ପ୍ରମୁଖ ଖବର

୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଅନନ୍ତ ନାଗଙ୍କୁ ଫାଲକେ ସମ୍ମାନ
ଦିଲ୍ଲୀ SIR: ନିୟମ ସ୍ପଷ୍ଟ କଲେ ମୁଖ୍ୟ ନିର୍ବାଚନ ଅଧିକାରୀ
୭୦୦ ଗ୍ରାମ୍‌ ଓଜନ ପାଇଁ ଅଟକିଲା ଗୋଲ୍ଡ ସ୍ୱପ୍ନ, ସୁଚିକାଙ୍କୁ ଏସିଆନ୍ ଗେମ୍ସରେ ବ୍ରୋଞ୍ଜ
ଫ୍ଲାଇଟ୍‌ ଟ୍ରେନିଂ ବେଳେ ବିମାନ ଦୁର୍ଘଟଣା, ୨ ଭାରତୀୟ ଛାତ୍ର ମୃତ
ଆଇଆଇଟି ଛାତ୍ର ମୃତ୍ୟୁ ଘଟଣା: ଡିନ୍‌ ପଦରୁ ନିଲମ୍ବିତ ପ୍ରଫେସର ସୂର୍ଯ୍ୟନାରାୟଣ ଡୁଲ୍ଲା
ଚୀନ୍‌ର କପଡ଼ା କାରଖାନାରେ ଭୟଙ୍କର ନିଆଁ, ୮ ଜଣ ଜୀବନ୍ତ ଦଗ୍ଧ
କେରଳରେ ବର୍ଷା ବିତ୍ପାତ, ୯ ମୃତ; ୬ ଜିଲ୍ଲାକୁ ଅରେଞ୍ଜ୍‌ ଆଲର୍ଟ

ଓଡ଼ିଆ ଉଚ୍ଚାରଣ ଅନୁଯାୟୀ ଇଂଲିଶ ବନାନ ବାଧ୍ୟତାମୂଳକ

0

ଭୁବନେଶ୍ବର: ରାଜ୍ୟର ଜିଲା, ଉପଖଣ୍ଡ, ତହସିଲ, ବ୍ଲକ ଓ ସହରାଞ୍ଚଳ ନାମଗୁଡ଼ିକର ସଂଶୋଧିତ ଇଂଲିଶ ବନାନକୁ ତୁରନ୍ତ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅରବିନ୍ଦ ପାଢ଼ୀ ଏକ ଚିଠି ଜାରି କରିଛନ୍ତି।

ଚିଠିରେ ଉଲ୍ଲେଖ କରାଯାଇଛି ଯେ, ଗତ ୨୨ ଜୁନ୍‌ରେ ଓଡ଼ିଆ ଉଚ୍ଚାରଣ ସହ ସାମଞ୍ଜସ୍ୟ ରଖି ରାଜ୍ୟର ବିଭିନ୍ନ ପ୍ରଶାସନିକ ଏକକର ଇଂଲିଶ ବନାନ ସଂଶୋଧନ କରାଯାଇଥିଲା। ଏହି ପରିବର୍ତ୍ତନ କେବଳ ବନାନ ସମ୍ବନ୍ଧୀୟ ହୋଇଥିବାବେଳେ କୌଣସି ପ୍ରଶାସନିକ ଏକକର ନାମ ପରିବର୍ତ୍ତନ କରାଯାଇନାହିଁ। ସଂଶୋଧିତ ବନାନଗୁଡ଼ିକୁ ସମସ୍ତ ସରକାରୀ ଦସ୍ତାବିଜ, ପତ୍ରାଚାର, ଅଧିସୂଚନା, ଅଭିଲେଖ, ୱେବସାଇଟ୍‌, ପୋର୍ଟାଲ, ବିଜ୍ଞାପନ ଏବଂ ନାମଫଳକରେ ଅନିବାର୍ଯ୍ୟ ଭାବେ ବ୍ୟବହାର କରିବାକୁ କୁହାଯାଇଛି। ଏଥିସହ ଜିଲାସ୍ତରର ସମସ୍ତ ସରକାରୀ କାର୍ଯ୍ୟାଳୟ, ସ୍ଥାନୀୟ ସଂସ୍ଥା ଓ ସମ୍ପୃକ୍ତ ଅନୁଷ୍ଠାନଗୁଡ଼ିକୁ ଏହାର ସଠିକ୍ କାର୍ଯ୍ୟକାରିତା ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ମିଳିଛି। ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କିତ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ୧୫ ଦିନ ମଧ୍ୟରେ ବିଭାଗକୁ ପଠାଇବାକୁ ମଧ୍ୟ କୁହାଯାଇଛି।

ଅନ୍ୟପଟେ, ବ୍ୟବସାୟିକ ଓ ବେସରକାରୀ ସଂସ୍ଥାଗୁଡ଼ିକୁ ନିଜର ନାମଫଳକରେ ସଂଶୋଧିତ ଇଂଲିଶ ବନାନ ବ୍ୟବହାର କରିବା ପାଇଁ ୬ ମାସର ସମୟସୀମା ଦିଆଯାଇଛି। ରାଜ୍ୟ ସରକାରଙ୍କ ମତାନୁସାରେ, ଏହି ପଦକ୍ଷେପ ଦ୍ୱାରା ଓଡ଼ିଆ ଭାଷାର ଉଚ୍ଚାରଣ ଓ ସାଂସ୍କୃତିକ ପରିଚୟର ସୁରକ୍ଷା ହେବା ସହିତ ସରକାରୀ ଅଭିଲେଖ ଏବଂ ପ୍ରଶାସନିକ କାର୍ଯ୍ୟରେ ଏକରୂପତା ଓ ସଠିକତା ବଜାୟ ରହିବ।

Leave A Reply

Your email address will not be published.