ପ୍ରମୁଖ ଖବର

କତାରର ୧୦ ବିଲିୟନ ଡଲାର ନିବେଶ ନେଇ ଆଲୋଚନା, ସୀତାରମଣ-କୁୱାରୀଙ୍କ ବୈଠକ
ସେପ୍ଟେମ୍ବର ୩୦ ଓଡ଼ିଶା ବନ୍ଦ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
କଟକରେ ଶିକ୍ଷକ ପଦୋନ୍ନତି ପ୍ରକ୍ରିୟା ଉପରେ ହାଇକୋର୍ଟଙ୍କ ରୋକ
ପାଠ୍ୟପୁସ୍ତକ ତ୍ରୁଟି ନେଇ ପିଏମଓର ହସ୍ତକ୍ଷେପ, ରାଜ୍ୟ ସରକାରଙ୍କୁ ରିପୋର୍ଟ ମାଗିଲା କେନ୍ଦ୍ର
ନୀରୁଙ୍କୁ ସୁନା, ଏସିଆନ୍ ଗେମ୍ସରେ ଇତିହାସ ରଚିଲା ଭାରତ
୫ ଦିନରେ ସରିଗଲା ୯ ଦିନିଆ ଅଧିବେଶନ, ୯୫୦ ପ୍ରଶ୍ନରୁ ମିଳିଲା ୮ଟିର ଉତ୍ତର
ସୁପ୍ରିମକୋର୍ଟକୁ ଯିବେ ଦିଲ୍ଲୀ ହାଇକୋର୍ଟ ମୁଖ୍ୟ ବିଚାରପତି, କଲେଜିୟମର ସୁପାରିସ

ବାଲିଅନ୍ତା ହତ୍ୟାକାଣ୍ଡ: ମୁଖ୍ୟ ଅଭିଯୁକ୍ତ ଚିନୁ ଗିରଫ, ୪ ପୁଲିସ କର୍ମଚାରୀ ନିଲମ୍ବିତ

0

ଭୁବନେଶ୍ବର: ଭୁବନେଶ୍ବରର ବାଲିଅନ୍ତାରେ କନଷ୍ଟେବଳ ସୌମ୍ୟରଞ୍ଜନ ସ୍ବାଇଁଙ୍କୁ ପିଟିପିଟି ହତ୍ୟା ଘଟଣାରେ ପୁଲିସ୍‌ ତଦନ୍ତ ଜୋରଦାର କରିଛି। ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ଚିନୁ ଓରଫ୍ ରଞ୍ଜିତ ପାତ୍ରକୁ କଟକ ସଦର ଥାନା ଅଞ୍ଚଳରୁ ଗିରଫ କରାଯାଇଛି।

ଅଭିଯୋଗ ଅନୁସାରେ, ସୌମ୍ୟରଞ୍ଜନଙ୍କୁ ହାତଗୋଡ଼ ବାନ୍ଧି ବାଉଁଶରେ ନିର୍ମମ ଭାବେ ପିଟାଯାଇଥିଲା। ପୂର୍ବରୁ ୧୧ ଜଣଙ୍କୁ ଗିରଫ କରାଯାଇଥିବାବେଳେ, ବଣ୍ଟି ଓରଫ୍ ଯୁଧିଷ୍ଠିର ଜେନାଙ୍କୁ ମଧ୍ୟ କୋର୍ଟ ଚାଲାଣ କରାଯାଇଥିଲା। ବର୍ତ୍ତମାନ ସୁଦ୍ଧା ଏହି ମାମଲାରେ ମୋଟ ୧୩ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି।

ଘଟଣାର ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚର ଦୁଇଟି ବିଶେଷ ଟିମ୍‌ କାମ କରୁଛି। ଏହି ଘଟଣାକୁ ନେଇ ପୁଲିସ ବିଭାଗରେ ମଧ୍ୟ ଆକ୍ସନ ଦେଖିବାକୁ ମିଳିଛି। ୪ ଜଣ ପୁଲିସ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଥିବାବେଳେ ବାଲିଅନ୍ତା ଥାନା ଆଇଆଇସି ଅନୀଲ ପରିଡ଼ାଙ୍କୁ ବଦଳି କରାଯାଇଛି।

ଇନ୍ସପେକ୍ଟର ରଶ୍ମିତା ବେହେରାଙ୍କୁ ବାଲିଅନ୍ତା ଥାନାର ନୂତନ ଦାୟିତ୍ବ ଦିଆଯାଇଛି। ସେହିପରି ଜଣେ ଏସ୍‌ଆଇ, ଜଣେ ଏଏସ୍‌ଆଇ, ଜଣେ ଓଏପିଏଫ୍‌, ଜଣେ କନଷ୍ଟେବଳ ଓ ଦୁଇ ଜଣ ହୋମଗାର୍ଡଙ୍କୁ କାର୍ଯ୍ୟରୁ ଅନ୍ତର କରାଯାଇଛି।

Leave A Reply

Your email address will not be published.