ପ୍ରମୁଖ ଖବର

ପୂର୍ବତନ ବିଧାୟକ କାହ୍ନୁ ଚରଣ ନାଏକଙ୍କ ୭୯ ବର୍ଷରେ ପରଲୋକ
ଅମିତାଭଙ୍କ ‘ଜଲ୍‌ସା’କୁ ବୋମାରେ ଉଡ଼ାଇବା ଧମକ, ଟାର୍ଗେଟ୍‌ରେ ଦିଲଜିତ ଦୋସାଞ୍ଜ
ଅରୁଣାଚଳରେ ଭାରତ-ଚୀନ୍‌ ସୈନିକ ମୁହାଁମୁହିଁ
୨୯ରୁ ଓସିଏସ୍‌ ମୁଖ୍ୟ ପରୀକ୍ଷା, ଆଜିଠୁ ମିଳିବ ଆଡମିଟ୍‌ କାର୍ଡ
ଏସିଆନ ପାରା ଗେମ୍ସ: ପ୍ରମୋଦଙ୍କୁ ହରାଇ ସ୍ୱର୍ଣ୍ଣ ଜିତିଲେ ନିତେଶ

ବର୍ଷା ଭିତରେ ରଥଯାତ୍ରା ପ୍ରସ୍ତୁତି: ସମୁଦ୍ର ଅଶାନ୍ତ, ପୁରୀରେ ସତର୍କତା

0

ପୁରୀ: ରାତି ପାହିଲେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଏହାକୁ ନେଇ ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ଭିଡ଼ ଜମିଥିବା ବେଳେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁଁ ପୁରୀ ଜିଲ୍ଲାରେ ଲଗାଣ ବର୍ଷା ଜାରି ରହିଛି। ପରିସ୍ଥିତିକୁ ଦେଖି ପାଣିପାଗ ବିଭାଗ ପୁରୀ ପାଇଁ ରେଡ୍ ୱାର୍ଣ୍ଣିଂ ଜାରି କରିଛି। ଗତ ୨୪ ଘଣ୍ଟା ମଧ୍ୟରେ ପୁରୀ ସହରରେ ସର୍ବାଧିକ ୧୭୧ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ବେଳେ କୋଣାର୍କରେ ୧୦୦ ମିଲିମିଟର, ଅସ୍ତରଙ୍ଗରେ ୫୧ ମିଲିମିଟର ଏବଂ କାକଟପୁରରେ ୪୬ ମିଲିମିଟର ବର୍ଷା ହୋଇଛି। ଅସ୍ତରଙ୍ଗ ଅଞ୍ଚଳରେ ଏବେ ମଧ୍ୟ ତୁହାକୁ ତୁହା ବର୍ଷା ସହ ହାଲୁକା ପବନ ବହୁଥିବା ଦେଖିବାକୁ ମିଳିଛି।
ଲଗାଣ ବର୍ଷା ଯୋଗୁଁ ଜନଜୀବନ ପ୍ରଭାବିତ ହୋଇଥିବା ବେଳେ ସମୁଦ୍ର ମଧ୍ୟ ଅଶାନ୍ତ ରହିଛି।

ପାଣିପାଗର ଏଭଳି ସ୍ଥିତିକୁ ଦୃଷ୍ଟିରେ ରଖି ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନ ଯିବାକୁ ପ୍ରଶାସନ ପକ୍ଷରୁ କଡ଼ା ପରାମର୍ଶ ଦିଆଯାଇଛି। ଫଳରେ ଟ୍ରଲର, ଯନ୍ତ୍ରଚାଳିତ ଡଙ୍ଗା ଓ ଅନ୍ୟାନ୍ୟ ମାଛଧରା ଯାନ ଘାଟ ଏବଂ ନଦୀକୂଳରେ ଅଟକି ରହିଛି। ସମୁଦ୍ରକୁ ଯାଇ ନ ପାରିବାରୁ ମତ୍ସ୍ୟଜୀବୀଙ୍କ ଜୀବିକା ଉପରେ ମଧ୍ୟ ପ୍ରଭାବ ପଡ଼ିଛି। ଅନ୍ୟପଟେ ରଥଯାତ୍ରା ପାଇଁ ଶ୍ରୀକ୍ଷେତ୍ରକୁ ଆସିଥିବା ଶ୍ରଦ୍ଧାଳୁମାନେ ବର୍ଷା ସତ୍ତ୍ୱେ ମହାପ୍ରଭୁଙ୍କ ଦର୍ଶନ ଓ ରଥଯାତ୍ରାକୁ ନେଇ ଉତ୍ସାହିତ ରହିଛନ୍ତି।
ଲଘୁଚାପର ପ୍ରଭାବ ଆଗାମୀ କିଛି ସମୟ ପର୍ଯ୍ୟନ୍ତ ଜାରି ରହିବାର ସମ୍ଭାବନା ଥିବାରୁ ପ୍ରଶାସନ ଲୋକମାନଙ୍କୁ ଅନାବଶ୍ୟକ ବାହାରକୁ ନ ବାହାରିବା ଏବଂ ସମୁଦ୍ରକୂଳକୁ ନ ଯିବାକୁ ପରାମର୍ଶ ଦେଇଛି।

Leave A Reply

Your email address will not be published.