ପ୍ରମୁଖ ଖବର

ୟୁପିଆଇ କାରବାରରେ ନୂଆ ଶୁଳ୍କ ଲାଗୁ ନେଇ ଅନିଶ୍ଚିତତା, ୨୦୨୭ ଯାଏଁ ଘୁଞ୍ଚିପାରେ ତାରିଖ
ନନ୍ଦିଗ୍ରାମରେ ବିଜେପିର ବଡ଼ ବିଜୟ, ୧.୨୨ ଲକ୍ଷ ଭୋଟରେ ଜିତିଲେ ହସିରାଣୀ
ମୋଦିଙ୍କ ନାମରେ ନାମିତ ହେବ ଜେୱର ଅନ୍ତର୍ଜାତୀୟ ବିମାନବନ୍ଦର
ଭାରତୀୟ ପାଇଲଟ୍ ସ୍ମିତ୍ ମଚ୍ଛରଙ୍କୁ ଇସ୍ରାଏଲର ସର୍ବୋଚ୍ଚ ବୀରତ୍ୱ ସମ୍ମାନ

ସଞ୍ଜୀବ ପଣ୍ଡା ଓ ଯଶୱନ୍ତ ଜେଠୱାଙ୍କ ପଦୋନ୍ନତି

0

ଭୁବନେଶ୍ବର: ରାଜ୍ୟର ଦୁଇ ବରିଷ୍ଠ ଆଇପିଏସ୍ ଅଧିକାରୀ ସଞ୍ଜୀବ ପଣ୍ଡା ଓ ଯଶୱନ୍ତ କୁମାର ଜେଠୱାଙ୍କୁ ପୋଲିସ ମହାନିର୍ଦ୍ଦେଶକ (ଡିଜି) ପାହ୍ୟାକୁ ପଦୋନ୍ନତି ମିଳିଛି। ଉଭୟଙ୍କ ପଦୋନ୍ନତି ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅନୁମୋଦନ କରିଛନ୍ତି। ୧୯୯୪ ବ୍ୟାଚ୍‌ର ଏହି ଦୁଇ ଅଧିକାରୀ ଏହା ପୂର୍ବରୁ ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ (ଏଡିଜି) ଭାବେ କାର୍ଯ୍ୟରତ ଥିଲେ। ଡିଜି ପାହ୍ୟାକୁ ପଦୋନ୍ନତି ପରେ ରାଜ୍ୟ ପୋଲିସ ବ୍ୟବସ୍ଥାରେ ଉଭୟଙ୍କ ଭୂମିକା ଆହୁରି ଗୁରୁତ୍ୱପୂର୍ଣ୍ଣ ହେବ।

ଯଶୱନ୍ତ ଜେଠୱା ବର୍ତ୍ତମାନ ଭିଜିଲାନ୍ସ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ତୁଲାଉଛନ୍ତି। ସେ ପୂର୍ବରୁ ଆଇନ ଶୃଙ୍ଖଳା ଏଡିଜି ଏବଂ କ୍ରାଇମବ୍ରାଞ୍ଚ ଏଡିଜି ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି। ୨୦୧୫ରୁ ୨୦୨୦ ପର୍ଯ୍ୟନ୍ତ କେନ୍ଦ୍ରୀୟ ଡେପୁଟେସନରେ ଥିବା ସମୟରେ ସେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅଧୀନ ଏସ୍‌ପିଜିରେ ଆଇଜି ଭାବେ କାର୍ଯ୍ୟ କରିଥିଲେ।

ସେହିପରି ସଞ୍ଜୀବ ପଣ୍ଡା ନକ୍ସଲ ବିରୋଧୀ ଅପରେସନ୍ ଏବଂ ସ୍ୱତନ୍ତ୍ର ଗୁଇନ୍ଦା ଶାଖା ସମ୍ପର୍କିତ ଦାୟିତ୍ୱରେ ଏଡିଜି ଭାବେ କାର୍ଯ୍ୟ କରୁଥିଲେ। ୨୦୨୫ ଜୁଲାଇରେ ହୋଇଥିବା ଆଇପିଏସ୍ ସ୍ତରର ଅଦଳବଦଳରେ ତାଙ୍କୁ ନକ୍ସଲ ବିରୋଧୀ ଅଭିଯାନର ଏଡିଜି ଭାବେ ଦାୟିତ୍ୱ ଦିଆଯାଇଥିଲା। ସେ ସ୍ୱତନ୍ତ୍ର ଗୁଇନ୍ଦା ୱିଙ୍ଗ୍‌ ଓ ନକ୍ସଲ ବିରୋଧୀ ଅପରେସନ୍‌ର କାର୍ଯ୍ୟ ତଦାରଖ କରୁଥିଲେ। ଦୁଇ ବରିଷ୍ଠ ଅଧିକାରୀଙ୍କ ଡିଜି ପାହ୍ୟାକୁ ପଦୋନ୍ନତି ରାଜ୍ୟ ପୋଲିସ ପ୍ରଶାସନରେ ଏକ ବଡ଼ ପଦକ୍ଷେପ ଭାବେ ବିବେଚିତ ହେଉଛି।

Leave A Reply

Your email address will not be published.