ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ୟୁଏଇ ଗସ୍ତର ପ୍ରଥମ ଦିନରେ ଓଡ଼ିଶାରେ ନିବେଶ ଓ ବାଣିଜ୍ୟିକ ସହଯୋଗ ବୃଦ୍ଧି ନେଇ ଏକାଧିକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା
ଭୋଟର ତାଲିକାରେ ନାମର ବନାନ ତ୍ରୁଟି; ଭାରତ ରତ୍ନ ବୈଜ୍ଞାନିକ ସିଏନଆର ରାଓଙ୍କୁ ନୋଟିସ୍‌
ଫାୟାର ସେଫ୍ଟି ନିୟମ ଭାଙ୍ଗିଲେ ବନ୍ଦ ହେବ କୋଚିଂ ସେଣ୍ଟର; ସେପ୍ଟେମ୍ବର ୧୫ରୁ ସ୍ୱତନ୍ତ୍ର ଯାଞ୍ଚ
ଇରାନ-ଆମେରିକା ମୁହାଁମୁହିଁ; ଖାର୍ଗ ଦ୍ୱୀପ ନିକଟରେ ୫ ତୈଳ ଟ୍ୟାଙ୍କର ଧ୍ୱଂସ
୧୧ରେ ମୋଦୀ-ପୁଟିନ୍‌ ଦ୍ୱିପାକ୍ଷିକ ଆଲୋଚନା
୭ଟି ହାଇ-ଡେନ୍ସିଟି ରେଳ କରିଡୋରକୁ ଫୋର୍‌-ଲେନ୍‌ କରିବାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ
୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର, ୩ ଦିନ ଯାଏଁ ବର୍ଷା ସମ୍ଭାବନା
ସମ୍ ରେ ପଂଚମ ମଲ୍‌ଟିପଲ୍ କ୍ୟାଡାଭେରିକ୍ ଅର୍ଗାନ୍ ରିଟ୍ରିଭାଲ୍‌

ପାରାଦୀପରେ ଚୋରା ତେଲ ଡଙ୍ଗା ଜବତ

0

୫ ହଜାର ଲିଟରରୁ ଅଧିକ ଡିଜେଲ ଠାବ

ପାରାଦୀପ: ପାରାଦୀପ ସାମୁଦ୍ରିକ ଥାନା ପୋଲିସ ଶନିବାର ଏକ ଚୋରା ତେଲ ଡଙ୍ଗା ଜବତ କରି ବଡ଼ ରାକେଟର ପର୍ଦାଫାସ କରିଛି। ଡଙ୍ଗାରୁ ପ୍ରାୟ ୫ ହଜାରରୁ ଅଧିକ ଲିଟର ହାଇସ୍ପିଡ ଡିଜେଲ ଜବତ କରାଯାଇଥିବାବେଳେ ଏହି ଘଟଣାରେ ଜଡିତ ଜଣେ ଆନ୍ଧ୍ରପ୍ରଦେଶ ନାଗରିକଙ୍କୁ ଅଟକ ରଖାଯାଇଛି।

ପାରାଦୀପ ଏଏସ୍‌ପିଙ୍କ ସୂଚନା ଅନୁଯାୟୀ, ପଣ୍ୟବାହୀ ଜାହାଜରୁ ତେଲ ସଂଗ୍ରହ କରି ଡଙ୍ଗାଟି ମହାନଦୀ ମୁହାଣକୁ ପ୍ରବେଶ କରୁଥିବା ବେଳେ ଗୁପ୍ତ ସୂଚନା ଆଧାରରେ ମେରାଇନ ପୋଲିସ ପାଟ୍ରୋଲିଂ ବୋଟ୍‌ ଚଢ଼ାଉ କରିଥିଲା। ପୋଲିସକୁ ଦେଖି ଜଣେ ଅଭିଯୁକ୍ତ ଡଙ୍ଗାରୁ ଡେଇଁ ପଳାଇଥିବାବେଳେ ଅନ୍ୟ ଜଣକୁ ଧରାଯାଇଛି। ଡଙ୍ଗାରେ ମୋଟ ୭ଟି ତେଲ ପ୍ୟାନେଲ ଥିବାବେଳେ ସେଥିରୁ ୩ଟିରେ ତେଲ ଭର୍ତ୍ତି ଥିଲା। ପ୍ରାଥମିକ ଆକଳନ ଅନୁସାରେ ଏହା ୫ ହଜାର ଲିଟରରୁ ଅଧିକ ହେବ ବୋଲି ପୋଲିସ କହିଛି। ତେଲ ବାହାର କରାଯାଇବା ପରେ ପ୍ରକୃତ ପରିମାଣ ସ୍ପଷ୍ଟ ହେବ।

ସୂଚନାଯୋଗ୍ୟ, ଏପ୍ରିଲ ୧୪ରୁ ଜୁନ ୧୫ ପର୍ଯ୍ୟନ୍ତ ସମୁଦ୍ରରେ ମାଛଧରା ଉପରେ କଟକଣା ଜାରି ଥିବାରୁ ଏହି ସମୟରେ ଚୋରା ତେଲ କାରବାର ବଢ଼ୁଥିବା ଅଭିଯୋଗ ହେଉଛି। ପୋଲିସ ଅନୁସାରେ, ପଣ୍ୟବାହୀ ଜାହାଜରୁ ତେଲ ସଂଗ୍ରହ କରି ଚୋରାଭାବେ ବିକ୍ରି କରିବା ପଛରେ ଆନ୍ତଃରାଜ୍ୟ ରାକେଟ କାର୍ଯ୍ୟ କରୁଛି। ୨୦୦୯ ପରଠାରୁ ପାରାଦୀପରେ ଏପରି ୬ଥର ଚୋରା ତେଲ ଡଙ୍ଗା ଜବତ ହୋଇଥିବାବେଳେ ଏହି କାରବାର ପଛରେ ପ୍ରଭାବଶାଳୀ ମହଳର ସମ୍ପୃକ୍ତି ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି।

Leave A Reply

Your email address will not be published.