ପ୍ରମୁଖ ଖବର

ମେସି ଇଭେଣ୍ଟ ଅବ୍ୟବସ୍ଥା: ୩୩ ହଜାର ଦର୍ଶକଙ୍କୁ ଟଙ୍କା ଫେରାଇବାକୁ ଘୋଷଣା
କଟକ କଂଗ୍ରେସରେ ଫାଟ ବଢ଼ିଲା, ଓଜେସିରୁ ଲଢ଼ିବେ ସୋଫିଆ: ମୋକିମ
ପାଲଲହଡ଼ାରେ ସ୍କ୍ରବ୍‌ ଟାଇଫସ୍‌ ଆତଙ୍କ, ୨ ଦିନରେ ୧୯ ପଜିଟିଭ୍‌, ଜଣେ ମୃତ
ଉଜବେକିସ୍ତାନର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେଲେ ମୋଦି
ଚାଷୀଙ୍କୁ ଆଶ୍ୱସ୍ତି: ଧାନ ପଞ୍ଜୀକରଣ ଅବଧି ବଢ଼ିଲା ଆଉ ୭ ଦିନ
‘ମନ୍ କୀ ବାତ୍‌’ରେ ଓଡ଼ିଶାର ମୈଥିଲୀଙ୍କ କାହାଣୀ, ଇକୋ-ଟୁରିଜିମ୍‌ ବଦଳାଇଲା ଜୀବିକା
ନେପାଳକୁ ସହାୟତା , ୬୮.୫ ଟନ୍‌ ରିଲିଫ୍‌ ସାମଗ୍ରୀ ପଠାଇଲା ଭାରତ

ହୀରାକୁଦରେ ପୁଣି ଖୋଲିଲା ୪ ଗେଟ୍‌

0

ହୀରାକୁଦ: ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ରବିବାର ପୁଣି ବଢ଼ିଛି ବନ୍ୟାଜଳ ପ୍ରବେଶ। ଫଳରେ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇବାରୁ ବନ୍ୟାଜଳ ନିଷ୍କାସନ ପାଇଁ ଆଉ ୪ଟି ସ୍ଲୁଇସ୍‌ ଗେଟ୍‌ ଖୋଲାଯାଇଛି। ବର୍ତ୍ତମାନ ବାମ ପାର୍ଶ୍ୱର ୮ଟି ଓ ଡାହାଣ ପାର୍ଶ୍ୱର ୪ଟିକୁ ମିଶାଇ ମୋଟ ୧୨ଟି ଗେଟ୍‌ ଦେଇ ଅତିରିକ୍ତ ବନ୍ୟାଜଳ ନିଷ୍କାସିତ ହେଉଛି।

ରାତି ୯ଟା ୩୦ର ସୂଚନା ଅନୁସାରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୧୩.୮୩ ଫୁଟ୍‌ ରହିଛି। ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ହାରାହାରି ୧ ଲକ୍ଷ ୯୧ ହଜାର ୦୧୧ ଘନଫୁଟ୍‌ ଜଳ ପ୍ରବେଶ କରୁଥିବା ବେଳେ ମୋଟ ୨ ଲକ୍ଷ ୧୫ ହଜାର ୦୮୨ ଘନଫୁଟ୍‌ ଜଳ ନିଷ୍କାସିତ ହେଉଛି। ୧୨ଟି ସ୍ଲୁଇସ୍‌ ଗେଟ୍‌ ଦେଇ ୧ ଲକ୍ଷ ୮୨ ହଜାର ୧୪୮ ଘନଫୁଟ୍‌, ପାୱାର ଚ୍ୟାନେଲ ଦେଇ ୩୦,୪୩୧ ଘନଫୁଟ୍‌, ବରଗଡ଼ କେନାଲ ଦେଇ ୧,୮୯୩ ଘନଫୁଟ୍‌, ଶାସନ କେନାଲ ଦେଇ ୩୦୦ ଘନଫୁଟ୍‌, ସମ୍ବଲପୁର କେନାଲ ଦେଇ ୮୧ ଘନଫୁଟ୍‌ ଏବଂ ଶିଳ୍ପ ବ୍ୟବହାର ପାଇଁ ୨୨୯ ଘନଫୁଟ୍‌ ଜଳ ନିଷ୍କାସିତ ହେଉଛି। ଗତ ୨୪ ଘଣ୍ଟାରେ ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡରେ ୩୫.୯୫ ମି.ମି. ଏବଂ ତଳମୁଣ୍ଡରେ ୧୬.୭୧ ମି.ମି. ବର୍ଷା ରେକର୍ଡ ହୋଇଛି।

Leave A Reply

Your email address will not be published.