ପ୍ରମୁଖ ଖବର

ଭାରତୀୟ ପାଇଲଟ୍‌ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍‌’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍‌ ଟ୍ରେନ୍‌ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ପରାମର୍ଶ

ହୀରାକୁଦରେ ପୁଣି ଖୋଲିଲା ୪ ଗେଟ୍‌

0

ହୀରାକୁଦ: ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ରବିବାର ପୁଣି ବଢ଼ିଛି ବନ୍ୟାଜଳ ପ୍ରବେଶ। ଫଳରେ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇବାରୁ ବନ୍ୟାଜଳ ନିଷ୍କାସନ ପାଇଁ ଆଉ ୪ଟି ସ୍ଲୁଇସ୍‌ ଗେଟ୍‌ ଖୋଲାଯାଇଛି। ବର୍ତ୍ତମାନ ବାମ ପାର୍ଶ୍ୱର ୮ଟି ଓ ଡାହାଣ ପାର୍ଶ୍ୱର ୪ଟିକୁ ମିଶାଇ ମୋଟ ୧୨ଟି ଗେଟ୍‌ ଦେଇ ଅତିରିକ୍ତ ବନ୍ୟାଜଳ ନିଷ୍କାସିତ ହେଉଛି।

ରାତି ୯ଟା ୩୦ର ସୂଚନା ଅନୁସାରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୧୩.୮୩ ଫୁଟ୍‌ ରହିଛି। ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ହାରାହାରି ୧ ଲକ୍ଷ ୯୧ ହଜାର ୦୧୧ ଘନଫୁଟ୍‌ ଜଳ ପ୍ରବେଶ କରୁଥିବା ବେଳେ ମୋଟ ୨ ଲକ୍ଷ ୧୫ ହଜାର ୦୮୨ ଘନଫୁଟ୍‌ ଜଳ ନିଷ୍କାସିତ ହେଉଛି। ୧୨ଟି ସ୍ଲୁଇସ୍‌ ଗେଟ୍‌ ଦେଇ ୧ ଲକ୍ଷ ୮୨ ହଜାର ୧୪୮ ଘନଫୁଟ୍‌, ପାୱାର ଚ୍ୟାନେଲ ଦେଇ ୩୦,୪୩୧ ଘନଫୁଟ୍‌, ବରଗଡ଼ କେନାଲ ଦେଇ ୧,୮୯୩ ଘନଫୁଟ୍‌, ଶାସନ କେନାଲ ଦେଇ ୩୦୦ ଘନଫୁଟ୍‌, ସମ୍ବଲପୁର କେନାଲ ଦେଇ ୮୧ ଘନଫୁଟ୍‌ ଏବଂ ଶିଳ୍ପ ବ୍ୟବହାର ପାଇଁ ୨୨୯ ଘନଫୁଟ୍‌ ଜଳ ନିଷ୍କାସିତ ହେଉଛି। ଗତ ୨୪ ଘଣ୍ଟାରେ ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡରେ ୩୫.୯୫ ମି.ମି. ଏବଂ ତଳମୁଣ୍ଡରେ ୧୬.୭୧ ମି.ମି. ବର୍ଷା ରେକର୍ଡ ହୋଇଛି।

Leave A Reply

Your email address will not be published.