନ୍ତ ସମୁଦ୍ରରେ ମାଛଧରା ଉପରେ କଟକଣା ଜାରି ଥିବାରୁ ଏହି ସମୟରେ ଚୋରା ତେଲ କାରବାର ବଢ଼ୁଥିବା ଅଭିଯୋଗ ହେଉଛି। ପୋଲିସ ଅନୁସାରେ, ପଣ୍ୟବାହୀ ଜାହାଜରୁ ତେଲ ସଂଗ୍ରହ କରି ଚୋରାଭାବେ ବିକ୍ରି କରିବା ପଛରେ ଆନ୍ତଃରାଜ୍ୟ ରାକେଟ କାର୍ଯ୍ୟ କରୁଛି। ୨୦୦୯ ପରଠାରୁ ପାରାଦୀପରେ ଏପରି ୬ଥର ଚୋରା ତେଲ ଡଙ୍ଗା ଜବତ ହୋଇଥିବାବେଳେ ଏହି କାରବାର ପଛରେ ପ୍ରଭାବଶାଳୀ ମହଳର ସମ୍ପୃକ୍ତି ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି।

Leave A Reply

Your email address will not be published.