ପ୍ରମୁଖ ଖବର

ଏସୀୟ କ୍ରୀଡ଼ାରେ ଭାରତର ସୁବର୍ଣ୍ଣ ଦିନ, ଗୋଟିଏ ଦିନରେ ୬ ସ୍ୱର୍ଣ୍ଣ
ପିତୃତ୍ୱ ଛୁଟି ବାଧ୍ୟତାମୂଳକ କରିବାକୁ ଜାତୀୟ ମହିଳା କମିଶନର ସୁପାରିସ
ମୁମ୍ବାଇରେ ସିଜେପିର ‘ଜେଲ୍ ଭରୋ’ ଆନ୍ଦୋଳନ
ଗୁଜରାଟ UCCକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ବଦଳିବ ବିବାହ-ଉତ୍ତରାଧିକାର ନିୟମ
ପାଇଲଟ୍‌ ସ୍ମିତ୍‌ ମଚ୍ଛାରଙ୍କୁ ମିଳିବ ଗୁଜରାଟର ସର୍ବୋଚ୍ଚ ସମ୍ମାନ
୩ ମାସ ପରେ ପୁଣି ଉଡ଼ିବ ଭୁବନେଶ୍ୱର-ବ୍ୟାଙ୍କକ୍ ବିମାନ

ବର୍ଷା ଭିତରେ ରଥଯାତ୍ରା ପ୍ରସ୍ତୁତି: ସମୁଦ୍ର ଅଶାନ୍ତ, ପୁରୀରେ ସତର୍କତା

0

ପୁରୀ: ରାତି ପାହିଲେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଏହାକୁ ନେଇ ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ଭିଡ଼ ଜମିଥିବା ବେଳେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁଁ ପୁରୀ ଜିଲ୍ଲାରେ ଲଗାଣ ବର୍ଷା ଜାରି ରହିଛି। ପରିସ୍ଥିତିକୁ ଦେଖି ପାଣିପାଗ ବିଭାଗ ପୁରୀ ପାଇଁ ରେଡ୍ ୱାର୍ଣ୍ଣିଂ ଜାରି କରିଛି। ଗତ ୨୪ ଘଣ୍ଟା ମଧ୍ୟରେ ପୁରୀ ସହରରେ ସର୍ବାଧିକ ୧୭୧ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ବେଳେ କୋଣାର୍କରେ ୧୦୦ ମିଲିମିଟର, ଅସ୍ତରଙ୍ଗରେ ୫୧ ମିଲିମିଟର ଏବଂ କାକଟପୁରରେ ୪୬ ମିଲିମିଟର ବର୍ଷା ହୋଇଛି। ଅସ୍ତରଙ୍ଗ ଅଞ୍ଚଳରେ ଏବେ ମଧ୍ୟ ତୁହାକୁ ତୁହା ବର୍ଷା ସହ ହାଲୁକା ପବନ ବହୁଥିବା ଦେଖିବାକୁ ମିଳିଛି।
ଲଗାଣ ବର୍ଷା ଯୋଗୁଁ ଜନଜୀବନ ପ୍ରଭାବିତ ହୋଇଥିବା ବେଳେ ସମୁଦ୍ର ମଧ୍ୟ ଅଶାନ୍ତ ରହିଛି।

ପାଣିପାଗର ଏଭଳି ସ୍ଥିତିକୁ ଦୃଷ୍ଟିରେ ରଖି ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନ ଯିବାକୁ ପ୍ରଶାସନ ପକ୍ଷରୁ କଡ଼ା ପରାମର୍ଶ ଦିଆଯାଇଛି। ଫଳରେ ଟ୍ରଲର, ଯନ୍ତ୍ରଚାଳିତ ଡଙ୍ଗା ଓ ଅନ୍ୟାନ୍ୟ ମାଛଧରା ଯାନ ଘାଟ ଏବଂ ନଦୀକୂଳରେ ଅଟକି ରହିଛି। ସମୁଦ୍ରକୁ ଯାଇ ନ ପାରିବାରୁ ମତ୍ସ୍ୟଜୀବୀଙ୍କ ଜୀବିକା ଉପରେ ମଧ୍ୟ ପ୍ରଭାବ ପଡ଼ିଛି। ଅନ୍ୟପଟେ ରଥଯାତ୍ରା ପାଇଁ ଶ୍ରୀକ୍ଷେତ୍ରକୁ ଆସିଥିବା ଶ୍ରଦ୍ଧାଳୁମାନେ ବର୍ଷା ସତ୍ତ୍ୱେ ମହାପ୍ରଭୁଙ୍କ ଦର୍ଶନ ଓ ରଥଯାତ୍ରାକୁ ନେଇ ଉତ୍ସାହିତ ରହିଛନ୍ତି।
ଲଘୁଚାପର ପ୍ରଭାବ ଆଗାମୀ କିଛି ସମୟ ପର୍ଯ୍ୟନ୍ତ ଜାରି ରହିବାର ସମ୍ଭାବନା ଥିବାରୁ ପ୍ରଶାସନ ଲୋକମାନଙ୍କୁ ଅନାବଶ୍ୟକ ବାହାରକୁ ନ ବାହାରିବା ଏବଂ ସମୁଦ୍ରକୂଳକୁ ନ ଯିବାକୁ ପରାମର୍ଶ ଦେଇଛି।

Leave A Reply

Your email address will not be published.